ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏହି ଦିନରୁ ବଦଳିବ ୩ ରାଶିଙ୍କ ଭାଗ୍ୟ, ଦୂର ହେବ ସମସ୍ତ ଦୁଃଖ-କଷ୍ଟ

Published By : Anindita Ratha | February 8, 2025 12:00 PM

ସୂର୍ଯ୍ୟଦେବଙ୍କୁ ବୈଦିକ ଜ୍ୟେତିଷରେ ବିଶେଷ ସ୍ଥାନ ମିଳିଛି। ସୂର୍ଯ୍ୟଙ୍କୁ ଗ୍ରହଙ୍କ ରାଜା ବୋଲି କୁହାଯାଏ । ଏହାବ୍ୟତୀତ ସୂର୍ଯ୍ୟଙ୍କୁ ପିତା, ପ୍ରତିଷ୍ଠା ଓ ମାନ-ସମ୍ମାନର କାରକ ଗ୍ରହ ବୋଲି ମଧ୍ୟ ବିଶ୍ବାସ କରାଯାଏ। ଯାହ ସମୟ ସମୟରେ ରାଶି ଓ ନକ୍ଷେତ୍ର ପରିବର୍ତ୍ତନ କରିଥାଏ। ଯେତେବେଳେ ସୂର୍ଯ୍ୟଙ୍କ ଗୋଚର ହୋଇଥାଏ,ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିଥାଏ । ଯେଉଁଠି କିଛି ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଶୁଭ ହୋଇଥାଏ। ସେହିପରି ଆଉ କିଛି ଜଣଙ୍କ ପାଇଁ ଅଶୁଭ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମାର୍ଚ୍ଚ ମାସର କେଉଁ ସମୟରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ ଓ ଏହାଦ୍ବାରା କେଉଁ ୩ ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ । 

ବୈଦିକ ପଞ୍ଚାଙ୍ଗ ଅନୁସାରେ, ମାର୍ଚ୍ଚ ୧୪ରେ ସୂର୍ଯ୍ୟ ମୀନ ରାଶିରେ ଗୋଚର କରିବେ । ଶୁକ୍ରବାର ଦିନ ସୂର୍ଯ୍ୟଙ୍କ ଏହି ଗୋଚର ସନ୍ଧ୍ୟା ୬ଟା ୫୮ ମିନିଟରେ ହେବ । ମୀନ ରାଶିରେ ୧୪ ଏପ୍ରିଲ ସକାଳ ୩ ଟା୩୦ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ରହିବେ । ୧୪ ଏପ୍ରିଲରେ ସୂର୍ଯ୍ୟ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । 

ମିଥୁନ ରାଶି: ୧୪ ମାର୍ଚ୍ଚ ୨୦୨୫ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବା ଯୋଗୁଁ ମିଥୁନ ରାଶିର ବ୍ୟକ୍ତି ସବୁଠୁ ଅଧିକ ଲାଭବାନ ହେବାର ଯୋଗ ରହିଛି। ଛାତ୍ରଙ୍କ ପାଠପଢାରେ ଉନ୍ନତି ଆସିବ । ବ୍ୟବସାୟରେ ନିବେଶ କରିବା ବର୍ତ୍ତମାନ ଉପଯୁକ୍ତ ସମୟ । ଯାହାଦ୍ବାରା ଭବିଷ୍ୟରେ ସେମାନଙ୍କୁ ଲାଭ ମିଳିବ । କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ ଅଟେ । ପରିବାର ମଧ୍ୟରେ ସମ୍ପର୍କ ସୂଦୃଢ ହେବ। 

ସିଂହ ରାଶି:ଗ୍ରହଙ୍କ ରାଜାଙ୍କ ବିଶେଷ କୃପାରୁ ସିଂହ ରାଶିର ବ୍ୟକ୍ତିଙ୍କ ଅଟକ ରହିଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବ । ଉଚ୍ଚଶିକ୍ଷା ପାଇଁ ଛାତ୍ରଙ୍କ  ବିଦେଶ ଯିବାର ସ୍ବପ୍ନ ପୂରଣ ହେବ । ନିବେଶ କରିବା ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହେବ। ଯେଉଁ ବ୍ୟକ୍ତି ମାର୍କେଟିଂ, ମିଡ଼ିଆ,ଶିକ୍ଷଗତା ଓ ସ୍ବାସ୍ଥ୍ୟ ବିଭାଗରେ ଅଛନ୍ତି। ସେମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ଏଥିସହ ଭବିଷ୍ୟତରେ ଚିନ୍ତା କମ୍ ହେବ । ପରିବାରରେ ଚାଲୁଥିବା ବିବାଦ କମିବ।

ଧନୁ ରାଶି: ୧୪ ମାର୍ଚ୍ଚ ପରେ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶରୀର ସୁସ୍ଥ ରହିବ । ଅଣ୍ଟା ବ୍ୟଥା ହେବ । ବ୍ୟବସାୟରୁ ଧନ ଲାଭ ହେବ । ଯାହାଦ୍ବାରା ଆର୍ଥିକ ସ୍ଥିତି ମଜବୁତ୍ ରହିବ । ବ୍ୟବସାୟ ଆରମ୍ଭ କରିବାକୁ ଏହା ଉପଯୁକ୍ତ ସମୟ ଅଟେ । ସେହିପରି ବେରୋଜଗାର ବ୍ୟକ୍ତି ଯଦି କିଛି ନୂଆ ଆରମ୍ଭ କରିବାକୁ ଚାହୁଁଛନ୍ତି ଏହା ଶୁଭ ସମୟ ଅଟେ ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.