ସୁନ୍ଦରଗଡ଼,୨୬/୦୮: ସୁନ୍ଦରଗଡ଼ର ଏନଟିପିସି ମେଡିକାଲ କଲେଜରେ ଅଘଟଣ । କଲେଜର ତୃତୀୟ ମହଲାରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ତେବେ ମୃତ ରୋଗୀ ଜଣକ ସୁନ୍ଦରଗଡ଼ ସଦର ଥାନା ରାଜପୁର ଅଞ୍ଚଳର ଅନିଲି ସୋରେନ ବୋଲି ଜଣାପଡିଛି। ସୂଚନା ମୁତାବକ,ରବିବାର ଦିନ ସେ ସୁନ୍ଦରଗଡ଼ ଏନଟିପିସି ମେଡ଼ିକାଲ୍ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ଆଜି ସେ ମେଡିକାଲର ଝରକା ଦେଇ ବାହାରକୁ ବାହାରି ବହୁ ସମୟ ଧରି ଝୁଲି ରହିଥିଲେ। ଯାହାପରେ ସେଠାରୁ ସେ ଆତ୍ମହତ୍ୟା କରିଥିଲେ। ଏନେଇ  ଟାଉନ ଥାନା ପୁଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।