ମୁମ୍ବାଇ, ୩୧/୧ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁନେତ୍ରା ପାଓ୍ବାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସ୍ଥାନ ନେଇଛନ୍ତି ପତ୍ନୀ । ରାଜ୍ୟପାଳ ତାଙ୍କୁ ପଦ ଏବଂ ଗୋପନିୟତାର ଶପଥପାଠ କରାଇଛନ୍ତି । ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସ୍ବର୍ଗତ ଅଜିତ ପାଓ୍ବାରଙ୍କ ସ୍ଥାନ ଖାଲି ପଡ଼ିଥିଲା । ଏବେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଶନିବାର ବସିଥିବା ଏନସିପି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ସୁନେତ୍ରା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଆଉ ଏବେ ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଏହାସହ ପଢ଼ନ୍ତୁ : ବାପା ଥିଲେ ମନ୍ତ୍ରୀ, ସ୍ବାମୀ ଉପମୁଖ୍ୟମନ୍ତ୍ରୀ : ଜାଣନ୍ତୁ ସୁନେତ୍ରା ପାଓ୍ବାରଙ୍କ ସମ୍ପର୍କରେ ଅଜଣା କଥା