ମୁମ୍ବାଇ, ୩୦/୧ : ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ସ୍ବର୍ଗ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା । ଶନିବାର ସେ ଶପଥ ନେବେ ବୋଲି କୁହାଯାଉଛି । ତେବେ ରାଜନୈତିକ ପରିବାରରୁ ଆସିଥିବାବେଳେ ରାଜନୀତି ସହ ସୁନେତ୍ରା ଜଡ଼ିତ ? ଏବେ ରାଜ୍ୟସଭାରୁ ସେ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଏନସିପିର ଉତ୍ତରାଧିକାରୀ ଭାବେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ବାରମତୀ ବିଧାନସଭା ଆସନରୁ ମଧ୍ୟ ଉପନିର୍ବାଚନରେ ସେ ପ୍ରାର୍ଥୀ ହେବେ । ତେବେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ସୁନେତ୍ରାଙ୍କ ସମ୍ପର୍କରେ କିଛି ଅଜଣା କଥା ।

୧୮ ଅକ୍ଟୋବର ୧୯୬୩ରେ ସୁନେତ୍ରାଙ୍କ ଜନ୍ମ । ବାପା ଥିଲେ ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ପାଟିଲ୍ । ବାପା ରାଜ୍ୟରେ ପୂର୍ବତନ ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିବାବେଳେ ରାଜ୍ୟସଭାରୁ ମଧ୍ୟ ପ୍ରତିନିଧିତ୍ବ କରିଥିଲେ । ପିଲାଟି ଦିନରୁ ରାଜନୀତିକୁ ଅତି ପାଖରୁ ସେ ଦେଖିଛନ୍ତି । ୧୯୮୫ ମସିହାରେ ଅଜିତ ପାଓ୍ବାରଙ୍କୁ ବିବାହ କରିଥିଲେ । ସ୍ବାମୀଙ୍କ ସହ ନିର୍ବାଚନୀ ପ୍ରଚାରରେ ନଜର ମଧ୍ୟ ଆସିଥିଲେ । କିନ୍ତୁ କେବେ ମଧ୍ୟ ନିର୍ବାଚନ ଲଢ଼ି ନଥିଲେ । ୨୦୨୪ ନିର୍ବାଚନରେ ବାରମତୀ ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ନଣନ୍ଦ ସୁପ୍ରିୟା ସୁଲେ । ଭାଉଜ-ନଣନ୍ଦ ନିର୍ବାଚନୀ ଲଢ଼େଇରେ ଭାଉଜ ସୁନେତ୍ରାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ସେଠାରେ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ବାଜି ମାରିଥିଲେ ।

ପାରମ୍ପରିକ ଆସନରେ ସବୁବେଳେ ଦାଦା-ପୁତୁରାଙ୍କ ଦବଦବା ରହି ଆସିଛି । ଯଦିଓ ବିଧାନସଭା ଆସନରେ ଅଜିତ ପାଓ୍ବାର ଜିତିଥିଲେ କିନ୍ତୁ ଲୋକସଭା ଆସନରେ ବହୁ ଭୋଟ ବ୍ୟବଧାନରେ ସୁନେତ୍ରାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ମାତ୍ର ପରେ ସେ ରାଜ୍ୟସଭାକୁ ଯାଇଥିବାବେଳେ ଏବେ ସାଂସଦ ମଧ୍ୟ ଅଛନ୍ତି । ଆଉ ଏବେ ଏନସିପିର ବରିଷ୍ଠ ନେତାମାନେ ତାଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତାକାଲି ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସକାଲେ ରହିଥିବାବେଳେ ସଂନ୍ଧ୍ୟାରେ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଏହାସହ ପଢ଼ନ୍ତୁ : ମହରାଷ୍ଟ୍ର ରାଜନୀତିରେ ପ୍ରଥମ, କାଲି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା