ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୯ ମାସ ପରେ ଘରକୁ ଫେରିବେ ସୁନୀତା ୱିଲିୟମ୍ସ, ମିଶନ କ୍ରୁ-୧୦ ଲଞ୍ଚ

Published By : Ankita S | March 15, 2025 9:11 AM

ୱାଶିଂଟନ,୧୫/୦୩: ଘରକୁ ଫେରବେ ସୁନୀତା ୱିଲିୟମ୍ସ । ଫିଟିଲା ବାଟ । ୯ ମାସ ଧରି ମହାକାଶରେ ଫସିଥିବା ଭାରତୀୟ ବଂଶଭୋବ ସୁନୀତି ୱିଲିୟମ୍ସ ଓ ତାଙ୍କ ଟିମ୍ ଖୁବଶୀଘ୍ର ଫେରିବେ । ସ୍ପେସେକ୍ସ ମିଶନ କ୍ରୁ-୧୦ରେ ମହାକାଶ ଗଲା ପାଲକନ ୯ ରକେଟ୍ । ସ୍ଥାନୀୟ ସମୟ ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ୩ ମିନିଟରେ ମିଶନ ଲଞ୍ଚ ହୋଇଛି । ମାର୍ଚ୍ଚ ୧୯ କିମ୍ବା ୨୦ ତାରିଖରେ ପୃଥିବୀକୁ  ସୁନୀତା ଫେରିବେ ବୋଲି ଆଶା କରାଯାଉଛି । କ୍ରୁ-୧୦ ମିଶନରେ ଡ୍ରାଗନ ସ୍ପେସକ୍ରାଫ୍ଟରେ ଫେରିବେ ଦୁଇ ମହାକାଶଚାରୀ ।

ଗୁରୁବାର ଫେଲ ହୋଇଥିଲା କ୍ରୁ-୧୦- ସୁନୀତା ୱିଲିୟମ୍ସଙ୍କର ମହାକାଶରୁ ଫେରିବା ବିଳମ୍ବ ହୋଇଛି । ସ୍ପେସ୍ଏକ୍ସ ତାର କ୍ରୁ-୧୦ ମିଶନ ଉତକ୍ଷେପଣକୁ ବାତିଲ କରିବା ପରେ ଫେରିବା ଆହୁରି ବିଳମ୍ବ ହୋଇଛି । ଗୁରୁବାର  ରକେଟ୍ ପାଇଁ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମରେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା । ଶନିବାର ପୁଣି ଏହାର ଉତକ୍ଷେପଣ ହୋଇଛି । ସ୍ପେସେକ୍ସରେ ଫାଲକନ ୯ ରକେଟରେ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ସହିତ ଲଞ୍ଚ ହୋଇଛି । ତେଣୁ ଖୁବଶୀଘ୍ର ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ପୃଥିବୀପୃଷ୍ଠକୁ ଫେରିବା ନେଇ ଆଶା କରାଯାଉଛି । 

ଅଧିକ ପଢନ୍ତୁ...ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ନୂଆ ତାରିଖ ଦେଲା ନାସା

କେଉଁ ମିଶନରେ ଯାଇଥିଲେ ସୁନୀତା ? ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ନାସା ମହାକାଶଚାରୀ ପାଖାପାଖି ୯ ମାସ ହେବ (୨୮୦ ଦିନ) ଫସି ରହିଛନ୍ତି ସୁନୀତାଙ୍କ ସମେତ ତାଙ୍କ ଟିମ୍ । ବୋଇଂରେ ତ୍ରୁଟିପୂର୍ଣ୍ଣ ଷ୍ଟାରଲାଇନର ମହାକାଶଯାନରେ ଯାତ୍ରା କରିବା ପରେ ୱିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍ ୱିଲ୍ମୋରଙ୍କ ସହ ୯ ମାସ ଧରି ଫସି ରହିଛନ୍ତି । ମାତ୍ର ୮ ଦିନ ରହିବାକୁ ସ୍ଥିର ହୋଇଥିଲା । ମାତ୍ର ୯ ମାସ ହେବ ଫସି ରହିଛନ୍ତି  ।  ୨୦୨୪ ଜୁନ ୫ ତାରିଖରେ ନାସାର ବୋଇଂ କ୍ରୁ ଫ୍ଲାଇଟ ଟେଷ୍ଟ ମିଶନ ଲଞ୍ଚ ହୋଇଥିଲା । ଏହି ମିଶନ ଜରିଆରେ ନାସା ତାର ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ୮ ଦିନରେ ଯାତ୍ରାରେ ପଠାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.