ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସଙ୍କର ଫେରିବାକୁ ନେଇ ଉତ୍କଣ୍ଠାର ସହ ଅପେକ୍ଷା କରୁଥିବା ଲୋକଙ୍କ ପାଇଁ ଭଲ ଖବର। ଦୀର୍ଘ ଦିନ ହେବ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ରେ ଥିବା ଭାରତୀୟ ବଂଶୋଦ୍ଭବ, ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଖୁବ୍‌ ଶୀଘ୍ର ପୃଥିବୀକୁ ଫେରିବେ। ୧୦ଦିନର ମିଶନ ପାଇଁ ଯାଇଥିବା ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋରଙ୍କୁ ଟେକ୍ନିକାଲ ତ୍ରୁଟି ଯୋଗୁଁ ପୂରା ୯ ମାସ ଯାଏ ମହାକାଶରେ ରହିବାକୁ ପଡ଼ିଛି। ଏବେ ନାସା ତାଙ୍କର ଫେରିବାକୁ ନେଇ ତାରିଖ ସ୍ଥିର କରି ଦେଇଛି।

ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋର ୫ଜୁନ୍‌ ୨୦୨୪ରେ ବୋଇଂ ଷ୍ଟାରଲାଇନର କ୍ୟାପସୁଲ ମାଧ୍ୟମରେ ଆଇଏସଏସରେ ପହଞ୍ଚି ଥିଲେ। ଏହି ମିଶନ କେବଳ ୧୦ ଦିନର ହେବାର ଥିଲା, କିନ୍ତୁ ଷ୍ଟାରଲାଇନର କ୍ୟାପସୁଲରେ ଟେକ୍ନିକାଲ ତ୍ରୁଟି ସାମନାକୁ ଆସିବାକୁ ଲାଗି ଥିଲା। ଏଥିରେ ପ୍ରୋପଲସନ ସିଷ୍ଟମର ସମସ୍ୟା ଓ ଇନ୍ଧନ ଲିକ୍‌ (ପ୍ରୋପେଲେଣ୍ଟ ଲିକ୍‌) ଭଳି ସମସ୍ୟା ସାମିଲ ଥିଲା। ଏହି ସମସ୍ୟା କାରଣରୁ ନାସା ସ୍ଥିର କରିଛି କି, ଉଭୟ ମହାକାଶ ଯାତ୍ରୀ ଏହି କ୍ୟାପସୁଲରେ ଫେରିବେ ନାହିଁ। 

ବୋଇଂ ଷ୍ଟାରଲାଇନରକୁ ପରେ ବିନା କ୍ରୁ'ରେ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ପୃଥିବୀକୁ ଅଣାଯାଇ ଥିଲା, ସୁନୀତା ଓ ୱିଲମୋରଙ୍କୁ ଆଇଏସଏସରେ ହିଁ ରୋକି ଦିଆଯାଇ ଥିଲା, ଏଇଥି ପାଇଁ କି , ଯେମିତି ଅନ୍ୟ କ୍ରୁ ମିଶନର ସିଡ୍ୟୁଲ୍‌ ପ୍ରଭାବିତ ନହେଉ।

 

ନାସା ଶେଷରେ ତାଙ୍କର ଫେରିବାର ଯୋଜନା ନିର୍ଦ୍ଦିଷ୍ଟ କରି ଦେଇଛି। ମାର୍ଚ୍ଚ ୨୦୨୫ରେ ସୁନୀତା ୱିଲିୟମ୍ସ , ବୁଚ ୱିଲମୋର ଓ ଆଉ ଦୁଇ ଅନ୍ୟ ମହାକାଶ ଯାତ୍ରୀ ସ୍ପେସଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲରେ ପୃଥିବୀକୁ ଫେରିବେ। ସ୍ପେସଏକ୍ସ ନିଜର କ୍ରୁ-୧୦ ମିଶନର ଲଞ୍ଚିଂ ୧୨ ମାର୍ଚ୍ଚ, ୨୦୨୫ରେ ସ୍ଥିର କରିଛି। ଏହି ମିଶନର ଫେରିବା ଉଡ଼ାଣରେ ସୁନୀତା ଓ ତାଙ୍କର ଟିମ୍‌ ଫେରିବେ।

ଉଲ୍ଲେଖନୀୟ ଯେ, ଆଇଏସଏସରେ ଦୀର୍ଘ ଦିନ ଯାଏ ରହିବା କାରଣରୁ ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ କିଛି ରିପୋର୍ଟ ଆସିଛି। ହେଲେ ନାସା ଏହା ଉପରେ ଅଫିସିଆଲି ଭାବେ କିଛି କହି ନାହିଁ, କିନ୍ତୁ ମହାକାଶରେ ଅଧିକ ସମୟ ବିତାଇବାରେ ଶରୀରରେ ପ୍ରଭାବ ପଡ଼ିବାର ସ୍ୱାଭାବିକ।