ନୂଆଦିଲ୍ଲୀ,୧୨।୬: ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ତଥା ଦିବଂଗତ ବ୍ୟବସାୟୀ ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ପାରିବାରିକ ବିବାଦ ପୁଣି ଥରେ ଚର୍ଚ୍ଚାରେ ରହିଛି। ଦିବଂଗତ ଉଦ୍ୟୋଗପତି ସଞ୍ଜୟ କପୁରଙ୍କ ମା’ ରାନି କପୁର ଓ ତାଙ୍କ ପତ୍ନୀ ପ୍ରିୟା କପୁରଙ୍କ ଭିତରେ ପାରିବାରିକ ଟ୍ରଷ୍ଟକୁ ନେଇ ସୁପ୍ରିମକୋର୍ଟରେ ବିବାଦ ଜାରି ରହିଛି। ଏହା ଭିତରେ ସୁପ୍ରିମକୋର୍ଟ ଏହି ମାମଲାର ତୁଳନା ମହାଭାରତ ସହ କରିଦେଇଛନ୍ତି। ଜଷ୍ଟିସ୍ ଜେବି ପାଦରିଓ୍ବାଲା କହିଛନ୍ତି, ‘ଏହି ବିବାଦ ଆଗରେ ମହାଭାରତ ଭଳି ଏତେ ବଡ଼ ଯୁଦ୍ଧ ବି ଛୋଟ ଲାଗିବ।’ ସବୁଠାରୁ ଖାସ୍ କଥା ହେଲା ସଞ୍ଜୟଙ୍କ ମା’ ରାନି କପୁରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଏହା ପୂର୍ବରୁ କୋର୍ଟଙ୍କ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ମାମଳାର ମଧ୍ୟସ୍ଥତା କରୁଛନ୍ତି।

ମଙ୍ଗଳବାର ସୁପ୍ରିମକୋର୍ଟରେ ୮୦ ବର୍ଷୀୟ ରାନିଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା। ଏହି ସମୟରେ ଜଷ୍ଟିସ୍ ପାଦରିଓ୍ବାଲା କହିଥିଲେ, ଆମେ ମଇଦାନକୁ ଓହ୍ଲାଇଛୁ। ଏହା ଆଗରେ ମହାଭାରତ ଭଳି ଯୁଦ୍ଧ ବି ଛୋଟ ଲାଗିବ। ଆମେ ଏହି ମାମଲାକୁ ଦେଖିବୁ।’ ବର୍ତ୍ତମାନ କୋର୍ଟ ଏହି ଆବେଦନ ଉପରେ ଶୁଣାଣି ପାଇଁ ୧୪ ମଇକୁ ତାରିଖ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନାରେ ରାନି କପୁର ଏକ ବଡ଼ ଦାବି କରିଛନ୍ତି। ସେ କୋର୍ଟଙ୍କୁ ଅପିଲ କରିଛନ୍ତି, ଯେଉଁ ପର୍ଯ୍ୟନ୍ତ ମଧ୍ୟସ୍ଥତାର ପକ୍ରିୟା ଚାଲିଛି, ସେ ପର୍ଯ୍ୟନ୍ତ ପ୍ରିୟା ସଚଦେବ କପୁର ଓ ଅନ୍ୟ ଲୋକଙ୍କୁ ଆରକେ ଫ୍ୟାମିଲି ଟ୍ରଷ୍ଟର କାମରେ ହସ୍ତକ୍ଷେପ କରିବାକୁ ରୋକ ଲଗାଇବାର ଦାବି କରାଯାଇଛି। ଏହି ମିଟିଂ ରଘୁବଂଶୀ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ ନୋଟିସରେ ଡକାଯାଇଥିଲା। ଯାହାର ବିବାଦୀୟ ସମ୍ପତ୍ତିର ଏକ ବଡ଼ ଅଂଶ ଉପରେ ଦଖଲ ରହିଛି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, ମିଟିଂର ପ୍ରକୃତ ଉଦେଶ୍ୟ ବୋର୍ଡରେ ନିଜର ପସନ୍ଦଯୋଗ୍ୟ ନୂଆ ଡାଇରେକ୍ଟର ନିଯୁକ୍ତ କରିବା।

ଉଲ୍ଲେଖନୀୟ ଯେ,  ୭ ମଇ ଗୁରୁବାର ସୁପ୍ରିମକୋର୍ଟ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କୁ ଏହି ମାମଲାରେ ମଧ୍ୟସ୍ଥି ଭାବରେ ନିଯୁକ୍ତ କରିଛନ୍ତି। କୋର୍ଟ ସମସ୍ତ ପକ୍ଷକୁ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ତ ପକ୍ରିୟାରେ ଭାଗ ନେବାକୁ କହିଛନ୍ତି। ଏହା ସହ ସାର୍ବଜନୀକ ଭାବରେ କୌଣସି ବୟାନବାଜି ନକରିବାକୁ କିମ୍ବା ବିବାଦ ବିଷୟରେ ସୋସିଆଲ ମିଡିରେ କୌଣସି ପୋଷ୍ଟ ନକରିବାକୁ କହିଛପନ୍ତି। ଏହାକୁ କେବଳ ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ସୀମିତ ରଖିବାକୁ ଦିଆଯାଉ। କୋର୍ଟ କହିଛନ୍ତି, ଆମେ ମଧ୍ୟସ୍ଥତା ଦ୍ବାରା ପ୍ରାରମ୍ଭିକ ରିପୋର୍ଟ ମିଳିବା ଯାଏଁ ଅପେକ୍ଷା କରନ୍ତୁ ଓ ଏହାପରେ ମାମଲାରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’

ରାନି କପୁର ଦାବି କରିଛନ୍ତି ଯେ ‘ଆରକେ ଫ୍ୟାମିଲି ଟ୍ରଷ୍ଟ’ କୁ ନେଇ ତିଆରି ହୋଇଥିବା ଦସ୍ତାବିଜ ସୃଷ୍ଟି ତାଙ୍କ ଅଜାଣତରେ ଏବଂ ବିନା ସମ୍ମତିରେ ତିଆରି ହୋଇଛି।। ସେ ଅଭିଯୋଗ କରିଛନ୍ତି ଯେ ଟ୍ରଷ୍ଟ ଏବଂ କମ୍ପାନୀଗୁଡ଼ିକର ନିଷ୍ପତ୍ତିରେ ସ୍ୱଚ୍ଛତା ବଜାୟ ରଖାଯାଇ ନଥିଲା ଏବଂ ତାଙ୍କ ଭୂମିକାକୁ ଅଣଦେଖା କରାଯାଇଥିଲା। ଏହି ମାମଲାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଅଭିନେତ୍ରୀ କରିସ୍ମା କପୁରଙ୍କ ପିଲାମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେମାନେ ସଞ୍ଜୟ କପୁରଙ୍କ କଥିତ ଇଚ୍ଛାପତ୍ରକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ଏବଂ ସମ୍ପତ୍ତି ଉପରେ ସେମାନଙ୍କର ଅଧିକାର ଦାବି କରିଛନ୍ତି।