ମୁମ୍ବାଇ ୧୭/୦୩: ଜାହ୍ନବୀ କପୁର ଓ ବରୁଣ ଧୱନ୍‌ଙ୍କର ରୋମାଣ୍ଟିକ କମେଡି ‘ସନି  ସଂସ୍କାରୀ କୀ ତୁଲସୀ କୁମାରୀ’କୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ  ଆସିଛି । ଫିଲ୍ମଟି ଆସନ୍ତା ଏପ୍ରିଲ ୧୮ରେ ରିଲିଜ୍‌ ହେବାର ଥିଲା ।  କିନ୍ତୁ ଧର୍ମା ପ୍ରଡକ୍ସନ୍‌ ଏହାର ରିଲିଜ୍‌ ତାରିଖକୁ ଆଗକୁ ବଢ଼ାଇ ଦେଇଛି । ସେ ଅନୁସାରେ ଫିଲ୍ମଟି ଏବେ ସେପ୍ଟେମ୍ବର ୧୨ରେ  ରିଲିଜ୍‌ ହେବ । 

ନିକଟରେ ରାଜସ୍ଥାନର ଉଦୟପୁରରେ ଫିଲ୍ମର ସୁଟିଂ ଶେଷ ହୋଇଥିଲା । ଏଥିରେ ବରୁଣ, ଜାହ୍ନବୀଙ୍କ ବ୍ୟତୀତ ସାନ୍ୟା ମଲହୋତ୍ରା, ମନୀଷ ପଲ୍‌, ଅକ୍ଷୟ ଓବରୟ ଓ ରୋହିତ ସରାଫ୍‌ ଲିଡ୍‌  ରୋଲ୍‌ରେ ନଜର ଆସିବେ । ଫିଲ୍ମର କାହାଣୀ ଦୁଇ ବୀପରୀତମୁଖୀ ଚରିତ୍ର ସନି(ବରୁଣ ଧୱନ୍‌) ଓ ତୁଲସୀ କୁମାରୀ(ଜାହ୍ନବୀ କପୁର) ଙ୍କ ଉପରେ ପର୍ଯ୍ୟବସିତ । ଶଶାଙ୍କ ଖୈତାନ୍‌ ଏହାର  ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଯୋଜନାରେ ଅଛନ୍ତି କରଣ ଜୋହର, ଅଦର  ପୁନାୱାଲା, ଅପୂର୍ବ ମେହତା ଓ ଶଶାଙ୍କ ଖୈତାନ । ସେପଟେ ଏହି  ଫିଲ୍ମ ବ୍ୟତୀତ ଜାହ୍ନବୀଙ୍କୁ ‘ପରମ ସୁନ୍ଦରୀ’ରେ ଦେଖିବାକୁ ମିଳିବ।