ନୂଆଦିଲ୍ଲୀ: ପ୍ଲେଅଫ୍ ପାଇଁ ଫିଟିଲା ରାସ୍ତା । ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ । ଇଶାନ କିଷନଙ୍କ ଅର୍ଦ୍ଧଶତକୀୟ ପାଳି । ୪୬ ବଲରୁ ୭୦ ରନର ପାଳି ଖେଳିଲେ ଇଶାନ ।
୧୮୧ ରନ ପିଛା କରୁଥିବାବେଳେ ହାଇଦ୍ରାବାଦ ପ୍ରଥମରୁ ଅଭିଷେକ ଶର୍ମା ଏବଂ ହେଡ ଭଲ ଆରମ୍ଭ କରିଥିଲେ । ଆଜିର ମ୍ୟାଚରେ ହେଡ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ । ସେ ମାତ୍ର ୬ ରନ କରିଥିବାବେଳେ ଅଭିଷେକ ଶର୍ମା ୨୬ ରନ କରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ଲାସେନ ୪୭ ଏବଂ ନୀତିଶ କୁମାର ରେଡ୍ଡି ୧୧ ରନ କରିବାରେ ସକ୍ଷମ ହୋଇଥିଲେ ।
ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଦଳ ୭ ଓ୍ବିକେଟରେ ୧୮୦ ରନ କରିଥିଲା । ଦଳର ଦୁଇ ଓପନର ସାମସନ ଏବଂ ଗାଏକ୍ବାଡ଼ ଭଲ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ୧୬ ରନ କରିଥିଲେ । ମାତ୍ର ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସାମସନ ୨୭ ରନ କରିଥିବାବେଳେ ଗାଏକ୍ବାଡ ୧୫ ରନ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କାର୍ତ୍ତିକ ଶର୍ମା ୩୨ ଏବଂ ଦୁବେ ୨୬ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଜଣେ ମଧ୍ୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ବ୍ରେଭିସ୍ ସର୍ବାଧିକ ୪୪ ରନ କରିବାରେ ସକ୍ଷମ ହୋଇଥିଲେ ।
ସେପଟେ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପାଟ କମିନ୍ସ ସର୍ବାଧିକ ୩ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାକିବ ହୁସେନ ୨, ଇଶାନ ମଲିଙ୍ଗା ଏବଂ ପ୍ରଫୁଲ୍ଲ ହିଙ୍ଗେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହାସହ ପଢ଼ନ୍ତୁ : ଶିଳ୍ପା ସେଟ୍ଟୀଙ୍କ ଶୋ’ରେ ପହଞ୍ଚିଲେ ଗୋବିନ୍ଦା ଏବଂ ଟିନା, ଫ୍ୟାନ୍ସ କହିଲେ…