ନୂଆଦିଲ୍ଲୀ,୧୩/୦୩; ଆଇପିଏଲ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି । ମାଲିକାଣୀ କାବ୍ୟାଙ୍କ ନିଷ୍ପତ୍ତି ଦଳ ପାଇଁ ଟେନସନ ଆଣିଛି । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ପାକିସ୍ତାନୀ ଖେଳାଳିଙ୍କୁ କିଣିବାକୁ ନେଇ ସନରାଇଜର୍ସ ଲିଡ୍ସ ଏକ୍ସ ଆକାଉଣ୍ଟ ସସପେଣ୍ଡ ହୋଇଛି । ପାକିସ୍ତାନ ପ୍ଲେୟାର ଅବ୍ରାର୍‌ ଅହମ୍ମଦଙ୍କୁ ପ୍ରାୟ ୨.୩୪ କୋଟି ଟଙ୍କାରେ କିଣିଥିଲା ।  ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମାଲିକାନା ଫ୍ରାଞ୍ଚାଇଜର ଅଂଶ ହୋଇଥିବା ପ୍ରଥମ ପାକିସ୍ତାନୀ କ୍ରିକେଟର୍ ହୋଇଥିଲେ ଆବ୍ରାର । ପୂର୍ବରୁ, ଆଉ ଜଣେ ସ୍ପିନର ଉସମାନ ତାରିକଙ୍କୁ ବର୍ମିଂହାମ ଫୋନିକ୍ସ ୧.୭୨ କୋଟି ଟଙ୍କା ରେ କିଣିଥିଲା । ଫୋନିକ୍ସର ଆଇପିଏଲ ସହିତ କୌଣସି ସମ୍ପର୍କ ନାହିଁ ।​​​​​​​

​​​​​​​ଏହି ପଦକ୍ଷେପ ଅନେକ ଭାରତୀୟ ପ୍ରଶଂସକଙ୍କୁ ପସନ୍ଦ ଆସିନଥିଲା । ଦୁଇ ଦଳ ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଏକ ଭାରତୀୟ ମାଲିକାନା ଫ୍ରାଞ୍ଚାଇଜ୍ ଜଣେ ପାକିସ୍ତାନୀ କ୍ରିକେଟରଙ୍କୁ କିଣିଥିବାରୁ ଫ୍ୟାନ୍ସ  ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫ୍ରାଞ୍ଚାଇଜ୍ ଏବଂ ସହ-ମାଲିକ କାବ୍ୟା ଉଭୟ ବହୁତ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।  IPLରେ ସନରାଇଜର୍ସ ହାଇଦ୍ରାବାଦକୁ ବୟକଟ କରିବା ପାଇଁ ପ୍ଲାଟଫର୍ମରେ ଏକ ଧାରା ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ...କାବ୍ୟା କେତେ ସମ୍ପତ୍ତିର ମାଲିକାଣୀ ? କାହିଁକି ସୋସିଆଲ ମିଡିଆରେ କରାଯାଉଛି ବିରୋଧ...  

ଭାରତ ବ୍ୟବସାୟିକ ଗୋଷ୍ଠୀ ‘ସନ ଗ୍ରୁପ୍‌’ ମାଲିକାନାରେ ଥିବା ସନରାଇଜର୍ସ ଲିଡ୍ସ ଦ୍ବାରା ପାକିସ୍ତାନୀ ସ୍ପିନର ଅବ୍ରାର୍‌ ଅହମ୍ମଦଙ୍କୁ କିଣିବାକୁ ନେଇ ନେଇ ବିବାଦ ଆରମ୍ଭ ହୋଇଯାଇଛି । ସୋସିଆଲ୍‌ ମିଡିଆରେ କମ୍ପାନିର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଉଛି । ଏପରିକି ପ୍ରଶଂସକମାନେ ଆଇପିଏଲ୍‌ରୁ ସନରାଇଜର୍ସ ହାଇଦ୍ରାବାଦକୁ ବାହାର କରିବାକୁ ଦାବି କରୁଛନ୍ତି । ସ୍ଥିତି ଏପରି ହୋଇଛି ଯେ ବାଧ୍ୟ ହୋଇ ସନରାଇଜର୍ସ ଲିଡ୍ସକୁ ନିଜର ‘ଏକ୍ସ’ ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିଛି । ତେବେ କେଉଁ କାରଣରୁ ଏହି ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି ସେ ନେଇ ଫ୍ରାଞ୍ଚାଇଜି ପକ୍ଷରୁ କୌଣସି କାରଣ ଦିଆଯାଇନାହିଁ । ତେବେ ନିୟମ ଉଲ୍ଲଙ୍ଘନ ପାଇଁ ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି ବୋଲି ‘ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି ।