ନୂଆଦିଲ୍ଲୀ,୦୯/୧୧; ତାଣ୍ଡବ ରଚିବାକୁ ମାଡ଼ି ଆସୁଛି ସୁପର ଟାଇଫୁନ୍ ଫୁଙ୍ଗ୍ ୱାଙ୍ଗ୍ । ଫିଲିପାଇନ୍ସରେ ଚଳିତବର୍ଷ ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୁଙ୍ଗ୍ ୱାଙ୍ଗ୍ ହିଟ୍ କରିବ । ଏହା ପୂର୍ବରୁ ଦେଶର ଉତ୍ତର-ପୂର୍ବାଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିଲାଣି । ଯାହା ପାଇଁ ବିଦ୍ୟୁତ ସେବା ଠପ୍ ହୋଇଛି । ବାତ୍ୟା କାଳମେଗୀ ୨୦୦ରୁ ଅଧିକ ଜୀବନ ନେଇଛି । ଏବେ ପୁଣି ଆଉ ଏକ ବାତ୍ୟା ମାଡ଼ିଆସୁଛି । ଫିଲିପାଇନ୍ସ ରାଷ୍ଟ୍ରପତି ବାତ୍ୟା କାଳମେଗୀ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଏବଂ ସୁପର ଟାଇଫୁନ୍ ଫୁଙ୍ଗ୍ ୱଙ୍ଗ୍ କାରଣରୁ ହେବାକୁ ଥିବା ସମ୍ଭାବ୍ୟ କ୍ଷତିକୁ ନଜରରେ ରଖି ଜରୁରୀ ସ୍ଥିତି ଘୋଷଣା କରିଛନ୍ତି । ଫୁଙ୍ଗ୍ ୱଙ୍ଗ ସହିତ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହୁଛି । ବାତ୍ୟା ଲ୍ୟାଣ୍ଡଫଲ କଲେ ପବନର ବେଗ ଆହୁରି ବଢିବା ନେଇ ଆକଳନ କରାଯାଇଛି ।
ସୁପର ଟାଇଫୁନ୍ ଫୁଙ୍ଗ୍ ୱଙ୍ଗ୍କୁ ଦୃଷ୍ଟିରେ ରଖି ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଫୁଙ୍ଗ୍ ୱଙ୍ଗ୍ ଫିଲିପାଇନ୍ସ ନିକଟବର୍ତ୍ତୀ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପହଞ୍ଚି ସାରିଛି । ପ୍ରଥମେ କାଳମେଗୀ ଝଡ଼ ତୋଫାନ କୋପରେ ଛାରଖାର ହୋଇଥିଲା ଫିଲିପାଇନ୍ସ । ଏଥିରେ ୨୦୪ ଜଣଙ୍କର ମୃତ୍ୟୁ ହୋଇଥିଲା । କାଳମେଗୀ ଏବେ ଭିଏତନାମରେ ପହଞ୍ଚିଛି । ସେଠାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଣ୍ଣାଡିଜ ମାର୍କୋସ ଜୁନିୟର କାଳଗାମୀରେ ହୋଇଥିବା କ୍ଷତି ଏବଂ ଫୁଙ୍ଗ୍ ୱଙ୍ଗ୍ କାରଣରୁ ହେବାକୁ ଥିବା ସମ୍ଭାବ୍ୟ କ୍ଷତିକୁ ନଜରରେ ରଖି ଜରୁରୀ ସ୍ଥିତି ଘୋଷଣା କରିଛନ୍ତି । ଫୁଙ୍ଗ୍ ୱଙ୍ଗ୍ ସ୍ଥଳଭାଗ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୨୩୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ବାତ୍ୟା କାଟାଣ୍ଡୁଆନେସ୍ ପ୍ରଦେଶର ଭିରାକ୍ ସହରରୁ ପ୍ରାୟ ୧୨୫ କିମି ଦୂରରେ ରହିଛି । କିନ୍ତୁ ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଛି ।
ରିପୋର୍ଟ ଅନୁଯାୟୀ, ରବିବାର ଅର୍ଥାତ୍ ଆଜି ବିଳମ୍ବିତ ରାତି କିମ୍ବା ସୋମବାର ସକାଳୁ ଇସାବେଲା ପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି । ସିଭିଲ୍ ଡିଫେନ୍ସ ଅଫିସ୍ର ବର୍ଣ୍ଣୋଡୋ ରାଫେଲିଟୋ ଆଲେଜାଣ୍ଡ୍ରୋ କହିଛନ୍ତି, ଫୁଙ୍ଗ୍ ୱାଙ୍ଗ୍ ପ୍ରଭାବରେ ପୂର୍ବାଞ୍ଚଳରେ ଅନେକ ସହର ଏବଂ ଗାଁରୁ ବିଦ୍ୟୁତ ସେବା ଠପ ହୋଇଛି । ବିକୋଲର ବିପଦପୂର୍ଣ୍ଣ ଗାଁରୁ ପ୍ରାୟ ୫୦ ହଜାର ପରିବାରକୁ ସ୍ଥାନାନ୍ତରଣ କରାଯାଇଛି । ବିପଦଗ୍ରସ୍ତ ପ୍ରଦେଶକୁ ବିମାନ ଉଡ଼ାଣ ବାତିଲ ରହିଛି । ୮୬ଟି ବନ୍ଦରରେ ୬,୬୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି । ତଟରକ୍ଷୀ ବିହାନୀ ଜାହଜଗୁଡ଼ିକୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।