ଚନ୍ଦନେଶ୍ଵର,୧୦/୬ : ବେଆଇନ ଭାବେ ଧାନ ବିକ୍ରିବେଳେ ଧରିଲା ଏନଫୋର୍ସମେଣ୍ଟ ଟିମ୍ । ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଯୋଗାଣ ବିଭାଗ । ୭୨କୁଇଣ୍ଟାଲ ଟୋକନ ରିଜେକ୍ଟ କଲେ ଭୋଗରାଇ ଯୋଗାଣ ଅଧିକାରୀ ସମେଶ୍ୱର ବେହେରା । ଭୋଗରାଇ ବାଡ଼ସରିସାରେ ନିଜ ପ୍ରାଇଭେଟ ମଣ୍ଡି କରି ଧାନ କିଣି ପୁରୁଷୋତ୍ତମପୁର ସେବା ସମବାୟ ସମିତି ସରକାରୀ ମଣ୍ଡିରେ ଛଦ୍ମ ଭେସରେ ୫୦କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଆଣିଥିଲେ ଗୌରହରି ଧଡ଼ା ।
ଇଂଜିନ ଚାଳିତ ରିକ୍ସାରେ ଧାନ ବିକ୍ରି ପାଇଁ ଯାଉଥିବାବେଳେ ଏନଫୋର୍ସମେଣ୍ଟ ଟିମ୍ ପିଛା କରି ଗାଡ଼ି ଗୁଡିକୁ ଧରି ପୁରୁଷୋତ୍ତମପୁର ମଣ୍ଡି ଆଗରେ ଧରି ଭୋଗରାଇ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ । ଯୋଗାଣ ଅଧିକାରୀ ଆସି ପୁରୁଷୋତ୍ତମପୁର ସେବା ସମବାୟ ରେ ତାଙ୍କର ୭୨ କୁଇଣ୍ଟାଲର ଟୋକାନକଜ ରିଜେକ୍ଟ କରିବା ସହିତ ଧାନ ଗାଡ଼ି ଗୁଡିକୁ ଫେରାଇ ଦେଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯୋଗାଣ ଅଧିକାରୀ ।