ନୂଆଦିଲ୍ଲୀ - ମଧ୍ୟ ପ୍ରଦେଶର ଭୋଜଶାଳା ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଶୀର୍ଷ କୋର୍ଟ ପରିସର ନିକଟରେ ମୁସଲମାନଙ୍କ ନମାଜ ପାଠ ପାଇଁ ଅନୁମତି ଦେଇଛନ୍ତି। ଏହାସହ ସର୍ବୋଚ୍ଚ ନାୟାଳୟ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଏବେ କାଏମ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି , ବର୍ତ୍ତମାନ ଆମେ ଦୁଇ ପକ୍ଷର ଅଧିକାର ଗୁଡ଼ିକୁ ଧ୍ୟାନରେ ରଖି ଆବେଦକ ପକ୍ଷ ଅର୍ଥାତ୍ ଆବେଦନକାରୀଙ୍କୁ ଏକ ଖୋଲା ସ୍ପେସ୍ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛୁ। ସେମାନେ ଅପରାହ୍ନ ୧ଟାରୁ ୩ଟା ଯାଏ ନମାଜ ପାଠ କରି ପାରିବେ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ,ଧାର୍ମିକ କାର୍ଯ୍ୟକ୍ରମ ବେଳେ ଉଭୟ ପକ୍ଷଙ୍କୁ ପରସ୍ପର ପ୍ରତି କୌଣସି ବାଧା ସୃଷ୍ଟି କରିବା କିମ୍ୱା ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ୍ ନୁହେଁ। ଏହି ବ୍ୟବସ୍ଥା ଅସ୍ଥାୟୀ। ଏହାର ଅନ୍ତିମ ନିଷ୍ପତ୍ତି ଅପିଲର ଅନ୍ତିମ ଫଳାଫଳ ଉପରେ ନିର୍ଭର କରିବ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଏସଆଇ କୋର୍ଟଙ୍କୁ ନ ଜଣାଇ ଗଠନରେ କୌଣସି ପରିବର୍ତ୍ତନ କରିବ ନାହିଁ। ନୋଟିସ ଜାରି କରାଯାଇଛି। ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ।
ଶୁଣାଣି ବେଳେ ମୁସଲିମ ପକ୍ଷଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ହୁଜେଫା ଅହମଦୀ ଯଥାସ୍ଥିତି (ମେଣ୍ଟେନାନ୍ସ)ର ଦାବି କରିଥିଲେ। ସେ କହିଥିଲେ ଏଏସଆଇ ଗଠନକୁ ବଦଳାଇ ପାରେ , ଏହା ଉପରେ ଯଥାସ୍ଥିତି ଦେଉ। ଏହାକୁ ନେଇ ସିଜେଆଇ କହିଥିଲେ ଯେ, ଠିକ୍ ଅଛି , ଗଠନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭୋଜଶାଳା ମାମଲାରେ, ମୁସଲିମ ପକ୍ଷ ମଧ୍ୟପ୍ରଦେଶ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମଙ୍ଗଳବାର ଦିନ ମାମଲାର ଶୁଣାଣି ହୋଇଥିଲା।
ଏହି ସମୟରେ ସିଜେଆଇ କହିଛନ୍ତି , ଆମକୁ ଏମିତି କୌଣସି ଆଦେଶ ପାରିତ କରିବା ଉଚିତ ନୁହେଁ, ଯେଉଁଥିରେ ବିବାଦ ସୃଷ୍ଟି ହେବ, ଦୁଇ ପକ୍ଷ ଧୈର୍ଯ୍ୟ ରଖନ୍ତୁ। ଆମେ ଏହି ମାମଲାର ପ୍ରତିଦିନ ଶୁଣାମି କରିବାକୁ ଓ ବିବାଦର ସମାଧାନ ବାହାର କରିବାକୁ ପ୍ରସ୍ତୁତ। ଏହା ଅତ୍ୟନ୍ତ ସମ୍ୱେଦନଶୀଳ ମାମଲା , ଏଥିପାଇଁ ଆମେ ପ୍ରତି ଶବ୍ଦର ଅତ୍ୟନ୍ତ ସାବଧାନତାର ସହ ପ୍ରୟୋଗ କରିବାକୁ ହେବ। ଆମେ ନୋଟିସ୍ ଜାରି କରିବୁ ଏବଂ ଏହି ସବୁ ମାମଲାକୁ ଫାଇନାଲ ଶୁଣାଣି ପାଇଁ ସେହି ତାରିଖରେ ତାଲିକାଭୁକ୍ତ କରିବୁ ,ଯେବେ ଦୁଇ ପକ୍ଷଙ୍କ ପାଖରେ ସମୟ ଥିବ। ମାମଲାର ଆଗାମୀ ଶୁଣାଣି ତିନି ସପ୍ତାହ ପରେ ହେବ।
ଆହୁରି ମଧ୍ୟ ପଢନ୍ତୁ - India UNSC Bid: ଜାତିସଂଘରେ ମହାଲଢ଼େଇ; ଭାରତ ବିରୋଧରେ ମୋର୍ଚ୍ଚାବନ୍ଦୀ କଲେ ଇସଲାମିକ୍ ଦେଶ, କାହାର ପଲ୍ଲା ଭାରି ?
ବରିଷ୍ଠ ଆଇନଜୀବୀ ହୁଜେଫା ଅହମଦୀ କହିଛନ୍ତି ଯେ, ୧୯୪୭ ମସିହାରୁ ବିବାଦୀୟ ନିଷ୍ପତ୍ତି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହି ଥିଲା। ହାଇକୋର୍ଟ ଆମକୁ ସୁପ୍ରିମକୋର୍ଟଙ୍କ ପାଖକୁ ଯିବା ପାଇଁ ଟିକିଏ ବି ସମୟ ଦେଇ ନଥିଲେ। ASI ର ୨୦୦୩ ଆଦେଶରେ କୁହାଯାଇଥିଲା ଯେ ସପ୍ତାହରେ ଥରେ, ଶୁକ୍ରବାର ଦିନ ନମାଜ ପାଠ କରାଯାଇ ପାରିବ ଏବଂ ମଙ୍ଗଳବାର ଦିନ ନମାଜ ପାଠ କରାଯାଇପାରିବ। ଆଜି, ଆମକୁ ସମ୍ପୂର୍ଣ୍ଣ ଭାବରେ ବାଦ ଦିଆଯାଇଛି। ଏହା ଅତ୍ୟନ୍ତ ଅନ୍ୟାୟ। ମୁଖ୍ୟ ପ୍ରସଙ୍ଗ ହେଉଛି ଏକ ରିଟ୍ ପିଟିସନ୍ ଦାୟର କରାଯାଇପାରିବ କି ନାହିଁ। ASI ର ରିପୋର୍ଟ ଉପରେ ବିଶ୍ୱାସ କରାଯାଇ ପାରିବ କି? ସେମାନଙ୍କୁ କ'ଣ ଜେରା କରାଯାଇପାରିବ ନାହିଁ? ଏଥିରେ CJI କହିଛନ୍ତି, "ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା। ଆମେ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆବେଦନ ଉପରେ ନୋଟିସ୍ ଜାରି କରୁଛୁ।"