ପ୍ରମୂଖ ଖବର
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

କାଉଡି ଯାତ୍ରା ମାର୍ଗରେ ସବୁ ହୋଟେଲର ଲାଇସେନ୍ସ ଓ ପଞ୍ଜିକରଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

Published By : Harapriya Biswal | July 22, 2025 3:08 PM

ନୂଆଦିଲ୍ଲୀ,୨୨।୭: କାଉଡି ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଯାତ୍ରା ରୁଟରେ ଦୋକାନ ଓ ଢାବା ମାଲିକଙ୍କୁ ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦର୍ଶନ କରିବାକୁ ପଡିବ ବୋଲି ଆଜି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  ସେଭଳି କ୍ୟୁଆର କୋଡ୍ ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାରଙ୍କୁ ମିଳିଛି ଆଶ୍ବସ୍ଥି। ଯଦିଓ ସ୍କାନର ଲଗାଯିବା ବାଧ୍ୟତାମୂଳକ ବୋଲି କହିନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କିନ୍ତୁ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଏକ ପ୍ରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି।

କ୍ୟୁଆର କୋଡ୍ ପ୍ରସଙ୍ଗରେ,ୟୁପି ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଧରଣର ଆଶ୍ବସ୍ତି । ଯଦିଓ ସୁପ୍ରିମକୋର୍ଟ ଏହାକୁ ବାଧ୍ୟତାମୂଳକ ବୋଲି କହିନାହାନ୍ତି ତେବେ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏହା ସହ କୋର୍ଟ କହିଛନ୍ତି, ଆଜି କାଉଡି ଯାତ୍ରାର ଶେଷ ଦିନ। ଏହା ସରିବାକୁ ଯାଉଥିବାରୁ ଯାତ୍ରା ରୁଟରେ ଦୋକାନ ଓ ଢାବା ମାଲିକଙ୍କୁ  ଲାଇସେନ୍ସ ଏବଂ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦର୍ଶନ ପଡିବ ।  QR କୋଡ୍ ପ୍ରସଙ୍ଗ ଏପର୍ଯ୍ୟନ୍ତ ବିଚାର କରାଯାଇନାହିଁ ଏବଂ ମୁଖ୍ୟ ଆବେଦନର ଶୁଣାଣି ସମୟରେ ଏହା ଉପରେ ବିଚାର କରାଯାଇପାରିବ। ମୁଖ୍ୟ ଆବେଦନଟି ଏବେ ବି କୋର୍ଟରେ ବିଚାରାଧୀନ ଅଛି।’  

ପ୍ରତିବର୍ଷ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଶିବ ଭକ୍ତଙ୍କ ଦ୍ୱାରା କରାଯାଉଥିବା କାଉଡି ଯାତ୍ରା ସମୟରେ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ଯାତ୍ରା ରାସ୍ତାରେ ଥିବା ଭୋଜନାଳୟ, ଢାବା ଏବଂ ଦୋକାନଗୁଡ଼ିକୁ QR କୋଡ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି QR କୋଡ୍ ସ୍କାନ କରିବା ଦ୍ୱାରା ଦୋକାନ ମାଲିକଙ୍କ ନାମ, ଧର୍ମ ଏବଂ ଅନ୍ୟାନ୍ୟ ସୂଚନା ଜଣାପଡିବ। ସରକାରଙ୍କ ଯୁକ୍ତି ଥିଲା ଯେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦୋକାନର ସ୍ୱଚ୍ଛତା ବିଷୟରେ ତୀର୍ଥଯାତ୍ରୀମାନଙ୍କୁ ସୂଚନା ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଶିକ୍ଷାବିତ୍ ଅପୂର୍ବାନନ୍ଦ ଝା, ଆସୋସିଏସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ସିଭିଲ୍ ରାଇଟ୍ସ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଅନ୍ୟମାନଙ୍କ ଦ୍ୱାରା ଆବେଦନ କରାଯାଇଥିଲା। ଆବେଦନକାରୀମାନେ କହିଛନ୍ତି ଯେ ଦୋକାନୀଙ୍କ ନାମ ପ୍ରଦର୍ଶିତ କରିବାର ଅର୍ଥ ହେଉଛି ଭେଦଭାବର ସଙ୍କେତ।  ସରକାରଙ୍କ ଏହି ନିଷ୍ପତ୍ତି ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି କରିବ।  ଉଲ୍ଲେଖନୀୟ ଯେ ଗତ ବର୍ଷ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ସମାନ ନିର୍ଦ୍ଦେଶ ଉପରେ ରୋକ ଲଗାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.