ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଆପଣ କଣ ଚାହୁଁଛନ୍ତି କି ଶ୍ରମିକ ଭୋକରେ ମରନ୍ତୁ ? ପ୍ରଦୂଷଣ ଶୁଣାଣିରେ ସୁପ୍ରିମକୋର୍ଟଙ୍କ ଦିଲ୍ଲୀ ସରକାରଙ୍କୁ ତାଗିଦ୍‌

Published By : Prameya | December 5, 2024 5:32 PM

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଆଜି ହୋଇଛି ଶୁଣାଣି। ଏହି ସମୟରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କରିଛନ୍ତି ତାଗିଦ୍‌। ଏହାସହ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ପଚାରିଛନ୍ତି- ଆମର ଆଦେଶ ପରେ ଆପଣ ନିର୍ମାଣ ଶ୍ରମିକଙ୍କୁ ନିଜର ରେଜିଷ୍ଟର୍ଡ କରିବା ପାଇଁ ଗୋଟିଏ ବି ନୋଟିସ୍‌ ଜାରି କରିଛନ୍ତି କି ? ଏହା ଉପରେ ମୁଖ୍ୟ ସଚିବ କହିଛନ୍ତି କି, ସେ ସମ୍ୱନ୍ଧିତ ବିଭାଗର ସଚିବଙ୍କୁ ଏହି ବିଷୟରେ ପଚାରିବେ। ହେଲେ ଆଦେଶ ପରେ କୌଣସି ନୋଟିସ୍‌ ଜାରି କରାଯାଇ ନାହିଁ। 

ଏନେଇ କଣ ରାସ୍ତା ରହିଛି , କୋର୍ଟ ପଚାରିଛନ୍ତି ? ଏହା ଉପରେ ଚିଫ୍‌ ସେକ୍ରେଟାରୀ କହିଛନ୍ତି ଯେ, ଆମେ ନୋଟିସ୍‌ ଜାରି କରିବୁ। ଆମେ ନିର୍ମାଣ ଶ୍ରମିକଙ୍କୁ କାମ ଦେଉଥିବା ଏଜେନ୍ସିଙ୍କୁ ସୂଚିତ କରିଛୁ। ୟୁନିୟନକୁ ସୂଚିତ କରାଯାଇଛି। କୋର୍ଟ ପଚାରିଛନ୍ତି , କେତେ ସଂଖ୍ୟକ ୟୁନିୟନକୁ ସୂଚିତ କରାଯାଇଛି ଏବଂ କେବେ ? ଏହାର ଜବାବରେ ମୁଖ୍ୟ ସଚିବ କୋର୍ଟଙ୍କୁ କହିଛନ୍ତି ଯେ, ୩୫ଟି ୟୁନିୟନକୁ ସୂଚିତ କରାଯାଇଛି ଏବଂ ତାଙ୍କୁ ଆସନ୍ତାକାଲି ଇନଫର୍ମ କରାଯାଇଛି। ୨ ଡିସେମ୍ୱରରେ ଆମର ବୋର୍ଡ ମିଟିଂ ହୋଇଛି ଏବଂ ସେତେବେଳେ ମଧ୍ୟ ତାଙ୍କୁ ସୂଚିତ କରାଯାଇ ଥିଲା। 

ସୁପ୍ରିମକୋର୍ଟ ଦିଲ୍ଲୀର ଚିଫ୍‌ ସେକ୍ରେଟାରୀଙ୍କୁ ପଚାରିଛନ୍ତି ଯେ , ଆମେ ଆପଣଙ୍କ ବୟାନକୁ ରେକର୍ଡକୁ ନେବା ଉଚିତ୍‌ କି, ଦିଲ୍ଲୀରେ କେବଳ ୯୦ ହଜାର କନଷ୍ଟ୍ରକସନ ୱାର୍କର ଅଛନ୍ତି ? ଯଦି ଏହା ମିଛ ସାବ୍ୟସ୍ତ ହୁଏ ତ ଏହାର ପରିମାଣ ଆପଣ ଜାଣନ୍ତୁ। ଦିଲ୍ଲୀ ଚିଫ୍‌ ସେକ୍ରେଟାରୀ କହିଛନ୍ତି ଯେ, ଆମ ଏହାକୁ ପୁଣି ଥରେ ଭେରିଫାଏ କରିବୁ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି କି, ଆପଣଙ୍କୁ ଜଣାନାହିଁ କି, ୯୦ ହଜାର ବ୍ୟତୀତ ଆହୁରି ମଧ୍ୟ କର୍ମଚାରୀ ଅଛନ୍ତି, ଦିଲ୍ଲୀ ସରକାର ଜାଣିବାକୁ କୌଣସି ଚେଷ୍ଟା ମଧ୍ୟ କରିନାହିଁ।

ଦିଲ୍ଲୀ ସରକାରଙ୍କର ମୁଖ୍ୟ ସଚିବ କହିଛନ୍ତି ଯେ, ପୋର୍ଟାଲରେ ରେଜିଷ୍ଟର ୯୦୬୯୩ ଶ୍ରମିକଙ୍କୁ ୨ହଜାର ଟଙ୍କା ହିସାବରେ ପ୍ରତ୍ୟେକ ଶ୍ରମିକଙ୍କୁ ପେମେଣ୍ଟ କରାଯାଇଛି, ଅବଶିଷ୍ଟ ୬ ହଜାର ରାଶିର ପେମେଣ୍ଟ ଖୁବ୍‌ ଶୀଘ୍ର କରାଯିବ। ଏହା ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଚିଫ୍‌ ସେକ୍ରେଟାରୀଙ୍କୁ ପଚାରିଛନ୍ତି ଯେ, କେବଳ ୨୦୦୦ ଟଙ୍କା ଦିଆ ଯାଇଛି ? ବାକି ରାଶି ଶ୍ରମିକଙ୍କୁ କାହିଁକି ଦିଆ ଯାଇ ନାହିଁ। ଆପଣ କଣ ଚାହୁଁଛନ୍ତି ଶ୍ରମିକ ଭୋକିଲାରେ ମରି ଯାଆନ୍ତୁ ? ଏହା କୋର୍ଟର ଅବମାନନା , ଆମେ ଅବମାନନା ନୋଟିସ୍‌ ଜାରି କରିବୁ। ଯଦି ଆପଣଙ୍କ ବୟାନ ମିଛ ସାବ୍ୟସ୍ତ ହୁଏ ତ, ଆପଣ ଜାଣିବେ ଯେ ଫଳ କଣ ହେବ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.