ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର କମେଡିଆନ ସମୟ ରୈନାଙ୍କ ସମେତ ମୋଟ ପାଞ୍ଚ ଜଣ କମେଡିଆନଙ୍କ ଉପରେ କଡ଼ା ଆକ୍ସନ ନେଇଛନ୍ତି। ସେମାନଙ୍କୁ ୩-୩ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି। ଏଥିରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବିପୁଲ ଗୋୟଲ, ବଳରାଜ ପରମଜିତ ସିଂହ ଘଇ , ସୋନାଲୀ ଠକ୍କର ଓ ନିଶାନ୍ତ ତନୱରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ। ଏ ସମସ୍ତଙ୍କୁ ଦୁଇ ସପ୍ତାହ ଭିତରେ ଏହି ଅର୍ଥ ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଦେଶର ପାଳନ ନକଲେ ଜୋରିମନା ରାଶିରେ ବୃଦ୍ଧି ହୋଇ ପାରେ। ଏହି ସମସ୍ତଙ୍କୁ ଏହି ଜୋରିମାନା ସୁପ୍ରିମକୋର୍ଟଙ୍କ ସେହି ଆଦେଶର ଉଲ୍ଲଂଘନରେ ଶୁଣାଯାଇଛି ,ଯେଉଁଥିରେ କୁହାଯାଇ ଥିଲା ଯେ, ସେମାନେ ତାଙ୍କର ଶୋ ବେଳେ ଦୁଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରିବେ।
ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲା ବାଗଚୀ ଓ ଜଷ୍ଟିସ୍ ଭି ମୋହନ ଏହି ଆଦେଶ ପାରିତ କରି ଥିଲେ। କୋର୍ଟ କ୍ୟୋର ଏସଏମଏ ଇଣ୍ଡିଆ ଫାଉଣ୍ଡେସନ ଦ୍ୱାରା ଜାରି ପିଟିସନ ଉପରେ ଶୁଣାଣି କରୁ ଥିଲେ। ଏହି ପିଟିସନରେ ଅଭିଯୋଗ ଲଗାଯାଇଛି ଯେ, ସମୟ ରୈନା ମେରୁଦଣ୍ଡର ଏକ ଗୁରୁତର ରୋଗର ମହଙ୍ଗା ଚିକିତ୍ସାକୁ ନେଇ ଥଟ୍ଟାମଜା କରିଥିଲେ। ଏହା ବ୍ୟତୀତ ଏହି ରୋଗରେ ପୀଡ଼ିତ ଦିବ୍ୟାଙ୍ଗଙ୍କ ଥଟ୍ଟା କରିବା ଅଭିଯୋଗ ମଧ୍ୟ ସମୟ ରୈନାଙ୍କ ଉପରେ ରହିଛି। ଆବେଦନରେ ଏମିତି ଅନଲାଇନ କଣ୍ଟେଣ୍ଟର ପ୍ରସାରଣ ପାଇଁ ନିୟମ ଗଠନ କରିବାକୁ ଦାବି କରାଯାଇଛି ,ଯାହା ଦିବ୍ୟାଙ୍ଗଙ୍କ ଜୀବନ ଓ ସମ୍ମାନର ଅଧିକାରକୁ ଉଲ୍ଲଂଘନ କରୁଛି।
ନଭେମ୍ୱର ୨୦୨୫ମସିହାରେ , ରୈନା ଓ ଅନ୍ୟ କମେଡିଆନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ସେମାନେ ପ୍ରତି ମାସରେ ଅତି କମରେ ୨ଟି ଇଭେଣ୍ଟ ଆୟୋଜିତ କରନ୍ତୁ , ଯାହାକି ଦିବ୍ୟାଙ୍ଗଙ୍କ ଚିକିତ୍ସା ପାଇଁ ସ୍ଥାପିତ କୋଷ ପାଇଁ ଫଣ୍ଡ ସଂଗ୍ରହ କରାଯାଇ ପାରିବ। ଏହା ବ୍ୟତୀତ ତାଙ୍କୁ ଦିବ୍ୟାଙ୍ଗ ଲୋକଙ୍କୁ ନିଜ ପ୍ରୋଗ୍ରାମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ଥିଲା।
ଜୋରିମାନାର ନିଷ୍ପତ୍ତି ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି , ଆମେ ଭାବୁଛୁ ଯେ, କମେଡିଆନ ସମୟ ରୈନା କୋର୍ଟଙ୍କୁ ଗୁରୁତର ସହ ନେଇ ନାହାନ୍ତି। ସେ ଆମର ଆଦେଶ ଗୁଡ଼ିକର ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି।ସମୟ ରୈନାଙ୍କ ସହ ଶୀର୍ଷ କୋର୍ଟ ୟୁଟ୍ୟୁବର ରଣବୀର ଅଲାହାବାଦିଆଙ୍କୁ ମଧ୍ୟ ତାଗିଦ କରିଛନ୍ତି। କୋର୍ଟ କହିଛନ୍ତି ଏହି ଦୁଇ ଜଣ ନିଜକୁ ଯୁବବର୍ଗଙ୍କ ଆଦର୍ଶ ଭାବନ୍ତି। କିନ୍ତୁ ମୋତେ ବୁଝାପଡ଼ୁନାହିଁ ଏମାନେ କେଉଁ ପ୍ରକାରର ୟୁଥ୍ ଆଇକନ। ଏସଜି ତୁଷାର ମେହଟ୍ଟା କହିଛନ୍ତି , ଆମର ଯୁବବର୍ଗଙ୍କ ପାଖରେ ଏମାନଙ୍କ ଠାରୁ ଭଲ ରୋଲ୍ ମଡେଲ ଅଛନ୍ତି।
ଆବେଦନକାରୀ ସଙ୍ଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ ପକ୍ଷ ରଖିଥିଲେ। ସେ ଦାବି କରିଥିଲେ ଯେ, ସମୟ ରୈନା କେବେ ବି କୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶୋ’କୁ ଡାକିବା ପାଇଁ ସଂପର୍କ କରିନାହାନ୍ତି। ବରଂ ରୈନାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି , ଦିବ୍ୟାଙ୍ଗ ଲୋକଙ୍କ ପାଇଁ ୯ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି।ଏହାକୁ ନେଇ ସଙ୍ଗଠନର ଓକିଲ କହିଛନ୍ତି , ଆମେ ତାଙ୍କ ଠାରୁ କୌଣସି ଟଙ୍କା ଚାହୁଁ ନାହୁଁ। ଏହି ଖଣ୍ଡପୀଠ ରୈନାଙ୍କ ଓକିଲଙ୍କୁ କହିଥିଲେ ଯେ, ଆପଣଙ୍କୁ ମିସ୍ ଅପରାଜିତା ସିଂହଙ୍କ କ୍ଲାଇଣ୍ଟଙ୍କୁ ଡ଼କାଇବାର ଥିଲା ଏବଂ ଶୋ କରିବାର ଥିଲା। ଏବେ ଆପଣ ଏହି ସନ୍ଦେସ ଦେଉଛନ୍ତି ଯେ, ତାଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ଯଦି ଆପଣ ତାଙ୍କର ବିକଳାଙ୍ଗତାର ବ୍ୟବହାର ନିଜର ବ୍ୟବସାୟିକ ଭାଷଣର ମୌଳିକ ଅଧିକାରକୁ କ୍ରୟ କରିବାକୁ କଲେ ..ତ ତାଙ୍କର ଗରିମାର ମୌଳିକ ଅଧିକାର କଣ ରହିଲା ?
ଆହୁରି ମଧ୍ୟ ପଢନ୍ତୁ - ମୁସଲମାନଙ୍କୁ ନମାଜ ପାଠ ପାଇଁ ଅନୁମତି , କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତି ରହିଲା କାଏମ
ଖଣ୍ଡପୀଠ କହିଛନ୍ତି , ଆମର ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ, ସମୟ ରୈନା କୋର୍ଟଙ୍କୁ ଭ୍ରମିତ କରିଛନ୍ତି। ସେ ଏହି କୋର୍ଟ ସମ୍ମୁଖରେ ଦେଇଥିବା ବୟାନ ବା ଶପଥ ପତ୍ରର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଖଣ୍ଡପୀଠ ସମୟ ରୈନା ଓ ଅନ୍ୟ ସମ୍ୱନ୍ଧିତ ଲୋକଙ୍କୁ ଭବିଷ୍ୟତରେ ନିଜର ଆଚରଣ ପ୍ରତି ସାବଧାନ ରହିବାକୁ ଚେତାବନୀ ଦେଇଛନ୍ତି। ପୀଠ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପ୍ରେରକ ଓ ସଫଳ ଜୀବନ ଯାତ୍ରା ଉପରେ ଆଧାରିତ ଦୁଇଟି କାର୍ଯ୍ୟକ୍ରମ କିମ୍ୱା ଶୋ କରନ୍ତୁ, ଯାହାକି ଦିବ୍ୟାଙ୍ଗ ବ୍ୟକ୍ତି , ବିଶେଷକରି ସ୍ପାଇନାଲ ମସ୍କୁଲାର ଏଟ୍ରୋଫି (ଏସଏମଏ)ରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରାଯାଇ ପାରିବ।