ନୂଆଦିଲ୍ଲୀ: ଯଦି କୌଣସି ପିଲାଙ୍କ ବାପା-ମାଆ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ତାହେଲେ ତାଙ୍କ ପିଲାଙ୍କୁ କାହିଁକି ମିଳିବ ସଂରକ୍ଷଣ ? ଓବିସି ସଂରକ୍ଷଣର ‘କ୍ରିମି ଲେୟାର’ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଓବିସି ସଂରକ୍ଷଣ ଉପରେ ଉପରେ ଏଭଳି କଡ଼ା ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯଦି କୌଣସି ପିଲାର ବାପା-ମାଆ ଆଇଏଏସ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ତାହେଲେ ତାଙ୍କ ସନ୍ତାନକୁ କାହିଁକି ସଂରକ୍ଷଣ ମିଳିବ ବୋଲି କହିଛନ୍ତି । ସାମାଜିକ ଓ ଶୈକ୍ଷିକ ପ୍ରଗତି ଭିତ୍ତିରେ ଏହି ବ୍ୟବସ୍ଥାର ପୁନର୍ବିଚାର ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଓବିସି ସଂରକ୍ଷଣ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ ଗତିଶୀଳତା (Social Mobility) ଏବଂ ସଂରକ୍ଷଣର ପ୍ରକୃତ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି।
ଏହାସହ କହିଛନ୍ତି କି, ଯଦି କୌଣସି ସଂରକ୍ଷଣ ଅଧିନରେ ଆସୁଥିବା ପିଲାର ମାତା-ପିତା ଦୁହେଁ ଭାରତୀୟ ପ୍ରଶାସନିକ ସେବା (IAS) ଭଳି ସର୍ବୋଚ୍ଚ ପଦବୀରେ ଅଛନ୍ତି, ତେବେ ସେମାନଙ୍କ ପରିବାର ଆର୍ଥିକ ଏବଂ ସାମାଜିକ ସ୍ତରରେ ସୁଦୃଢ଼ ହୋଇସାରିଛି। ଏଭଳି ସ୍ଥିତିରେ ସେମାନଙ୍କ ପିଲାମାନଙ୍କୁ ସଂରକ୍ଷଣ ବଳୟରୁ ବାହାର କରାଯିବା ଉଚିତ, ଯେପରି ପ୍ରକୃତ ପଛୁଆ ବର୍ଗର ପିଲାମାନେ ଏହାର ଲାଭ ପାଇପାରିବେ। ଶୈକ୍ଷିକ ଏବଂ ଆର୍ଥିକ ସଶକ୍ତୀକରଣ ହିଁ ସମାଜରେ ପରିବର୍ତ୍ତନ କିମ୍ବା ସାମାଜିକ ସ୍ତରର ଉନ୍ନତି ଆଣିଥାଏ। ଯଦି ଗୋଟିଏ ପିଢ଼ି ଏହି ସଫଳତା ପାଇସାରିଛି, ତେବେ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷଣ ଦାବି କରିବା ଦ୍ୱାରା ଏହି ବ୍ୟବସ୍ଥାର ଅନ୍ତ କେବେ ହେବ ନାହିଁ।
ସମାଜର ବିକାଶ ସହିତ ସଂରକ୍ଷଣର ନିୟମାବଳୀରେ ମଧ୍ୟ ପରିବର୍ତ୍ତନ ଆସିବା ଦରକାର। ଏହା ଏକ ଏଭଳି ସମ୍ବେଦନଶୀଳ ବିଷୟ, ଯାହା ଉପରେ କୋର୍ଟ ଏବଂ ସରକାର ଧ୍ୟାନ ଦେବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି । ଯଦି କୌଣସି ପିଲାର ମାତା-ପିତା ସିଧାସଳଖ ଗ୍ରୁପ୍-A କିମ୍ବା କ୍ଲାସ୍-୧ ଅଫିସର (ଯେପରିକି IAS, IPS, IFS) ଭାବେ ନିଯୁକ୍ତ ହୋଇଛନ୍ତି କିମ୍ବା ୪୦ ବର୍ଷ ବୟସ ପୂର୍ବରୁ ଗ୍ରୁପ୍-B ପଦବୀରୁ ପ୍ରମୋଶନ ପାଇଛନ୍ତି, ତେବେ ସେମାନଙ୍କ ପିଲାମାନେ କ୍ରିମି ଲେୟାର୍ ଅନ୍ତର୍ଭୁକ୍ତ ।
ଏହାସହ ପଢ଼ନ୍ତୁ : Crime News: ଅମିତାଭ,ଅମିରଙ୍କ କୋ-ଷ୍ଟାର ଥିଲା ଫେରାର କଏଦୀ, ୧୨ ବର୍ଷ ପରେ ଧରିଲା ପୁଲିସ