ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଛି। ଏହି ସମୟରେ କୋର୍ଟରେ ଗୋଟିଏ ପ୍ରଶ୍ନ ମଧ୍ୟ ଉଠିଛି ଯେ, କୋଇଲା ଆଧାରିତ ଥର୍ମାଲ ପାୱାର ପ୍ଲାଣ୍ଟ ଗୁଡ଼ିକୁ ଦିଲ୍ଲୀ ସୀମାର ୩୦୦ କିଲୋମିଟର ପରିସରରୁ ଦୂରେଇ ରଖା ଯାଇଛି। ପ୍ରସ୍ତାବ ଆସିଛି ଯେ, ଏମିତି କୌଣସି ବି ପ୍ଲାଣ୍ଟ ଦିଲ୍ଲୀର ୩୦୦ କିଲୋମିଟରର ପରିଧିରେ ସ୍ଥାପିତ କରାନଯାଉ। ଏହା ଉପରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ଏହା ବ୍ୟତୀତ କୋର୍ଟ ୟୁପି, ହରିଆଣା , ରାଜସ୍ଥାନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ କୋଇଲା ଅଧାରିତ ଉଦ୍ୟୋଗକୁ ନେଇ ସାର୍ବଜନିକ ନୋଟିସ୍ ଜାରି କରନ୍ତୁ। ଏହି ସମୟରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ, କୋଇଲା ଆଧାରିତ ଉଦ୍ୟୋଗ ଗୁଡ଼ିକୁ ଦିଲ୍ଲୀ –ଏନସିଆରରୁ ବାହାର କରି ଦିଆ ଯାଉ।

ଆହୁରି ମଧ୍ୟ ପଢନ୍ତୁ : ରହିବାକୁ ଥିଲା ଛୋଟ ଘର , ଅଭାବୀ ପରିବାରରେ ବିତିଥିଲା ପିଲାଦିନ ... ୟୁଟ୍ୟୁବର ତିଆରି କଲେ ଆକର୍ଷଣୀୟ ହାଇଟେକ୍ ବଙ୍ଗଳା

ଏହା ଉପରେ ଖଣ୍ଡପୀଠ କେନ୍ଦ୍ରୀୟ ମନ୍ତ୍ରଣାଳୟ ଠାରୁ ଜବାବ ମାଗିଛନ୍ତି ଏବଂ ପଚାରିଛନ୍ତି ଯେ, କେମିତି ଏହିସବୁ ଉଦ୍ୟୋଗ ଗୁଡ଼ିକୁ ବାହାର କରାଯାଇ ପାରିବ। ଏମିତି ସମ୍ଭବ ହୋଇ ପାରିବ ନା ନାହିଁ। ଏହି ସମୟରେ ଦିଲ୍ଲୀ –ଏନସିଆରରେ ଯାନବାହନ ଯାତାୟାତ ଯୋଗୁଁ ପ୍ରଦୂଷଣ ବୃଦ୍ଧି ହେବାର ପ୍ରଶ୍ନ ମଧ୍ୟ ଉଠିଥିଲା। ଖଣ୍ଡପୀଠ କହିଛନ୍ତି ଏହାର ପରୀକ୍ଷଣ କରାଯିବାର ଆବଶ୍ୟକ ରହିଛି। କୋର୍ଟ ଏବେ ଏହି ମାମଲାରେ ଶୁଣାଣି ପାଇଁ ୧୨ ମାର୍ଚ୍ଚର ତାରିଖ ସ୍ଥିର କରିଛନ୍ତି। ସୁପ୍ରିମକୋର୍ଟ ସମ୍ୱନ୍ଧିତ ସରକାରଙ୍କୁ ଏହା ମଧ୍ୟ ପଚାରିଛନ୍ତି, କେମିତି ଏନସିଆରରେ ବାୟୁ ପ୍ରଦୂଷଣ ହ୍ରାସ ପାଇବ। ବିଶେଷକରି କଷ୍ଟ୍ରକ୍ସନ ଓ ନିର୍ମାଣ ଭଙ୍ଗା ଯିବାରୁ ଉଡ଼ୁଥିବା ଧୂଳିକୁ ହ୍ରାସ କରାଯାଇ ପାରିବ। ଏହି ସମ୍ୱନ୍ଧରେ କୋର୍ଟଙ୍କୁ ମଧ୍ୟ ପ୍ରଶ୍ନ ପଚରା ଯାଇଥିଲା।

ସୁପ୍ରିମକୋର୍ଟ ରାଜସ୍ଥାନ , ହରିଆଣା , ଦିଲ୍ଲୀ ଓ ୟୁପିର ସରକାରଙ୍କୁ କହିଛନ୍ତି ଯେ, ଆପଣ କୋଇଲା ଆଧାରିତ ଉଦ୍ୟୋଗ ଗୁଡ଼ିକରୁ ହେଉଥିବା ପ୍ରଦୂଷଣକୁ ନେଇ ସାର୍ବଜନିକ ନୋଟିସ୍ ମଧ୍ୟ ଜାରି କରିବାକୁ ଦାବି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଏହା ଉପରେ ବିଚାର କରାଯିବା ଜରୁରୀ ରହିଛି। ମୁଖ୍ୟ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ୍ ବିପୁଲ ପଞ୍ଚୋଲିଙ୍କ ପୀଠ କହିଛନ୍ତି ଯେ, ଆମେ ୧୨ ମାର୍ଚ୍ଚରେ ଏହି ସମ୍ୱନ୍ଧରେ ଆଲୋଚନା କରିବୁ ଯେ, ଯାନବାହନରୁ ବାୟୁ ପ୍ରଦୂଷଣ କେତେ ବଢୁଛି।ଏହି ସମ୍ୱନ୍ଧରେ ସିଏକ୍ୟୁଏମ୍ ଅର୍ଥାତ୍ କମିଶନ ଫରଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ପକ୍ଷରୁ ରିପୋର୍ଟ ଦିଆ ଯାଇ ଥିଲା। ପୀଠ ଏହି ରିପୋର୍ଟ ଉପରେ ଅନେକ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି।