ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନିଖୁଣ ସର୍ଭେ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ଦାୟିତ୍ଵରେ ଖିଲାପ କଲେ କ୍ଷମା ନାହିଁ : ରାଜସ୍ୱ ମନ୍ତ୍ରୀ

Published By : Rasmita Pradhan | October 26, 2024 12:03 PM

ଭୁବନେଶ୍ଵର, ୨୬/୧୦ : ମହଙ୍ଗା ପଡ଼ିଲା ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା। ବାତ୍ୟା ସମୟରେ ଡ୍ୟୁଟିରେ ଖିଲାପ କରି ସସପେଣ୍ଡ୍ ହେଲେ ୪ ଅଧିକାରୀ। ୩ ଆରଆଇଙ୍କ ସମେତ ଜଣେ ପିଇଓ ନିଲମ୍ଵିତ ହୋଇଛନ୍ତି। ଏନେଇ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ସୂଚନା ଦେଇଛନ୍ତି। 

ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ଦାୟିତ୍ଵରେ ଖିଲାପ କରୁଛନ୍ତି କ୍ଷମା ନାହିଁ। ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ। ଆଜି ଏରିୟଲ ସର୍ଭେ କରାଯିବ। ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ। ଜିଲ୍ଲାପାଳ ଓ ୪ ବିଭାଗକୁ ନିଖୁଣ ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାର କ୍ଷୟକ୍ଷତି ହୋଇଛି ଯେମିତି ବାଦ୍ ନପଡିବେ ସେଥିପ୍ରତି ଧ୍ୟାନ ଦିଆଯିବ। ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ। ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଲଗାଣ ବର୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। 

ରାଜସ୍ୱ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମଣିଷ ପଶୁଙ୍କ ପାଇଁ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ୨୨୦୦ ପ୍ରସବ ହୋଇଛି। ଭିତରକନିକାରେ ଗଛ ନଥିଲେ ବାତ୍ୟାର ପ୍ରକୋପ ବେଶୀ ଥାନ୍ତା। ବାତ୍ୟାରେ ୨ଟି ଟାୱାର ନଷ୍ଟ ହୋଇଛି। ଗୋଟିଏ ଗାଈ ସାପ କାମୁଡାରେ ମରିଛି। ଗୋଟିଏ ଚୋରି ଓ ଅସଦାଚରଣର ରିପୋର୍ଟ ଆସିନି। ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ। ସର୍ଭେ ପାଇଁ କେନ୍ଦ୍ରରୁ ଟିମ୍ ଆସିବେ। ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି। ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ । ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକ ରହିବା ପାଇଁ ବ୍ୟବସ୍ଥା ହୋଇଛି। ପଶୁମାନଙ୍କୁ ଭ୍ୟାକ୍ସିନ ପାଇଁ ବ୍ୟବସ୍ଥା ହୋଇଛି। ବନ୍ୟା ପାଇଁ ମୟୁରଭଞ୍ଜ ବୁଢା ବଳଙ୍ଗକୁ ନଜରରେ ରଖିଛୁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.