ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ୧୫ ଅଗଷ୍ଟରେ ପାଳନ କରାଯିବ । ଏହାର ୨ ଦିନ ପରେ ୧୭ ଅଗଷ୍ଟରେ ଗ୍ରହଙ୍କ ରାଜା ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଜ୍ୟୋତିଷ ଗଣନାନୁସାରେ ସୂର୍ଯ୍ୟ ୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ । ଯାହା କେତୁଙ୍କ ଗ୍ରହ ନକ୍ଷତ୍ର ବୋଲି କୁହାଯାଏ । ସୂର୍ଯ୍ୟଙ୍କ କେତୁଙ୍କ ନକ୍ଷତ୍ରରେ ପ୍ରବେଶର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ତେବେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଶୁଭଫଳ ମିଳିବ । ତେବେ ଜାଣନ୍ତୁ ଜନ୍ମାଷ୍ଟମୀ ପରେ ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ କେଉଁ କେଉଁ ରାଶି ଭାଗ୍ୟବାନ୍ ହେବେ..
କର୍କଟ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।
ସିଂହ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ନୂଆ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ସଫଳତା ସହ ଅଟକି ଥିବା କାମ ପୂରଣ ହେବ ।
ବିଛା- ଭାଗ୍ୟର ସାଥ୍ ମିଳିବ । ଗୁପ୍ତ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଇଚ୍ଛା କରିଥିବା କାମ ପୂରଣ ହେବ । ସନ୍ତାନ ସୁଖ ମିଳିବ । ପରିଶ୍ରମର ଫଳ ପାଇବେ ।
ଧନୁ- ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମାନସିକ ଶାନ୍ତି ମିଳିବ । ପ୍ରେମରେ ସଫଳତା ମିଳିବ । ଶୁଭ ଖବର ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ ।