ନୂଆଦିଲ୍ଲୀ,୦୬/୦୬; ଟି-ଟ୍ୱେଣ୍ଟି ବିଶ୍ୱକପ ବିଜେତା କ୍ୟାପ୍ଟେନ୍ । ୫୨ଟି ଟି-ଟ୍ୱେଣ୍ଟି ୪୨ଟି ଜିତିଛନ୍ତି । ତାଙ୍କ ଅଧିନାକତ୍ୱରେ ଭାରତ ଗୋଟିଏ ବି ସିରିଜ ହାରିନାହିଁ । ତାଙ୍କ ଅଧିନାକତ୍ୱରେ ପାକିସ୍ତାନକୁ ହରାଇ ଏସିଆ କପି ବି ଜିତିଛି ଭାରତ । ହେଲେ ପ୍ରଦର୍ଶନ ଫ୍ଲପ୍ ହେବାରୁ ତାଙ୍କୁ ଟି-ଟ୍ୱେଣ୍ଟି ଦଳରୁ ବାଦ ଦିଆଯିବା ସହ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନାହିଁ । ସେ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ । କାହିଁକି ତାଙ୍କୁ ଦଳରୁ ବାଦ ଦିଆଗଲା କାରଣ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦରୁ ହଟାଇବା ସହିତ ତାଙ୍କୁ ଦଳରୁ ବାଦ ଦେବାର କାରଣ ବ୍ୟାଖ୍ୟା କରି ସେ ସ୍ୱୀକାର କରିଛନ୍ତି ଯେ ଏହି ନିଷ୍ପତ୍ତି ସହଜ ନଥିଲା।

ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ବିଶ୍ୱ ଚାମ୍ପିଅନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇଛନ୍ତି । ବିସିସିଆଇ ନୂଆ ନେତୃତ୍ୱ ଚୟନ କରିଛି । ଶ୍ରେୟାସ ଆୟରଙ୍କୁ ଟ-ଟ୍ୱେଣ୍ଟି ଦଳର ଅଧିନାୟକ କରାଯାଇଛି । ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଏବଂ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ସେହିପରି ଜାପାନରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଏସୀୟ କ୍ରୀଡ଼ା । କାହିଁକି ସୂର୍ଯ୍ୟକୁମାରଙ୍କୁ ନେତୃତ୍ୱ ସହ ଟିମରେ ସ୍ଥାନ ମିଳିନାହିଁ ତାର କାରଣ କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ।

ଏହା ବି ପଢନ୍ତୁ...IND vs AFG: ମୁଲାନପୁରରେ ରାହୁଲଙ୍କ ୧୨ତମ ଟେଷ୍ଟ ସେଞ୍ଜୁରୀ, ରୋହିତଙ୍କ ରେକର୍ଡ ସମକକ୍ଷ ହେଲେ    

କ୍ୟାପ୍ଟେନ୍ସିକୁ ସୂର୍ଯ୍ୟଙ୍କୁ ହଟାଯିବାକୁ ନେଇ ଅଜିତ୍ ଅଗରକର କହିଛନ୍ତି, ସୂର୍ଯ୍ୟକୁମାର ଯାଦବ ଆମ ପାଇଁ ଏକ ସହଜ ନିଷ୍ପତ୍ତି ନଥିଲା, କିନ୍ତୁ ତାଙ୍କର ବର୍ତ୍ତମାନର ଫର୍ମ ଏକ ପ୍ରମୁଖ କାରଣ ଥିଲା। ଆମେ ଗତ କିଛି ବର୍ଷ ଧରି ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱକୁ ନିକଟରୁ ଦେଖିଛୁ । ସେ ବିଭିନ୍ନ ଫ୍ରାଞ୍ଚାଇଜ୍ର ନେତୃତ୍ୱ ନେଇଛନ୍ତି ଏବଂ ଅଧିନାୟକ ଭାବରେ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଉତ୍କୃଷ୍ଟ ରହିଛି । ଶ୍ରେୟାସ ବିଶ୍ୱକପ୍ ଦଳରେ ସାମିଲ ହେବାର ବହୁତ ନିକଟତର ଥିଲେ ଏବଂ ମୋ ମତରେ, ଅଧିନାୟକତ୍ୱ ପାଇଁ ସବୁଠାରୁ ଦୃଢ଼ ଦାବିଦାର ଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ ।

  ସୂର୍ଯ୍ୟକୁମାର ଯାଦବ ପ୍ରଥମ ଅଧିନାୟକ ଯିଏକି ICC ଟ୍ରଫି ଜିତିବା ପରେ ସିଧାସଳଖ ଅଧିନାୟକ ପଦରୁ ଏବଂ ଦଳରୁ ବହିଷ୍କାର ହୋଇଛନ୍ତି । ସେ ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ କିନ୍ତୁ ତାଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ଟିମ୍ ଇଣ୍ଡିଆ ଘୋଷଣା ହେବା ପରେ ସୂର୍ଯ୍ୟକୁମାର ସ୍କ୍ୱାଡ ତାଲିକା ପୋଷ୍ଟର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ଉଚ୍ଚ ଦକ୍ଷତା ସମ୍ପର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।