ନୂଆଦିଲ୍ଲୀ, ୧୫/୨ : ରିପିଟ୍ ହେଲା ନୋ ହ୍ୟାଣ୍ଡସେକ୍ ନୀତି । ପୁଣି ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଶାଇଲେନି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ସମ୍ପୂର୍ଣ୍ଣ ଭାବେ ପାକିସ୍ତାନର ଅଧିନାୟକଙ୍କୁ ଟସ୍ ସମୟରେ ଅଣଦେଖା କରିଥିଲେ । ଏସିଆ କପରୁ ଭାରତ ଆରମ୍ଭ କରିଥିବା ଏହି ନିତି ବିଶ୍ବକପରେ ମଧ୍ୟ ଦେଖିବାକୁ ମିଳିଛି । ପହଲଗାମ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନର ଖେଳାଳିଙ୍କ ସହ ହାତ ମିଶାଇନଥିଲା ଭାରତ । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଆଉ ଏବେ ଭାରତ ପୁଣିଥରେ ସେହି ଘଟଣାକୁ ପୁନରାବୃତ୍ତି କରିଛି ।
ଭାରତ-ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ହାତ ମିଳାଇବା ପ୍ରସଙ୍ଗକୁ ନେଇ ମ୍ୟାଚ ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ କଣ ନିଷ୍ପତ୍ତି ନେବେ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା ।
ଏହାସହ ପଢ଼ନ୍ତୁ : ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ