ନୂଆଦିଲ୍ଲୀ, ୧୫/୨ : ଭାରତ-ପାକିସ୍ତାନ ମହାଲଢ଼େଇ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ । ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ପାକିସ୍ତାନ । ଆଜିର ମ୍ୟାଚରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ସଞ୍ଜୁ ସାମସନ ଏବଂ ଅର୍ଶଦୀପଙ୍କ ବଦଳରେ ଦଳକୁ ଫେରିଛନ୍ତି ଅଭିଶେକ ଶର୍ମା ଏବଂ କୁଲଦୀପ ଯାଦବ । ବଡ଼ ଗ୍ରାଉଣ୍ଡ ହୋଇଥିବାବେଳେ ଭାରତ ସ୍ପିନରଙ୍କ ଉପରେ ବୋଲିଂ ଦାୟିତ୍ବ ଦେବାକୁ ଯୋଜନା କରିଛି । ସେପଟେ ଉସମାନ ତାରିକଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଭାରତୀୟ ଖେଳାଳିମାନେ ତାଙ୍କ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

​​​​​​​ଭାରତ ପ୍ଲେଇଂ ଏକାଦଶ : ଅଭିଷେକ ଶର୍ମା, ଈଶାନ କିଷନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, କୁଲଦୀପ ଯାଦବ

ପାକିସ୍ତାନର ସମ୍ଭାବ୍ୟ ଏକାଦଶ : ସଲମାଗ ଆଗା, ସଇମ ଆୟୁବ, ସାହିବଜାଦା ଫରହାନ, ବାବର ଆଜମ, ଉସମାନ ଖାନ, ଫକର ଜମାନ, ଶାଦାବ ଖାନ, ମହମ୍ମଦ ନୱାଜ, ଫହିମ ଅସରଫ, ଶାହିନ ଶାହ ଆଫ୍ରିଦି, ଉସମାନ ତାରିଖ, ଅବ୍ରାର ଅହମ୍ମଦ, ନସିମ ଶାହ/ସଲମାନ ମିର୍ଜା

ଏହାସହ ପଢ଼ନ୍ତୁ : ‘ନୋ ହ୍ୟାଣ୍ଡସେକ୍’ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଲେ ସଞ୍ଜୟ ମଞ୍ଜେରକର