ନୂଆଦିଲ୍ଲୀ,୧୪/୪ : ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ବକପର ତାଜ୍ ଜିତିଥିଲା । ଏହା ପୂର୍ବରୁ ମେନ୍ ଇନ୍ ବ୍ଲୁ ସୂର୍ଯ୍ୟଙ୍କ ଅଧିନାୟକତ୍ବରେ ୨୦୨୫ର ଏସିଆ କପ୍ ଜିତିଥିଲା । କିନ୍ତୁ ଆଗାମୀ ୨୦୨୮ର ଟି-୨୦ ବିଶ୍ବକପ ପୂର୍ବରୁ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଖଣ୍ଡା ଝୁଲୁଥିବା ନଜର ଆସିଛି ।

ସୂର୍ଯ୍ୟଙ୍କ ଉପରେ କେବଳ ଅଧିନାୟକ ନିଆଯିବା ନୁହେଁ ବରଂ ଟିମ୍ ଇଣ୍ଡିଆରୁ ବାହାରିବାର ବି ବିପଦ ଦେଖାଦେଇଛି । ଆସନ୍ତୁ ଜାଣିବା ଅଚାନକ କାହିଁକି ବିଶ୍ବକପ୍ ଓ୍ବିନିଂ ଅଧିନାୟକଙ୍କ ଉପରେ ଟିମରୁ ବାହାରିବାର ବିପଦ ଦେଖାଦେଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇରେ କୁହାଯାଇଛି କି ସୂର୍ଯ୍ୟଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପର ତାଜ୍ ଜିତିଥିଲା । କିନ୍ତୁ ବ୍ୟାଟିଂରେ ଖରାପ ଫର୍ମ ଲାଗି ବିପଦର ଘଣ୍ଟା ବାଜୁଛି । ସେ ଟି-୨୦ ବିଶ୍ବକପରେ ୨୪୨ରନ କରିଥିଲେ । କିନ୍ତୁ ବଡ଼ ମ୍ୟାଚରେ ଅଧିକ ଫ୍ଲପ୍ ନଜର ଆସିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସୂର୍ଯ୍ୟ ଗୋଲ୍ଡେନ ଡକରେ ଆଉଟ ହୋଇଯାଇଥିଲେ । ଏହିଭଳି ଟୁର୍ଣ୍ଣାମେଣ୍ଟରେ ବଡ଼ ଟିମ୍ ବିପକ୍ଷରେ ତାଙ୍କ ବ୍ୟାଟ୍ ନିରବ ରହିଥିଲା ।

ରିପୋର୍ଟରେ ଆଗକୁ କୁହାଯାଇଛି କି ଜୁନ୍ ଏବଂ ଜୁଲାଇରେ ଭାରତର ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତ ସୂର୍ଯ୍ୟଙ୍କ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ହେବ । ଏହି ଗସ୍ତରେ ସୂର୍ଯ୍ୟଙ୍କ ବ୍ୟାଟିଂ ଉପରେ ନଜର ରଖାଯିବ । ଏହି ଗସ୍ତ ନିଶ୍ଚିତ କରିପାରେ କି ଭାରତର ବର୍ତ୍ତମାନର ଟି-୨୦ ଅଧିନାୟକଙ୍କୁ ଆଗାମୀ ୨ବର୍ଷର ଫେଜ୍ ମିଳିବ କି ନାହିଁ । ଆଗାମୀ ୨ବର୍ଷରେ ୨୦୨୮ର ଟି-୨୦ ବିଶ୍ବକପ ଏବଂ ଅଲମ୍ପିକ୍ ଭଳି ବଡ଼ ଇଭେଣ୍ଟ ସାମିଲ ରହିଛି ।