ମୁମ୍ୱାଇ: ମୁମ୍ୱାଇ ଇଣ୍ଡିଆନ୍ସ(ଏମଆଇ) ଚଳିତ ଆଇପିଏଲ ୨୦୨୫ର ୬୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ସାମ୍ନାରେ ଜିତିବା ପାଇଁ ୧୮୧ ରନର ଟାର୍ଗେଟ ଦେଇଛି। ୱାଙ୍ଖେଡେ ଷ୍ଟାଡିୟମ ହେଉଥିବା ମ୍ୟାଚରେ ପ୍ରଥମେ ଟସ୍ ଜିତି ଦିଲ୍ଲୀ ବୋଲିଂ କରିବାକୁ ଚୟନ କରିଥିଲା। ମୁମ୍ୱାଇ ୨୦ ଓଭର ବିନିମୟରେ ୫ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ୪୩ ବଲରେ ନଟଆଉଟ ହୋଇ ସର୍ବାଧିକ ୭୩ ରନ ସଂଗ୍ରହ ସଂଗ୍ରହ କରିଛନ୍ତି। ଯେତେବେଳେ କି ନମନ ଧୀର ଶେଷ ୮ ବଲରେ ୨୪ ରନ ସଂଗ୍ରହ କରିଥିଲେ। ଦୁଇଜଣ ମୋଟ ୨୧ ବଲ ଖେଳି ୫୭ ରନର ପାରି ଖେଳିଥିଲେ।
ସୂର୍ଯ ଓ ନମନ ଶେଷ ୧୨ ବଲରେ ମୋଟ ୪୮ ରନ ସଂଗ୍ରହ କରିଥିଲେ। ଯାହା ଦଳକୁ ଏକ ସମ୍ମାନଜନକ ସ୍ଥିତିକୁ ଫେରାଇ ଆଣିଥିଲା। ଏହାଛଡା ତିଲକ ବର୍ମା ୨୭, ରାୟନ ରିକେଲଟନ ୨୫ ଓ ୱିଲ ଜ୍ୟାକ୍ସ ୨୧ ରନ ସଂଗ୍ରହ କରିଛନ୍ତି। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ ହାସଲ କରିଛନ୍ତି।