ମୁମ୍ୱାଇ : ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ନିଜର କ୍ୟାରିୟରର ଆରମ୍ଭ ଛୋଟ ପରଦାରୁ କରିଥିଲେ। କେବଳ ଏତିକି ନୁହେଁ, ସେ ଜଣେ ଆଉଟସାଇଡର ହୋଇବି , ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଥିଲେ। ନିଜର କ୍ୟାରିୟରରେ ସୁଶାନ୍ତ ଯେତେ ବି ଫିଲ୍ମ କରିଛନ୍ତି , ସେ ସବୁ ଫିଲ୍ମରେ ଅଭିନେତା ନିଜର ଆକ୍ଟିଂ ରେ ବଡ଼ ବଡ଼ ଷ୍ଟାରଙ୍କୁ କଡ଼ା ଟକ୍କର ଦେଇ ଥିଲେ। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କ ହୃଦୟକୁ ଖୁବ୍ ଆଘାତ ଦେଇ ଥିଲା। ୧୪ ଜୁନ ୨୦୨୦ରେ ତାଙ୍କର ହଠାତ୍ ମୃତ୍ୟୁ ପ୍ରଶଂସକଙ୍କୁ ଗଭୀର ଦୁଃଖ ଦେଇ ଥିଲା। ଅଭିନେତାଙ୍କ ଦେହାନ୍ତ ପରେ ବଲିଉଡ ଦୁଇ ଭାଗରେ ବାଣ୍ଟି ହୋଇ ଯାଇ ଥିଲା। ଗୋଟେପଟେ ଅନେକ ଷ୍ଟାର ନେପୋଟିଜିମରୁ ନେଇ କଡ଼ା ନିନ୍ଦା କରୁଥିବା ବେଳେ ଅନେକ ଏହାର ବିପକ୍ଷରେ ଥିଲେ। ହେଲେ ଆପଣ ଜାଣନ୍ତି ,ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ ଗୋଟେ ଗୋଟେ ରେକର୍ଡ ରହିଛି, ଯାହାକୁ ଆଜି ସୁଦ୍ଧା କୌଣସି ଆକ୍ଟର ଭାଙ୍ଗି ପାରି ନାହାନ୍ତି। ଆସନ୍ତୁ ଜାଣିବା ସେହି ନିଆରା ରେକର୍ଡ କଣ ?

ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ, ସୁଶାନ୍ତ ସିଂହ ରାଜପୁତ ଇଣ୍ଡଷ୍ଟ୍ରୀର ଜଣେ ଟାଲେଣ୍ଡେଡ ଓ ହାଇଲି କ୍ୱାଲିଫାଏଡ ଆକ୍ଟର ଥିଲେ। କେବଳ ଏତିକି ନୁହେଁ, ତାଙ୍କ ନାଁ ଏକ ବିଶେଷ ରେକର୍ଡ ରହିଛି, ଯାହାକୁ ଆଜିସୁଦ୍ଧା ସଲମାନ ଖାନଙ୍କ ଠାରୁ ନେଇ ଶାହରୁଖ ଖାନଙ୍କ ଯାଏ କିମ୍ୱା କୌଣସି ଦ୍ୱିତୀୟ ଆକ୍ଟର ଭାଙ୍ଗି ପାରି ନାହାନ୍ତି। ଉଲ୍ଲେଖନୀୟ ଯେ,ସୁଶାନ୍ତଙ୍କ ନାଁରେ ବଲିଉଡର ଏକମାତ୍ର ଏମିତି ଅଭିନେତା ହେବାର ରେକର୍ଡ ରହିଛି, ଯିଏକି ଆମେରିକୀୟ ସୁପର ମଡେଲ କେଣ୍ଡଲ ଜେନରଙ୍କ ସହ ଏକ ଅନ୍ତର୍ଜାତୀୟ ପତ୍ରିକା ପାଇଁ ଫଟୋ ସୁଟ୍ କରାଇ ଥିଲେ। ଏହି ଐତିହାସିକ କୋଲେବୋରେସନ ୨୦୧୭ରେ ଭୋଗ୍ ଇଣ୍ଡିଆ ମାଗାଜିନ ପାଇଁ କରାଯାଇ ଥିଲା।

ସୁଶାନ୍ତ ସଂହ ରାଜପୁତ ଓ ମେରିକୀ ସୁପରମଡେଲ କେଣ୍ଡଲ ଜେନରଙ୍କ ଏହି ଫଟୋସୁଟ୍ ୨୦୧୭ ମସିହାରେ ଜୟପୁରର ଐତିହାସିକ ସାମୋଦ ପ୍ୟାଲେସରେ କରାଯାଇ ଥିଲା। ଏହି ସ୍ୱତନ୍ତ୍ର ପ୍ରୋଜେକ୍ଟକୁ ଦୁନିଆର ପ୍ରସିଦ୍ଧ ଫ୍ୟାଶନ ଫଟୋଗ୍ରାଫର ମାରିଆ ଟେଷ୍ଟିନ ନିଜର କ୍ୟାମେରାରେ କଏଦ କରି ଥିଲେ। ଏହି ଫଟୋସୁଟ୍ ଭୋଗ ଇଣ୍ଡିଆ ମାଗାଜିନର ୧୦ତମ ବାର୍ଷିକ ପୂର୍ତ୍ତି ଅବସରର ବିଶେଷ ସଂଖ୍ୟା ଥିଲା।

ଏହି ଅନ୍ତର୍ଜୀତୀୟ କଭର ଓ ସମ୍ପାଦକୀୟ ଫିଚରରେ କେଣ୍ଡଲ ଜେନରଙ୍କ ସହ ସ୍କ୍ରିନ ସେୟାର କରି ଥିବା ସୁଶାନ୍ତ ସିଂହ ରାଜପୁତ ଭାରତର ଏକମାତ୍ର ଆକ୍ଟର ଥିଲେ। ଏହି ସୁଟ୍ ବ୍ୟତୀତ,ସୁଶାନ୍ତ ସିଂହ ନିଜର ଆକର୍ଷଣୀୟ ଅଭିନୟ ଓ ଆଷ୍ଟ୍ରୋନୋମିରେ ଖୁବ୍ ଉତ୍ସାହ ପାଇଁ ମଧ୍ୟ ଜଣାଶୁଣା ଥିଲେ। କହି ରଖୁଛୁ କି, ଆଜି ବି ପ୍ରଶଂସକମାନେ ତାଙ୍କୁ ଖୁବ୍ ହରାଇବାର ଅନୁଭବ କରନ୍ତି।

ଏହାସହ ମଧ୍ୟ ପଢନ୍ତୁ :  ସୋସିଆଲ ମିଡ଼ିଆରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌, ଲୋକେ କହିଲେ- ବିଶ୍ବାସ ହେଉନି

ସୁଶାନ୍ତ ସିଂହ ରାଜପୁତଙ୍କ ୱାର୍କଫ୍ରଣ୍ଟ ଖୁବ୍ ସୁନ୍ଦର ଓ ଇନସ୍ପାୟରିଂ ରହି ଥିଲା। ସେ ‘କିସ୍ ଦେଶ ମୈ ହୈଁ ମେରା ଦିଲ୍’ , ସିରିୟଲରେ ‘ପ୍ରୀତି ଜୁନେଜା’ର ଚରିତ୍ର କରି ନିଜ ଆକ୍ଟିଂ କ୍ୟାରିୟରର ଆରମ୍ଭ କରି ଥିଲେ। ଏହାପରେ ସେ ଜି ଟିଭିର ଲୋକପ୍ରିୟ ସିରିୟଲ ’ପବିତ୍ର ରିସ୍ତା’ ଦ୍ୱାରା ଘରେ ଘରେ ପରିଚିତ ହୋଇ ଥିଲେ। ତାଙ୍କର ଫିଲ୍ମ କ୍ୟାରିୟର କଥା ଯଦି କହିବା ତ ସେ ‘କାଇ ପୋ ଚେ !’ , ‘ ଏମ.ଏସ. ଧୋନୀ :ଦ ଅନଟୋଲ୍ଡ ଷ୍ଟୋରୀ ’ , ‘ଛିଛୋର’ ଓ ‘ଦିଲ୍ ବେଚାରା’ , ‘ଶୁଦ୍ଧ ଦେଶୀ ରୋମାନ୍ସ’ , ‘ଡିଟେକ୍ଟିଭ ବ୍ୟୋମକେଶ ବକ୍ସି !’ ଭଳି ବ୍ଲକବଷ୍ଟର ଫିଲ୍ମରେ ନିଜର ସୁନ୍ଦର ଅଭିନୟରେ ସେ ହିନ୍ଦୀ ଫିଲ୍ମରେ ଏକ ବିଶେଷ ସଫଳତା ହାସଲ କରିଥିଲେ।