ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହ ଜନକ ଅବସ୍ଥାରେ ବୋଟ୍ ଜବତ

Published By : Gurupada Nath | April 11, 2025 7:23 PM

ପାରାଦୀପ, ୧୧/୪ : ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ଼) ପକ୍ଷରୁ ଅନ୍ତର୍ଜାତୀୟ ଜଳ ସୀମାରୁ ସନ୍ଦେହ ଜନକ ଅବସ୍ଥାରେ ବୋଟକୁ ଜବତ କରାଯାଇଛି । ବୋଟକୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଂଲାଦେଶ ବର୍ଡ଼ର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ଼ । ବୋଟର ନାମ ମା ବାସନ୍ତୀ ହୋଇଥିବାବେଳେ ବୋଟରେ ଅଛନ୍ତି ୧୪ଜଣ ବ୍ୟକ୍ତି  । 

ସେମାନେ ଓ୍ବେଷ୍ଟବେଙ୍ଗଲ ଜଳସୀମାରୁ ବାଂଲାଦେଶ ଜଳସୀମାକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବାବେଳେ କୋଷ୍ଟଗାର୍ଡର ଜାହାଜ ଆଇଏନ‌ଏସ୍ ଭରଦା ସେମାନଙ୍କୁ ଧରିଥିଲା । ବୋଟକୁ ଜବତ କରିବା ପରେ ସେଥିରେ ୪୫୦ ବସ୍ତା ଗୁଆ ରହିଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । 

କୋଷ୍ଟଗାର୍ଡ ବୋଟକୁ ପାରାଦୀପ ବନ୍ଦରକୁ ଅଣାଯାଇଥିବାବେଳେ, ଅଟକ ବ୍ୟକ୍ତିମାନଙ୍କୁ ପଚରାଉଚରା ଜାରି ରହିଛି। ସେମାନେ ଏହି ଗୁଆକୁ କେଉଁ ଉଦେଶ୍ୟରେ ନେଉଥିଲେ, ଆଗରୁ କେତେ ଥର ଯାଇଛନ୍ତି ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡ଼ିବ ବୋଲି କୋଷ୍ଟଗାର୍ଡ଼ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.