ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସରୁନି ଦାଦନ ଯନ୍ତ୍ରଣା, ଚେନ୍ନାଇରୁ ଫେରୁଥିବା ବେଳେ ଯୁବକଙ୍କ ସନ୍ଧେହଜନକ ମୃତ୍ୟୁ…

Published By : Ladu Kishor | December 2, 2024 9:43 PM

ଦାରିଙ୍ଗବାଡି ୨/୧୨: ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସରୁନି ଦାଦନ ଦୁଃଖ । ଦିନ କୁ ଦିନ ଦାଦନ ଯନ୍ତ୍ରଣା ବୃଦ୍ଧି ପାଉଥିବା ବେଳେ ଅକାଳରେ ଚାଲି ଯାଉଛି ଜୀବନ । ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାମ ନମିଳିବା ଯୋଗୁଁ ଲୋକେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି। ହେଲେ ଆସିବା ବେଳେ ଶବ ହୋଇ ଫେରୁଛନ୍ତି। ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ସୁଗାନକେତା ଗ୍ରାମରେ  । ଏହି ଗ୍ରାମର ଆଦିବାସୀ ଯୁବକ ମୁନା ପ୍ରଧାନ ନିଜ ଅଞ୍ଚଳରେ କାମ ନମିଳିବାରୁ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ଗତ ୨୬ ତାରିଖ ଦିନ ଚେନ୍ନାଇ ଯାଇଥିଲେ । ହେଲେ ଗୋଟିଏ ଦିନ କାମ କରି ସ୍ବାସ୍ଥ୍ୟ ଖରାପ ଯୋଗୁ ପୁଣି ଗାଁକୁ ଫେରୁଥିଲେ । ଭାଇର ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁଁ ବଡ ଭାଇ ମୋନୋଜ ବ୍ରହ୍ମପୁର ଷ୍ଟେସନରେ ଶନିବାର ଦିନ ଆସିବା ବାଟକୁ ଚାହିଁ ବସିଥିଲେ । ତାଙ୍କ ସାଙ୍ଗରେ ଥିବା ଯୁବକ ଜଣଙ୍କ ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇ ଥିବା ବେଳେ ମୁନା ଓହ୍ଲାଇ ନଥିଲେ । ଫଳରେ ଭାଇ ମୋନଜ ବ୍ୟତିବ୍ୟସ୍ତ ହୋଇ ଯାଇଥିଲେ। ଏହା ପରେ ସେ ବ୍ରହ୍ମପୁରରେ ଭାଇକୁ ଅପେକ୍ଷା କରି ରହିଥିବା ବେଳେ ମୁନା ଅନ୍ୟ ଜଣଙ୍କ ମୋବାଇଲରୁ ଫୋନ କରିଥିଲା । ମୁନା ବିଜୟୱାଡା ଷ୍ଟେସନରେ ଓହ୍ଲାଇ ପଡ଼ିଥିବା କହିଥିଲେ । ଏହା ପରେ ବ୍ରହ୍ମପୁର ଆସିବା ପାଇଁ ସେ ଅନ୍ୟ ଏକ ଟ୍ରେନରେ ଚଢିଥିଲା। ହେଲେ ମୁନା ଆଉ ବ୍ରହ୍ମପୁର ପହଞ୍ଚି ନଥିଲେ । ଫଳରେ ଅପେକ୍ଷା କରିଥିବା ଭାଇ ପୂର୍ବରୁ ଫୋନ ଆସିଥିବା ନମ୍ୱରକୁ ଫୋନ କରିଥିଲେ।  ଫୋନ କରିବା ବେଳେ  ମୁନା ଟ୍ରେନରୁ ଖସି ପଡ଼ିଥିବା ଅଜଣା ବ୍ୟକ୍ତି ଜଣଙ୍କ କହିବା ପରେ ଭାଇ ମୋନୋଜ ବ୍ରହ୍ମପୁର ରେଲୱେ ପୋଲିସ ଥାନାରେ ରବିବାର ଦିନ ଲିଖିତ ଭାବେ ଜଣାଇ ଥିଲେ ।

ଏହା ପରେ ବ୍ରହ୍ମପୁର ରେଲୱେ ପୋଲିସ ପଲାସା ପୋଲିସକୁ ଯୋଗାଯୋଗ କରିଥିବା ବେଳେ ମୁନାଙ୍କ ମୃତ ଶରୀର ପଲାସା ଷ୍ଟେସନର ୨୦ କିଲୋମିଟର ପୂର୍ବ ରେଳ ଲାଇନରୁ ମୃତଦେହ ଜବତ କରିଥିବା ବ୍ରହ୍ମପୁର ରେଲୱେ ପୋଲିସକୁ ସୂଚନା ଦେଇଥିଲା। ଏହା ପରେ ମୁନା ଙ୍କ ଭାଇ ମୋନୋଜ ପଲାସା ରେଲୱେ ପୋଲିସ ପାଖରେ ପହଞ୍ଚି ନିଜ ଭାଇର ମୃତ ଶରୀରକୁ ଚିହ୍ନଟ କରିଥିଲେ । ଏହାପରେ ପୋଲିସ ସେଠାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପଲାସାରୁ ଗାଁ କୁ ଶବ ଆଣିବା ପାଇଁ ୨୬ ହଜାର ଟଙ୍କା ଆବଶ୍ୟକ ରହିଥିବା ବେଳେ ପରିବାର ପାଖରେ ଏତେ ଟଙ୍କା ନଥିବା ଯୋଗୁଁ ଗାଁ ଲୋକଙ୍କ ସାହାଯ୍ୟ ଲୋଡ଼ି ଗାଁକୁ ଶବ ଅଣା ଯାଉଛି । ଏଭଳି ପରିସ୍ଥିତିରେ ମୁନାଙ୍କ ସ୍ତ୍ରୀ ସହ ରହିଥିବା ୩ ଟି ପିଲା କିଭଳି ଚଳିବେ ତାଙ୍କୁ କିଏ ସାହା ଭରସା ହେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି । ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଶବ ଆଣିବା ବାବଦ ଖର୍ଚ୍ଚ ସହ ପରିବାର ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । 

ମୁନାର ମୃତ୍ୟୁ କିଭଳି ହେଲା ତାହା ପରିବାର ଲୋକ ଜାଣିନଥିବା ବେଳେ ଏହା ଘଟଣା ନା ଦୁର୍ଘଟଣା ତାକୁ ନେଇ ସନ୍ଧେହ ଘେରରେ ରହିଛନ୍ତି ପରିବାର । ଏଣୁ ଏହାର ସଠିକ୍ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.