ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଛୁଟି କାଟିବାକୁ ଥାଇଲାଣ୍ଡ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

Published By : Bijay Swain | January 15, 2025 6:33 PM

Image courtesy: indiatoday

ନୂଆଦିଲ୍ଲୀ: ଛୁଟି କାଟିବାକୁ ନିଜ ପରିବାର ସହ ଥାଇଲାଣ୍ଡ ଯାଇଥିବା ଲକ୍ଷ୍ନୋର ଜଣେ ମହିଳାଙ୍କର ସେଠାରେ ରହସ୍ୟ ଜନକ ଭାବେ ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ମହିଳାଙ୍କ ନାମ ପ୍ରିୟଙ୍କା ଶର୍ମା ହୋଇଥିବା ବେଳେ ସେ ନୂଆବର୍ଷ ପାଇଁ ନିଜ ସ୍ୱାମୀ, ପୁଅଙ୍କ ସହ ଛୁଟିକାଟିବାକୁ ବିଦେଶ ଯାଇଥିବା ବେଳେ ଏପରି ଘଟଣା ଘଟିଛି। 

ପ୍ରିୟଙ୍କାଙ୍କ ବାପା ଏହି ଘଟଣାରେ ଜ୍ୱାଇଁ ଆଶିଷ ଶ୍ରୀବାସ୍ତବଙ୍କ ହାତ ଥିବା ନେଇ ଅଭିଯୋଗ କରିଛନ୍ତି। ମୋ ଝିଅକୁ ମୋ ଜ୍ୱାଇଁ ମାରିଛନ୍ତି ଏହାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ତେବେ ଆଶିଷ ଉତ୍ତର ପ୍ରଦେଶର ଓରାଇ ମେଡିକାଲ କଲେଜରେ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି। 

ଆଶିଷଙ୍କର ବହୁ ପୂର୍ବରୁ ଅନ୍ୟ ମହିଳା ମାନଙ୍କ ସହ ସମ୍ପର୍କ ରହିଛି। ୨୦୧୭ ମସିହାରେ ଉଭୟଙ୍କ ବିବାହ ପରଠୁ ଆଶିଷ ପ୍ରିୟଙ୍କାଙ୍କ ଉପରେ ପ୍ରତିଦିନ ଅତ୍ୟାଚାର କରୁଥିଲେ। ଏନେଇ ପୂର୍ବରୁ ଥରେ ପ୍ରିୟଙ୍କା ଥାନାରେ ଏତାଲା ମଧ୍ୟ ଦେଇଥିଲେ ବୋଲି ପ୍ରିୟଙ୍କାଙ୍କ ବାପା ସତ୍ୟନାରାୟଣ କହିଛନ୍ତି।

ଏହି ଘଟଣାରେ ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରିବା ସହ ଘଟମାର ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.