ଭୁବନେଶ୍ବର: ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ପ୍ରେମ ବ୍ୟାପାରକୁ ନେଇ ହଣାକଟା । ବାପା ପୁଅଙ୍କୁ ଖଣ୍ଡାରେ ଆକ୍ରମଣ କରି ଲହୁ ଲୁହାଣ କଲେ ଦୁର୍ବୁତ୍ତ । ଭୁବନେଶ୍ବର ୟୁନିଟ୍-୬ କ୍ୟାପିଟାଲ ହସ୍ପିଟାଲ ପଛପଟେ ଘଟିଛି ଏଭଳି ଘଟଣା । ଗୁରୁତର ହୋଇଛନ୍ତି ଦିଲ୍ଲୀପ ପୃଷ୍ଟି ଏବଂ ତାଙ୍କ ପୁଅ ରାଜେନ୍ଦ୍ର । କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଥିବାବେଳେ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ।

କହି ରଖୁଛୁ କି, ଶନିବାର ରାତିରେ ଘଟିଛି ଏଭଳି ମରଣାନ୍ତକ ଘଟଣା । ଦୋକାନରେ ବସିଥିବା ବାପା-ପୁଅଙ୍କ ସହ କିଛି ଦୁର୍ବୁତ୍ତଙ୍କ ହୋଇଥିଲା ଯୁକ୍ତିତର୍କ । ଆଉ ଏହାପରେ ହଠାତ ଘେରିଯାଇ ବାପା-ପୁଅଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ ଏହା ପ୍ରେମ ବ୍ୟାପାରକୁ ନେଇ ହୋଇଥିବା କୁହାଯାଉଛି । ବାପା-ପୁଅ ଲହୁ ଲୁହାଣ ହୋଇଥିବାବେଳେ କ୍ୟାପିଟାଲ ମେଡିକାଲ ଭର୍ତ୍ତି ହୋଇଛନ୍ତି । ସେପଟେ ଆକ୍ରମଣ କରିଥିବା ଯୁବକଙ୍କୁ ଖୋଜୁଛି ପୁଲିସ ।

ଏହାସହ ପଢ଼ନ୍ତୁ: Body Found: କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଚରମ ନିଷ୍ପତ୍ତି; ଗଛରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ