ନୂଆଦିଲ୍ଲୀ, ୦୮/୧୨:  ଦେଶ ଛାଡି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ । ବିଦ୍ରୋହୀମାନେ ତାଙ୍କ ବିମାନକୁ ଗୁଳି କରି ଖସାଇ ଦେଇଥିବା କୁହାଯାଉଛି। ତାଙ୍କ ବିମାନ ଆକାଶରେ ୫୦୦ ମିଟର ଉଚ୍ଚରେ ଥିବା ବେଳେ କ୍ରାସ ହୋଇଥିଲା । ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି ।  ତେବେ ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। କୁହାଯାଉଛି ଯେ  ରାଷ୍ଟ୍ରପତି ତାଙ୍କ ପରିବାର ସହିତ ଦେଶ ଛାଡ଼ି ପଳାଇବା ସମୟରେ ରାସ୍ତାରେ  ବିମାନଟି  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 

ତେବେ ସିରିଆରେ ଚାଲିଛି ଗୃହଯୁଦ୍ଧ । ବିଦ୍ରୋହୀ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦତାଙ୍କ ପରିବାର ସହିତ ରାଜଧାନୀ ଦମ୍ମିସ୍କରୁ ପଳାୟନ କରିଥିଲେ। ସେମାନେ ବିମାନରେ ଯାତ୍ରା କରୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ତଳକୁ ଖସାଇ ଦେଇଛନ୍ତି ବୋଲି ଦାବି କରାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତ ୧୨ ବର୍ଷ ଧରି ସିରିଆରେ ଗୃହଯୁଦ୍ଧ ଚାଲିଛି। ବର୍ତ୍ତମାନ ସିରିଆ ବିଦ୍ରୋହୀଙ୍କ ଆକ୍ରମଣ ତୀବ୍ର ହୋଇଛି। ଆଲେପ୍ପୋ ଏବଂ ହୋମ୍ସ ଭଳି ପ୍ରମୁଖ ସହରକୁ କାବୁ କରିବା ପରେ ବିଦ୍ରୋହୀମାନେ ରାଜଧାନୀ ଦମ୍ମିସ୍କ କାବୁ କରିବାକୁ କରିଛନ୍ତି। ଗତକାଲି ଯେତେବେଳେ ବିଦ୍ରୋହୀମାନେ ଦମ୍ମିସ୍କରେ ପ୍ରବେଶ କଲେ, ରାଷ୍ଟ୍ରପତିଙ୍କୁ ରାଜଧାନୀ ଛାଡିବାକୁ ପଡିଲା। ଏବେ ସିରିଆରେ କବ୍‌ଜା କରିଥିବା ଦାବି କରିଛନ୍ତି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଦ୍ରୋହୀମାନେ ହୋମ୍ସ ସହରକୁ ଦଖଲ କରିଛନ୍ତି। ହୋମ୍ସରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ପିତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଙ୍ଗାଯାଇଛି। ଲୋକଙ୍କୁ ସୁରକ୍ଷା ଦେବାରେ ସିରିଆ ସେନା ବିଫଳ ହୋଇଛି। ସେପଟେ ସିରିଆକୁ ସମର୍ଥନ କରୁଥିବା ଦେଶ ରୁଷିଆ, ଇରାନ ଓ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ସିରିଆକୁ ସାହାଯ୍ୟ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ସେନା ମଧ୍ୟ ଦେଶରୁ ସ୍ଥାନାନ୍ତରିତ ହେବା ଆରମ୍ଭ କରିଛି।