ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଦୁଇ ଇସଲାମିକ୍ ରାଷ୍ଟ୍ର ଦେଖାଇଲେ ଏକତା, ବିଶ୍ବ ବ୍ୟାଙ୍କରେ ଥିବା ସିରିଆର ମୋଟା ଅଙ୍କର ବ୍ୟାଙ୍କ ଋଣକୁ କଲେ ପରିଶୋଧ

Published By : Prameya | April 28, 2025 6:12 PM

ନୂଆଦିଲ୍ଲୀ,୨୮।୪: ସିରିଆରେ ଦୀର୍ଘ ସମୟ ଧରି ଗୃହଯୁଦ୍ଧ ପରେ କ୍ଷମତାକୁ ଆସିଛନ୍ତି ନୂତନ ସରକାର। ଆଉ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସାଉଦି ଆରବ ଓ କତର। ଏହି ଦୁଇ ଦେଶ ବିଶ୍ବ ବ୍ୟାଙ୍କର ଋଣ ସୁଝିବାର ଦାୟିତ୍ବ ନେଇଛନ୍ତି। ଅରବର ଦୁଇ ଧନୀ ଦେଶର ଏହି ପଦକ୍ଷେପ ସିରିଆ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନୂଆ ବାଟ ଖୋଲିବ। ସାଉଦି ଓ କତର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ମିଳିତ ବୟାନରେ କୁହାଯାଇଛି ଯେ, ବିଶ୍ବବ୍ୟାଙ୍କକୁ ସିରିଆର ପ୍ରାୟ ୧୫ ମିଲିୟନ ଆମେରିକୀୟ ଡଲାରର ଋଣ ପରିଶୋଧ କରିବାର ନିଷ୍ପତ୍ତି ଚଳିତ ମାସ ଓ୍ବାଶିଂଟନ୍‌ରେ ବିଶ୍ବବ୍ୟାଙ୍କ ଓ ଆଇଏମ୍‌ଏଫ୍ ଦ୍ବାରା କରାଯାଇଥିବା ବୈଠକ ବେଳେ ନିଆଯାଇଥିଲା।

ସିରିଆର ବୈଦେଶିକ ମନ୍ତ୍ରଣାଳୟ ଋଣ ପରିଶୋଧ ନକରିବା ପାଇଁ ଦୁଇ ଅରବ ଦେଶକୁ ଧନ୍ୟବାଦ ଦେଇଛନ୍ତି। ଏହା ସହ କହିଛନ୍ତି ୧୪ ବର୍ଷର ସଂଘର୍ଷ ପରେ ରିକଭଳି ଓ ପୁନଃନିର୍ମାଣର ଦିଗରେ ସହଯୋଗ ବଢାଇବାର ରାସ୍ତା ଖୋଲି ଯାଇଛି। ଯେଉଁଥିରେ ୫ ଲକ୍ଷ ଲୋକ ନିହତ ହୋଇଛନ୍ତି ଓ ଦେଶରେ ବ୍ୟାପକ ବିନାଶ ହୋଇଛି।’

ବସର ଅଲ୍ ଅସଦ କ୍ଷମତା ପରିବର୍ତ୍ତନ ପରେ ସାଉଦି ଆରବ ଓ କତରର ନୂଆ ସରକାରଙ୍କ ମୁଖ୍ୟ ସମର୍ଥନ ରହିଛନ୍ତି। କିଛି ଖବର ଅନୁସାରେ, ବିଦ୍ରୋହୀଙ୍କ ମୁଖ୍ୟ ଗୋଷ୍ଠୀ ଏଚ୍‌ଟିଏସ୍‌କୁ ବିଦ୍ରୋହ ବେଳେ ଏହି ଦୁଇ ଦେଶ ପରଦା ପଛରେ ରହି ସାହାଯ୍ୟ କରୁଥିଲେ। ୨୦୨୭ ରେ ଜାତିସଂଘ ଅନୁମାନ କରିଥିଲା ଯେ, ସିରିଆର ପୁନଃ ନିର୍ମାଣରେ ଅତି କମ୍‌ରେ ୨୫୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ଏବେ କିଛି ବିଶେଷଜ୍ଞଙ୍କ ମତରେ ଏହି ସଂଖ୍ୟା ଅତି କମ୍‌ରେ ୪୦୦ ବିଲିୟନ ଆମେରିକୀୟ ଡଲାର ପହଁଞ୍ଚିପାରେ। ସାଉଦି-କତର ମିଳିତ ବୟାନରେ କହିଛନ୍ତି, ସିରିଆ ଋଣ ପରିଶୋଧ କରିବାରେ ସିରିଆରେ ବିଶ୍ବ ବ୍ୟାଙ୍କର ସମର୍ଥନ ଓ ଗତିବିଧିକୁ ପୁଣିଥରେ ଆରମ୍ଭ କରିବାରେ ସାହାଯ୍ୟ ମିଳିବ, ଯାହାକି ୧୪ ବର୍ଷରୁ ଅଧିକ ସମୟ ଧରି ପଡି ରହିଛି। ମାର୍ଚ୍ଚ ୨୦୧୧ ରେ ଆରମ୍ଭ ହୋଇଥିବା ସଂଘର୍ଷ ବେଳେ ସିରିଆର ମୌଳିକ ଭିତ୍ତିଭୂମି ଖୁବ୍ ବିନାଶର ସାମନା କରିଥିଲା। ଗତ ମାସ, କତର ଜୋର୍ଡାନ ଜରିଆରେ ସିରିଆକୁ ପ୍ରାକୃତିକ ଗ୍ୟାସ ଯୋଗାଣ ଆରମ୍ଭ କରିଦେଇଥିଲା। ଫଳରେ ଦେଶର ଅଧିକାଂଶ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଜୁଳି କାଟ୍‌କୁ କମ୍ କରିହେବ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.