ନୂଆଦିଲ୍ଲୀ,୦୮/୧୨: ସିରିଆରେ ସ୍ଥିତି ସଙ୍ଗୀନ ହୋଇଛି । ସପ୍ତାହରୁ ଅଧିକ ଦିନ ହେବ ଲାଗି ରହିଥିବା ଗୃହଯୁଦ୍ଧ ପାଇଁ ସିରିଆ ଆଶାନ୍ତ ହୋଇଛି । ସିରିଆ ଅବସ୍ଥା ଆଫଗାନିସ୍ତାନ ପରି ହୋଇଛି । ଦୁର୍ବଳ ହେଉଛି ସିରିଆ ସେନା । ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ କରିଛି । ଗୋଟିଏ ପରେ ଗୋଟିଏ ସହର କବାଜ କରୁଛନ୍ତି ବିଦ୍ରୋହୀ । ସିରିଆ ସରକାରଙ୍କ ହାତରୁ ୪ଟି ସହର ଖସି ଗଲାଣି । ଶନିବାର ଦକ୍ଷିଣ ଦରା ସହରକୁ ନିୟନ୍ତ୍ରଣକୁ ନେଇଥିଲେ ବିଦ୍ରୋହୀ । ସେପଟେ ସିରିଆ ରାଷ୍ଟପତି ନିଜ ଗାଦି ଓ ଜୀବନ ବଞ୍ଚାଇବାକୁ ୟୁଏଇ, ଇଜିପ୍ଟ ଓ ଇରାକର ସହାୟତା ଲୋଡିଛନ୍ତି । ରାଷ୍ଟ୍ରପତି ଦେଶ ଛାଡି ପଳାଇଥିବା ଚର୍ଚ୍ଚା ହେଉଛି ।
ମିଡିଆ ରିପୋର୍ଟ ଅନୁସାରେ ବିଦ୍ରୋହୀ ସଂଗଠନ ହୟାତ ତାହିର ଅଲ ଶାମ ଏବେ ସିରିଆକୁ ଦଖଲ କରିଛି । ବିଦ୍ରୋହୀ ଗୋଷ୍ଠୀ ସିରିଆ ଏବଂ ରାଜଧାନୀ ଦମିସ୍କ ଏକଛତ୍ରବାଦୀ ବସର ଅଲ ଅସଦଙ୍କ କବଳରୁ ମୁକ୍ତ କରିବାକୁ ଘୋଷଣା କରିଛି । ଏହା ସହ ନୂଆ ଯୁଗ ଆରମ୍ଭ କରିବାକୁ କହିଛି । ଏହାରି ଭିତରେ ରାଷ୍ଟ୍ରପତି ବଶର ଅଲ ଅସଦ ଦେଶ ଛାଡି ପଳାଇଥିବା ଚର୍ଚ୍ଚା ହେଉଛି । ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ବିମାନରେ ଏକ ଅଜ୍ଞାତ ସ୍ଥାନକୁ ଚାଲି ଯାଇଥିବା ଜଣାପଡିଛି । ମାତ୍ର ସିରିଆର ସରକାରୀ ମିଡିଆ ଏହି ଖବରକୁ ଖଣ୍ଡନ କରିଛନ୍ତି । ଏହା ଏକ ଗୁଜବ ବୋଲି କହିଛନ୍ତି ।
ଆଲେପ୍ପୋ ଓ ହମା ସହ ମୋଟ ୪ଟି ସହରକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପରେ ସିରିଆରେ ବିଦ୍ରୋହୀ ଗୋଷ୍ଠୀ ହୟାତ ତହରିର ଅଲ୍ ଶାମ । ସିରିଆ ରାଜଧାନୀ ଦମିସ୍କକୁ କବଜା କରିଛନ୍ତି । ଏଚଟିଏସର ଯୋଦ୍ଧା ସିରିଆର ଅନ୍ୟତମ ସହର ହୋମ୍ସର କିଛି ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇ ସାରିଛନ୍ତି । ଅନ୍ୟପକ୍ଷରେ ବିଦ୍ରୋହୀଙ୍କୁ ରୋକିବା ଲାଗି ସିରିଆ ସେନା ହମା ଓ ହୋମ୍ସକୁ ଯୋଡୁଥିବା ପ୍ରମୁଖ ରାଜମାର୍ଗକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି । ହୋମ୍ସ ସହରରେ ରହୁଥିବା ଶିଆ ମୁସଲିମ ବିଦ୍ରୋହୀଙ୍କ ଭୟରେ ଘରଦ୍ବାର ଛାଡି ପଳାଉଛନ୍ତି । ଏଚଟିଏସ ଯୋଦ୍ଧାଙ୍କୁ ରୋକିବା ଲାଗି ଋଷ ସେନା ଅଧିକ ମିଶାଇଲ ମାଡ କରିଛି । କିନ୍ତୁ ସେମାନଙ୍କୁ ରୋକିବା ସମ୍ଭବ ହୋଇପାରିନାହିଁ । ସିରିଆରେ ସପ୍ତାହେ ହେବ ଲାଗି ରହିଥିବା ଗୃହଯୁଦ୍ଧରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।