ଡାମାସ୍କସ୍‌,୩୧/୦୧:  ସିରିଆର ବିଦ୍ରୋହୀ ଗୋଷ୍ଠୀ  ତହରିର୍‌ ଅଲ୍‌ ଶାମ୍‌  (ଏଚ୍‌ଟିଏସ୍‌) ନେତା ଅବୁ  ମହମ୍ମଦ ଅଲ୍‌ ଜୁଲାନି ବୁଧବାର ନିଜକୁ ରାଷ୍ଟ୍ରପତି ଘୋଷଣା  କରିଛନ୍ତି । ଏଥିସହ ଦେଶର ସମ୍ବିଧାନକୁ ଶେଷ କରିଦେଇଛନ୍ତି । ଯେ ପର୍ଯ୍ୟନ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବେ ସ୍ଥିରତା  ନ ଫେରିଛି ସେ ପର୍ଯ୍ୟନ୍ତ ଜୁଲାନି ରାଷ୍ଟ୍ରପତି  ପଦରେ ରହିବେ ବୋଲି କମାଣ୍ଡର  ହସନ ଅବଦେଲଘାନି କହିଛନ୍ତି । ସିରିଆର ସଂସଦ ଭଙ୍ଗ କରାଯାଇଛି । ନୂଆ ସମ୍ବିଧାନ ଲାଗୁ ହେବା ପର୍ଯ୍ୟନ୍ତ  ରାଷ୍ଟ୍ରପତି ଏକ ଅସ୍ଥାୟୀ ବିଧାନ ପରିଷଦ ଗଠନ କରିବେ । ତେବେ ଏହି ବିଧାନ ପରିଷଦର ସମୟ ସୀମା କେତେ ଦିନ  ରହିବ ତାହା କୁହାଯାଇନାହିଁ । 

ହସନ୍‌  କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ବସର  ଅଲ୍‌-ଅସଦଙ୍କ ପାର୍ଟି ସହ ଜଡ଼ିତ ସମସ୍ତ ସଙ୍ଗଠନ ଏବଂ ସଂସ୍ଥାକୁ ଭାଙ୍ଗି ଦିଆଯାଇଛି । ବସରଙ୍କ ସମସ୍ତ ସମ୍ପତ୍ତି ଉପରେ  ସିରିଆ ସରକାରଙ୍କ ନିୟନ୍ତ୍ରଣ ରହିବ ।

ଭାରତ-ଚୀନ୍ ସୀମାରେ ପୁଣି ଲଢେଇ କରିବା ଯୋଜନାରେ ଡ୍ରାଗନ୍: ପୋଷ୍ଟରେ ବଢାଇଲା ପାଓ୍ବାର ସପ୍ଲାଇ, ପୁଣି ବଢିପାରେ ଚିନ୍ତା