ମାଲକାନଗିରି, ୨୬/୧୦ (ଆପ୍ର ) : ଅଙ୍ଗନୱାର୍ଡି କର୍ମୀ ନିଯୁକ୍ତିକୁ  ବିରୋଧ କରି ଗ୍ରାମବାସୀ ଅଙ୍ଗନୱାର୍ଡି କେନ୍ଦ୍ର ରେ  ତାଲା ପକାଇଥିଲେ। ତେବେ ପ୍ରଶାସନିକ ଅଧିକାରୀ ପହଞ୍ଚି  ଗ୍ରାମବାସୀଙ୍କୁ ବୁଝାସୁଝା କରି ତାଲା ଖୋଲିଛନ୍ତି। ଅଙ୍ଗନୱାଡ଼ି କର୍ମୀ  ନିଯୁକ୍ତିକୁ କେନ୍ଦ୍ର କରି ବିଭିନ୍ନ ଗ୍ରାମରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଗତ ୧୯/୦୯/୨୦୨୪ ରେ ମାଛାଗୁଡ଼ା ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଛନ୍ତି । କିନ୍ତୁ ମାଛଗୁଡ଼ା ଗ୍ରାମବାସୀ ଚୟନ ପ୍ରକ୍ରିୟାକୁ ବିରୋଧ କରି ଅଙ୍ଗନୱାଡ଼ି କେନ୍ଦ୍ର ୨ ଦିନ ଧରି ତାଲା ପକାଇଥିଲେ। ଖଇରପୁଟ ଗୋଷ୍ଠୀ  ଉନ୍ନ‌ୟନ ଅଧିକାରୀ, ଖଇରପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପୋଲିସ ସହାୟତାରେ ଉକ୍ତ ଗ୍ରାମକୁ ଗତକାଲି ଯାଇ ଗ୍ରାମ ବାସୀଙ୍କୁ ବୁଝା ସୁଝା କରି କେନ୍ଦ୍ରରେ ପଡ଼ିଥିବା ତାଲାକୁ ଖୋଲି ଥିଲେ।

ସେହି ପରି ଗତ  ୨୧/୧୦/୨୦୨୪ ତାରିଖ ରେ କାଲାପଲ୍ଲୀ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ନିୟୋଜିତ ହୋଇଛନ୍ତି।  କିନ୍ତୁ ଅନୁରୂପ ଭାବରେ କାଲାପଲ୍ଲୀ ଗ୍ରାମବାସୀ ମଧ୍ଯ ଚୟନପ୍ରକ୍ରୀୟ କୁ ବିରୋଧ କରି ଅଙ୍ଗନୱାଡ଼ି  କେନ୍ଦ୍ର ରେ ତାଲା ପକାଇଥିଲେ । ଗୋଷ୍ଟି ଉନ୍ନ‌ୟନ ଅଧିକାରୀ ଗ୍ରାମବାସୀ ଙ୍କୁ ବୁଝାସୁଝା କ କରିବା ପରେ ମଧ୍ଯ ତାଲା ଖୋଲା ଯାଇନଥିଲା I ତିନି ଦିନ ଧରି କେନ୍ଦ୍ର ବନ୍ଦ ରହିବା ପରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ତହସିଲଦାର ଓ ପୋଲିସ ଙ୍କ ସହ ଉକ୍ତ ଗ୍ରାମକୁ ଗସ୍ତ କରି ଗ୍ରାମବାସୀ ଙ୍କୁ ବୁଝାଇ ଅଙ୍ଗନୱାର୍ଡି କେନ୍ଦ୍ର ରେ ପକା ଯାଇଥିବା ତାଲା କୁ ଖୋଲି ଥିଲେ।

ଅଙ୍ଗନୱାଡ଼ି କର୍ମୀ ଚୟନ ପ୍ରକ୍ରିୟା ସରକାର ଙ୍କ ନିୟାମବଳି କୁ ଅନୁସରଣ କରି,  ଜିଲ୍ଲାପାଳଙ୍କ ଅଧ୍ଯକ୍ଷତା ରେ ଉପ ଜିଲ୍ଲାପାଳଙ୍କ ସହିତ ଛଅ ଜଣିଆ କମିଟିଙ୍କ ଦ୍ବାରା ସମ୍ପନ୍ନ ହେଉଅଛି। ଅଙ୍ଗନୱାଡ଼ି କେନ୍ଦ୍ର ର ଅଧିନସ୍ଥ ପ୍ରାର୍ଥୀନୀ ମାନଙ୍କ ମଧ୍ୟରେ ମାର୍କିଙ୍ଗ କରାଯାଇ କର୍ମୀ ଚୟନ କରା ଯିବା ବ୍ୟବସ୍ଥା ରହିଛି। ବେଆଇନ ଭାବରେ ସରକାରୀ କାର୍ଯ୍ୟାଳୟ/ ଅନୁଷ୍ଠାନରେ ତାଲା ପକାଇବା କିମ୍ବା ସରକାରୀ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରିବା ଆଇନଗତ ଅପରାଧ ଅଟେ। ଏପରି ମନ ଇଛା ଭାବେ କାମ ନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଭୋଇ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।