ନୂଆଦିଲ୍ଲୀ,୦୬/୦୩; ତାରକାରେ ହାଉସ୍ ଫୁଲ ୱାଙ୍ଖଡ଼େ ପାଲଟିଥିଲା ଟି-ଟ୍ୱଣ୍ଟି ବିଶ୍ୱକପ୍ର ଏକ ସ୍ୱତନ୍ତ୍ର ବିଜୟ ପର୍ବ । ସେମି ଫାଇନାଲ୍ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ପୁଣି ଥରେ ଇଂଲଣ୍ଡକୁ ପରାସ୍ତ କରିଛି । ରବିବାର ଖେଳାଯିବ ଟାଇଟଲ ମୁକାବିଲା । ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ସାମ୍ନା ସାମ୍ନି ହେବେ । ଦିନକ ପୂର୍ବରୁ କୋଲକାତାରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡ ୯ ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ସେମି ଫାଇନାଲ ଫାଇଟରେ ରେକର୍ଡ ବର୍ଷା ହୋଇଛି ।
ୱାଙ୍ଖଡ଼େ ଷ୍ଟାଡ଼ିୟମ ରନ୍ ବର୍ଷା ହୋଇଥିଲା । ୪୦ ଓଭର ମଧ୍ୟ ଉଭୟ ଦଳ ମୋଟ୍ ୪୯୯ ରନ ସଂଗ୍ରହ କରିଥିଲେ । ଯାହା ଟି-ଟ୍ୱେଣ୍ଟି ବିଶ୍ୱକପ ଇତିହାସରେ କୌଣସି ମ୍ୟାଚରେ ସର୍ବାଧିକ ସ୍କୋର । ଏହା ପୂର୍ବରୁ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ମଧ୍ୟରେ ହୋଇଥିବା ମ୍ୟାଚରେ ୪୫୯ ରନ୍ ହୋଇଥିଲା । ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଦ୍ୱିତୀୟ ସର୍ବାଧିକ ହାଇସ୍କୋରିଂ ମ୍ୟାଚ ଥିଲା । ଏହି ମାମଲାରେ ସାଉଥ୍ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମୁକାବିଲା ଟପରେ ରହିଛି । ୨୦୨୩ରେ ସେଞ୍ଚୁରିୟନରେ ଖେଳାଯାଇଥିବା ମ୍ୟାଚରେ ୫୧୭ ରନ୍ ହୋଇଥିଲା । ଭାରତ-ଇଂଲଣ୍ଡ ସେମିଫାଇନାଲରେ ରହିଥିଲା ୩୪ଟି ବିଶାଳ ଛକା ଓ ୩୯ଟି ଚୌକା । ଶେଷ ଓଭର ଯାଏଁ ମ୍ୟାଚ ଯାଇଥିଲା ଏବଂ ଭାରତ ବିଜୟ ହାସଲ କରିଥିଲା ।
ଟି-ଟ୍ୱେଣ୍ଟି ବିଶ୍ୱକପ ନକଆଉଟ୍ ମ୍ୟାଚରେ ସର୍ବୋଚ୍ଚ ସ୍କୋର
୧୦୫- ଜେକବ ବେଥଲ ବନାମ ଭାରତ, ୨୦୨୬ ସେମିଫାଇନାଲ
୧୦୦*-ଫିନ ଏଲନ ବନାମ ସାଉଥ ଆଫ୍ରିକା, କୋଲକାତା, ୨୦୨୬ ସେମିଫାଇନାଲ
୯୬*- ତିଲକରତ୍ନେ ଦିଲଶାନ ବନାମ ୱେଷ୍ଟିଇଣ୍ଡିଜ, ଦ ଓଭାଲ, ୨୦୦୯ ସେମିଫାଇନାଲ
୮୯*- ବିରାଟ କୋହଲି ବନାମ ୱେଷ୍ଟଇଣ୍ଡିଜ, ମୁମ୍ବାଇ ବିଶ୍ୱକପ, ୨୦୨୬ ସେମିଫାଇନାଲ
୮୯- ସଞ୍ଜୁ ସାମସନ ବନାମ ଇଂଲଣ୍ଡ-ୱାଙ୍ଖଡେ, ୨୦୨୬ ସେମିଫାଇନାଲ
ଟି-ଟ୍ୱେଣ୍ଟି ବିଶ୍ୱକପରେ ଗୋଟିଏ ସିଜନରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟର:
୧୬-ସଞ୍ଜୁ ସାମସନ (୨୦୨୬)
୧୫-ରୋହିତ ଶର୍ମା (୨୦୨୪)
୧୫-ଶିବନ ଦୁବେ (୨୦୨୬)
୧୪-ଇଶାନ କିଶନ (୨୦୬)
୧୪-ହାର୍ଦ୍ଦିକ ପାଣ୍ଡ୍ୟା (୨୦୨୬)
୧୨- ଯୁବରାଜ ସିଂହ (୨୦୦୭)
ଏହା ବି ପଢନ୍ତୁ...ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ ବଡ଼ ବଡ଼ ମହାରଥୀ
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନ ସଂଗ୍ରହ କରିଥିଲା । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ସଞ୍ଜୁ ସାମସନ ୮୯ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ସେହିପରି ଶିବମ ଦୁବେ ୪୩ ଓ ଇଶାନ କିଷନ ୩୯ ରନର ଯୋଗଦାନ ଦେଇଥିଲେ । ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେଇଥିଲା । ଜାକବ ବେଥେଲ ଶତକ ଅର୍ଜନ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲେ । ଶେଷ ଓଭର ପର୍ଯ୍ୟନ୍ତ ଇଂଲଣ୍ଡ ନିୟନ୍ତ୍ରଣରେ ମ୍ୟାଚ୍ ରହିଥିଲା । ଅନ୍ତିମ ଓଭରର ପ୍ରଥମ ବଲ୍ରେ ବେଥେଲ ଆଉଟ ହେବା ପରେ ଭାରତର ବିଜୟ ପକ୍କା ହୋଇଥିଲା । ଭାରତ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ପୂର୍ବରୁ ୨୦୦୭ ଓ ୨୦୨୪ରେ ଭାରତ ଚାମ୍ପିଅନ୍ ହୋଇଥିବାବେଳେ ୨୦୧୪ରେ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଥିଲା ।
ଟି-ଟ୍ୱେଣ୍ଟି ବିଶ୍ୱକପରେ ସର୍ବୋଚ୍ଚ ସ୍କୋର:
୨୬୦/୬-ଶ୍ରୀଲଙ୍କା ନବାମ କେନିୟା- ୨୦୦୭
୨୫୬/ ୪- ଭାରତ ବନାମ ଜିମ୍ୱାୱେ, ଚେନ୍ନାଇ ୨୦୨୬
୨୫୪/୭-ୱେଷ୍ଟଇଣ୍ଡିଜ ବନାମ ଜିମ୍ୱାୱେ, ୱେଙ୍ଖଡେ, ୨୦୨୬
୨୫୩/୭-ଭାରତ ବନାମ ଇଂଲଣ୍ଡ, ୱେଙ୍ଖଡେ୨୦୨୬ ସେମିଫାଇନାଲ
୨୪୬/୭- ଇଂଲଣ୍ଡ ବନାମ ଭାରତ, ୱେଙ୍ଖଡେ ୨୦୨୬ ସେମିଫାଇନାଲ
ଟି-ଟ୍ୱେଣ୍ଟି ବିଶ୍ୱକପରେ ଗୋଟିଏ ସିଜନରେ ସର୍ବାଧିକ ଛକା ମାରିଥିବା ଦଳ:
୮୮- ଭାରତ ୨୦୨୬ରେ
୭୬-ୱେଷ୍ଟଇଣ୍ଡିଜ, ୨୦୨୬
୭୨- ସାଉଥ ଆଫ୍ରିକା, ୨୦୨୬
୬୨-ୱେଷ୍ଟଇଣ୍ଡିଜ, ୨୦୨୪
୬୧-ଭାରତ, ୨୦୨୪
ଟି-ଟ୍ୱେଣ୍ଟିରେ ସର୍ବାଧିକ ଥର ୨୫୦ ପ୍ଲସ୍ ସ୍କୋର:
୬-ଭାରତ
୫- ସନରାଇଜର୍ସ ହାଇଦ୍ରାବାଦ
୩-ୱେଷ୍ଟଇଣ୍ଡିଜ
୩- ଜିମ୍ୱାୱେ
୩- ସରେ