ନୂଆଦିଲ୍ଲୀ, ୪/୨ : ଟି-୨୦ ବିଶ୍ବକପ ପୂର୍ବରୁ ଇଶାନ କିଷନଙ୍କ ପାଇଁ ଖୁସି ଖବର । ଆଇସିସି ରାଙ୍କିଂରେ ମାରିଲେ ବଡ଼ ଲମ୍ଫ । ସିଧା ୩୨ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦୀର୍ଘଦିନ ପରେ ଦଳକୁ ଫେରିଥିଲେ । ଏହି ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ । ଶତକୀୟ ପାଳି ଖେଳି ଦଳକୁ ଖାଲି ବିଜୟ କରାଇନଥିଲେ । ବରଂ ଏହି ସିରିଜର ନିଜର ବଳିଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ରାଙ୍କିଂରେ ଉନ୍ନତି କରିଛନ୍ତି । ସେ ୩୨ ଜଣଙ୍କୁ ପଛରେ ପକାଇ ଏବେ ୩୨ ନମ୍ବର ସ୍ଥାନରେ ରହିଛନ୍ତି ।

ସେପଟେ ଅନ୍ୟ ଭାରତୀୟ ଖେଳାଳିଙ୍କକ କଥା ଯଦି କହିବା ତାହେଲେ ଅଭିଶେକ ଶର୍ମା ଏବେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ଦମଦାର ପ୍ରଦର୍ଶନ କରିଥିଲେ । ସେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପୂର୍ବରୁ ସପ୍ତମ ସ୍ଥାନରେ ରହିଥିଲେ । ମାତ୍ର ଏବେ ସେ ଷଷ୍ଠ ସ୍ଥାନକୁ ଉଠିଛନ୍ତି । ସେପଟେ ଶିଭମ ଦୁବେ ୧୭ ଜଣଙ୍କୁ ପଛରେ ପକାଇ ଏବେ ୪୧ ନମ୍ବରରେ ରହିଛନ୍ତି । ସବୁଠାରୁ ଅଧିକ କ୍ଷତି ସହିଛନ୍ତି ସଞ୍ଜୁ ସମାସନ । ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ ହୋଇଥିବା ଏହି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଏବେ ୫୬ ନମ୍ବର ସ୍ଥାନକୁ ଖସି ଯାଇଛନ୍ତି । ତିଲକ ବର୍ମାଙ୍କ କଥା ଯଦି କହିବା ତାହେଲେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଆହତ କାରଣରୁ ଖେଳିବାର ସୁଯୋଗ ପାଇନଥିଲେ । ଏବେ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ବୋଲରଙ୍କ କଥା ଯଦି ବିଚାରକୁ ନେବା ତାହେଲେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ରହିଥିବା ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କ ଠାରୁ ୨୮ ପଏଣ୍ଟ ଅଧିକ ରହିଛନ୍ତି । ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ଏହି ପଏଣ୍ଟ ଖେଳାଳିଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ । ଭାରତୀୟ ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପର ପ୍ରମୁଖ ଦାବିଦାର ହେବ ବୋଲି ଆଶା କରାଯାଉଛି ।

ଏହାସହ ପଢ଼ନ୍ତୁ : ବିଶ୍ବକପ ଇତିହାସ : ବର୍ଜନ କରିଥିବା ଦଳଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ICC