ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭଲ କାହାଣୀ ଦେଖି ସିନେମା ସାଇନ୍ କରନ୍ତି ତାପସୀ: କହିଲେ- ବଡ଼ ବଜେଟ୍‌ ଫିଲ୍ମରେ ମିଳେ କମ୍‌ ପାରିଶ୍ରମିକ

Published By : Prameya | November 3, 2024 11:56 AM

ମୁମ୍ବାଇ ୦୩/୧୧: ଅତି ଧ୍ୟାନର ସହ କାହାଣୀ ଚୟନ କରନ୍ତି ‘ହସୀନ୍‌ ଦିଲରୁବା’ ଷ୍ଟାର୍‌ ତାପସୀ  ପନ୍ନୁ । ଭୂମିକା ଚୟନ, ପାରିଶ୍ରମିକ ଆଦିରେ ସେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଦମ୍‌ଦାର ନାରୀ-କୈନ୍ଦ୍ରିକ ଫିଲ୍ମ ପାଇଁ ତାପସୀ  ବେଶ ଜଣାଶୁଣା । ତଥାପି ବଡ଼ ବଜେଟ୍‌ର କମର୍ସିଆଲ ଫିଲ୍ମରେ ସେ ଅଧିକ ପାରିଶ୍ରମିକ ପାଇନଥାନ୍ତି । ଉଦାହରଣ ସ୍ୱରୂପ, ଶାହରୁଖ  ଖାନ୍‌ଙ୍କ ‘ଡଙ୍କି’ ଓ ବରୁଣ ଧୱନଙ୍କ ‘ଜୁଡ୍‌ୱା-୨’ ଭଳି ଫିଲ୍ମରେ  ଅଧିକ ପାରିଶ୍ରମିକ ପାଇନଥିବା ତାପସୀ ସ୍ପଷ୍ଟ କରିଛନ୍ତି । ‘ସ୍କ୍ରିନ୍‌’ ସହ  ଏକ ସାକ୍ଷାତକାରରେ ତାପସୀ ନିଜ କ୍ୟାରିଅର ପାଇଁ ଫିଲ୍ମ ଚୟନ  ସମୟରେ ସମ୍ମୁଖୀନ ହେଉଥିବା ଜଟିଳତା ବିଷୟରେ ଆଲୋଚନା  କରିଛନ୍ତି । 

କହିଛନ୍ତି, ଫିଲ୍ମରେ ଭୂମିକା ଚୟନ କରିବା ତାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ । କାରଣ ମୁଖ୍ୟ କଳାକାର ଭାବେ ପ୍ରୋଜେକ୍ଟର ଦାୟିତ୍ୱ ସମ୍ପୂର୍ଣ୍ଣ ତାଙ୍କ କାନ୍ଧ ଉପରେ  ଥାଏ । ଫିଲ୍ମର ମୁଖ୍ୟ ଚେହେରା ହେବାର ଅର୍ଥ  ସେ ଉଭୟ ପ୍ରଶଂସା ଓ ସମାଲୋଚନାର ସମ୍ମୁଖୀନ  ହୁଅନ୍ତି । ତାପସୀ କହିଛନ୍ତି, ସେ ଚୟନ  କରୁଥିବା ପ୍ରୋଜେକ୍ଟଗୁଡ଼ିକ ପ୍ରଥମେ ବ୍ଲକ୍‌ବଷ୍ଟର  ମାନ୍ୟତାରୁ ବଞ୍ଚିତ ହୁଏ । କିନ୍ତୁ ଦର୍ଶକ ଦେଖିବା  ପରେ ଆଦୃତି ମିଳେ। 

ସେ ଆହୁରି କହିଛନ୍ତି,  ଲୋକଙ୍କ ଧାରଣା ଯେ ଟଙ୍କା ପାଇଁ ‘ଜୁଡ୍‌ୱା’  ଓ ‘ଡଙ୍କି’ ଭଳି ଫିଲ୍ମରେ ସେ କାମ କରନ୍ତି ।  କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ମୁଖ୍ୟ  ନାୟିକା ଭୂମିକା ନିର୍ବାହ କରୁଥିବା ‘ହସୀନ୍‌  ଦିଲ୍‌ରୁବା’ ଭଳି ପ୍ରୋଜେକ୍ଟ ଜରିଆରେ ସେ ଅଧିକ ଆୟ କରନ୍ତି । ବଡ଼ ଷ୍ଟାର୍‌ଙ୍କ ଅଭିନୀତ କମର୍ସିଆଲ ଫିଲ୍ମରେ ତାଙ୍କୁ ଖୁବ୍‌  କମ୍‌ ପାରିଶ୍ରମିକ ମିଳେ । କାରଣ ଲୋକଙ୍କ  ଧାରଣା, ଏଭଳି ଫିଲ୍ମରେ କାମ ଦେଇ  ସେମାନେ ତାଙ୍କ ଉପରେ ଦୟା କରୁଛନ୍ତି ।  

ତାପସୀଙ୍କ କହିବା ଅନୁସାରେ, ଏହି ଭୁଲ  ଧାରଣାକୁ ସେ ପ୍ରତିଦିନ ଚ୍ୟାଲେଞ୍ଜ୍‌  କରୁଛନ୍ତି । ହିରୋମାନେ ସେମାନଙ୍କ  ଫିଲ୍ମରେ ହିରୋଇନ୍‌ ଚୟନ କରନ୍ତି ।  ପୁରୁଷ ଷ୍ଟାର୍‌ଙ୍କର ପ୍ରଭାବ ଫିଲ୍ମ ଜଗତ  ବାହାରେ ବି ରହିଛି । ବିଜ୍ଞାପନ ପାଇଁ  ମଧ୍ୟ ସେମାନେ ମହିଳା କଳାକାରଙ୍କୁ  ଚୟନ କରୁଛନ୍ତି । ଏହି ଅପ୍ରିୟ ସତ ଜାଣି ସେ ପ୍ରଥମେ ଭୀଷଣ ରାଗିଥିଲେ । କାରଣ ଏହା ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.