ପ୍ରମୂଖ ଖବର
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଆଉ ନାହାନ୍ତି ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି, ୭୧ ବର୍ଷ ବୟସରେ ଦେହାନ୍ତ

Published By : Ankita S | August 3, 2025 9:42 AM

ନୂଆଦିଲ୍ଲୀ,୦୩/୦୮: ଆଉ ନାହାନ୍ତି ଜଣାଶୁଣା ତାମିଲ ଅଭିନେତା, କମେଡ଼ିଆନ, ମ୍ୟୁଜିକ କମ୍ପୋଜର ଏସ୍‌. କୃଷ୍ଣମୂର୍ତ୍ତି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନ୍ସରରେ ପୀଡ଼ିତ କୃଷ୍ଣମୂର୍ତ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । କମେଡ଼ିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ । ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି କୃଷ୍ଣମୂର୍ତ୍ତୀ । ମଦନ ବବ୍‌ ନାମରେ ଜଣାଶୁଣା ଥିଲେ ।

ଏସ୍‌. କୃଷ୍ଣମୂର୍ତ୍ତି ନାମରେ ଜନ୍ମଗ୍ରହଣ କରିଥିବା ମାଧନ ବବ୍ ତାଙ୍କ ପରିବାରର ଅଷ୍ଟମ ସନ୍ତାନ ଥିଲେ । ବହୁମୁଖୀ ପ୍ରତିଭାଶାଳୀ କଳାକାର ଥିଲେ । ସେ କେବଳ ଜଣେ ହାସ୍ୟ ଅଭିନେତା ଭାବରେ ନୁହେଁ ବରଂ ଜଣେ ସଂଗୀତଜ୍ଞ ଭାବରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ଦଶନ୍ଧି ଧରି, ସେ କମଲ ହାସନ, ରଜନୀକାନ୍ତ, ଅଜିତ, ସୂର୍ଯ୍ୟ ଏବଂ ବିଜୟଙ୍କ ପରି ପ୍ରଖ୍ୟାତ ଅଭିନେତାଙ୍କ ସହିତ ଅଭିନୟ କରିଥିଲେ। ସେ ଟେଲିଭିଜନରେ ଏକ ପରିଚିତ ମୁହଁ ମଧ୍ୟ ଥିଲେ । ଟିଭି କମେଡି ଶୋ’ ଅସଥା ପୋଭାଥୁ ୟାରୁ? ରେ ଜଣେ ବିଚାରକ ଭାବରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କର କିଛି ଉଲ୍ଲେଖନୀୟ ଭୂମିକା ମଧ୍ୟରେ ଡାଇମଣ୍ଡ ବାବୁ ଏବଂ ଫ୍ରେଣ୍ଡସ୍ରେ ମ୍ୟାନେଜର ସୁନ୍ଦରେସନ ରହିଛି । ହାସ୍ୟ ଅଭିନୟ ହେଉ କିମ୍ବା ଅନ୍ୟ କିଛି ଚରିତ୍ର ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.