ନୂଆଦିଲ୍ଲୀ,୨୩/୦୫; ନିର୍ବାଚନ ସରିଲା । ଫଳାଫଳ ବାହାରିଲା । ରାଜ୍ୟରେ ନୂଆ ସରକାର ଗଠନ ହେଲା । ଡିଏମକେ ଗଲା ଟିଭିକେ ଆସିଲା । ଅଭିନେତାରୁ ରାଜନେତା ପାଲଟିଥିବା ଜାସେଫ ବିଜୟ ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ବି ନେଲେ । କିନ୍ତୁ ତାମିଲନାଡୁ ଏବେ ବି ଚର୍ଚ୍ଚାରେ ରହିଛି । ତାମିଲନାଡୁ ବିଧାନସଭା ନିର୍ବାଚନ ପରିଣାମ ରାଜ୍ୟ ରାଜନୀତିକୁ ଓଲଟପାଲଟ କରିନି ବରଂ ଏହାର ପ୍ରଭାବ ଏବେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ସଂସଦରେ ମଧ୍ୟ ଅନୂଭୁତ ହୋଇଛି । ତାମିଲନାଡୁରେ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏହି ବିଭାଜନରେ ସୁଯୋଗ ଖୋଜୁଛି । ସୁତ୍ର ଅନୁସାରେ, ଜାତୀୟ ରାଜନୀତି ଏବଂ ସଂସଦରେ ସ୍ଥିତିକୁ ମଜବୁତ କରିବାକୁ ବିଜେପି ଡିଏମକେର ନିକଟତର ହେବାର ସମ୍ଭାବନା ଉପରେ ବିଚାର କରୁଛି । ବିଜେରି ରଣନୀତିକାରମାନେ ଅନୁଭବ କରୁଛନ୍ତି କି, ସଂସଦରେ ଜାତୀୟ ପ୍ରସଙ୍ଗ ଉପରେ ଡିଏମକେର ପ୍ରସଙ୍ଗ ଆଧାରିତ ସମର୍ଥନ ମିଳିପାରିବ ।

ତାମିଲନାଡୁ ନିର୍ବାଚନ ସମୟରେ କଂଗ୍ରେସ ଡିଏମକେ ଛାଡି ସୁପରଷ୍ଟାର ବିଜୟଙ୍କ ଦଳ ଟିଭିକେ ସହିତ ମିଶିବା ଡିଏମକୁ ବଡ଼ ଆଘାତ ଦେଇଛି । ଡିଏମକେ କଂଗ୍ରେସ ଉପରେ ପିଠିରେ ଛୁରା ମାରିବା ଅଭିଯୋଗ କରିଛି । ଏହି ଉତ୍ତେଜନା ଏତେ ବୃଦ୍ଧି ପାଇଛି ଯେ, ଡିଏମକେ ସଂସଦରେ ଏହାର ସାଂସାଦମାନଙ୍କ ଆସନ ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛି । କାରଣ ସେମାନେ ଆଉ କଂଗ୍ରେସ ସହିତ ବସିବାକୁ ଚାହୁଁନାହାନ୍ତି । ଏହି ଉତ୍ତେଜନା ବ୍ୟତୀୟ, ଅନ୍ୟ କିଛି କାରଣ ଅଛି ଯାହା ବିଜେପିକୁ ଡିଏମକେ ଆଡ଼କୁ ଚାହିଁବାକୁ ବାଧ୍ୟ କରୁଛି ।

ରାଜନୈତିକ ଦୃଷ୍ଟିରୁ ଦୁର୍ବଳ ସ୍ଥିତି- ସୁପରଷ୍ଟାର ବିଜୟଙ୍କ ଦଳ ଟିଭିକେ, ରାଜ୍ୟରେ ଡିଏମକେ ଏବଂ ଏଆଇଏଡିଏମକେର ୬ ବର୍ଷ ଦଶନ୍ଧି ଧରି ରହିଥିବା ପ୍ରାଧାନ୍ୟକୁ ଶେଷ କରି ଏକ ଐତିହାସିକ ବିଜୟ ହାସଲ କରିଛି । ଏହି ପରାଜୟ ଡିଏମକେକୁ ପଛକୁ ପକାଇ ଦେଇଛି । ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ଏକ ଆଞ୍ଚଳିକ ଦଳ ପାଇଁ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରରେ ବିରୋଧୀ ଦଳରେ ରହିବା ଅତ୍ୟନ୍ତ କଷ୍ଟକର । ଫଳରେ ଡିଏମକେକୁ କେନ୍ଦ୍ର ସରକାରଙ୍କ ସହିତ ଏକ କାର୍ଯ୍ୟକାରୀ ସମ୍ପର୍କ ସ୍ଥାପନ କରିବାକୁ ପଡ଼ିପାରେ ।

କଣ କହୁଛି ଇତିହାସ ? ବିଜେପି ଡିଏମକେ ପାଇଁ ଅପରିଚିତ ନୁହେଁ । ଡିଏମକେ ଥରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରର ଅଂଶ ଥିଲା । ତେଣୁ ନୂଆ ପରିପ୍ରେକ୍ଷୀରେ ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିବା ଅସମ୍ଭବ ବୋଲି ବିବେଚନା କରାଯାଏ ନାହିଁ । ଯଦିଓ ଦୁଇ ଦଳ ନିକଟତର ହେବାକୁ ଚେଷ୍ଟା କରନ୍ତି, ତେବେ ଦୁଇଟି ଆଦର୍ଶଗତ ଏବଂ ନୀତିଗତ ପ୍ରସଙ୍ଗ ଅଛି ଯାହା ଉପରେ ଏମକେ ଷ୍ଟାଲିନଙ୍କ ଦଳ ଆପୋଷ ସମାଧାନ କଷ୍ଟକର ହେବ । ଡିଏମକେ କେନ୍ଦ୍ର ସରାକରଙ୍କ ସୀମା ନିର୍ଦ୍ଧାରଣ ଯୋଜନାର ଘୋର ବିରୋଧୀ ହୋଇ ସାରିଛି । ବିଜେପି ଦକ୍ଷିଣ ଭାରତର ପ୍ରତିନିଧିତ୍ୱ ହ୍ରାସ କରିବାକୁ ଚାହୁଁଥିବା ପ୍ରସଙ୍ଗରେ ଏହା ସମଗ୍ର ବିଧାନସଭା ନିର୍ବାଚନ ଲଢିଥିଲା । ଡିଏମକେ ସାଂସଦ କଳା ପୋଷାକ ପିନ୍ଧି ବିଲର କପି ଜାଳି ସଂସଦରେ ପ୍ରତିବାଦ କରିଥିଲେ । ଏହି ମତରୁ ଓହରିଯିବା ଷ୍ଟାଲିକନଙ୍କ ପାଇଁ ବଡ଼ ରାଜନୈତିକ ସମସ୍ୟା ସୃଷ୍ଟି କରିପାରେ ।

ଏହା ବି ପଢନ୍ତୁ...Abhijeet Dipke Controversy: କକ୍ରୋଚ୍ ଜନତା ପାର୍ଟିର ଫାଉଣ୍ଡର ଅଭିଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ହ୍ୟାକ୍  

ଦୁଇ-ତୃତୀୟାଂଶ ବହୁମତ ପାଇଁ ପଥ ସହଜ ହେବ- ବିଜେପି ମୁଖ୍ୟତଃ ସଂସଦ ଭିତରେ ନିଜର ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛି । ସୀମା ନିର୍ଦ୍ଧାରଣ ବିଲ୍ ଉପରେ ସମ୍ପ୍ରତି ଭୋଟ୍ ସମୟରେ, ବିଜେପି ନେତୃତ୍ୱାଧୀନ ଏନଡିଏ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବାରେ ବିଫଳ ହୋଇଥିଲା । ସଂସଦରେ ଦୁଇ-ତୃତୀୟାଂଶ ବହୁମତ ପାଇଁ ୩୬୨ ଆସନ ଦରକାର । ଯାହା ଏନଡିଏକୁ ୭୦ ଆସନ କମ ରଖିଥାଏ । ଗତ ଭୋଟ୍ ସମୟରେ ୫୨୮ ସାଂସଦ ଗୃହରେ ଉପସ୍ଥିତ ଥିଲେ ଏନଡିଏ ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ପାଇଥିଲା । ଏନଡିଏର ଦୁଇ-ତୃତୀୟାଂଶ ଭୋଟଠାରୁ ୫୪ ଭୋଟ୍ କମ ପଡିଥିଲା ।

ଓଡ଼ିଶା ମଡେଲରେ ବିଜେପି- ଡିଏମକେକୁ ସିଧାସଳଖ ଏନଡିଏରେ ସାମିଲ କରିବା ପରିବର୍ତ୍ତେ, ବିଜେପି ନବୀନ ପଟ୍ଟନାୟକ (ବିଜେଡି), ଜଗନ ମୋହନ ରେଡ୍ଡୀ (ୱାଇଏସଆରସିପି) କିମ୍ବା କେସିଆର (ବିଆରଏସ)ଙ୍କ ଭଳି ଏକ ମଡେଲ ଅନୁସରଣ କରିବାକୁ ଚାହୁଁଛି ।