ଭୁବନେଶ୍ଵର, ୬/୧୨ : ପାଣି ବିନା ମାଛ ଭଳି କ୍ଷମତା ବିନା ଛଟପଟ ହେଉଛନ୍ତି ଦୀପାଳି ଦାସ। କାଉଣ୍ଟର କଲେ ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ସେ କହିଛନ୍ତି ଯେ, ଦେଢ ବର୍ଷ ଭିତରେ କ୍ଷମତାରେ ରହି ନପାରି ଦୀପାଳି ଦାସ ଛଟପଟ ହେଉଛନ୍ତି। ଏହାର ଦୃଶ୍ୟ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। 

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲାକୁ କିଏ ପ୍ରଦୂଷିତ କରିଥିଲା ? ଆସ୍ ପାହାଡ଼ କିଏ ସୃଷ୍ଟି କରିଥିଲା ? ତାଙ୍କ ସ୍ଵର୍ଗତ ବାପା ଓ ତାଙ୍କର କଳା କାରନାମା ବହୁତ। ମଙ୍ଗଳ ବଜାର ହସ୍ପିଟାଲ ଖୋଲିବେ ବୋଲି ସ୍ଵର୍ଗତଃ ନବ ଦାସ କହିଥିଲେ। ହେଲେ ଖୋଲିଲା କି? ବିଜେପି ସରକାରକୁ ଆସିବା ପରେ ହସ୍ପିଟାଲ ଖୋଲିଲା। ଦୀପାଳି ଚାହାଁନ୍ତି ଯେ, ବିକାଶ ଝାରସୁଗୁଡ଼ାର ନୁହେଁ ତାଙ୍କ ପରିବାରର ହେଉ। ଭାଇ ଭଉଣୀ କମ୍ପାନିମାନଙ୍କୁ ଡାକି ବଟି ଆଦାୟ କରୁଥିଲେ। ତାହା ବନ୍ଦ ହୋଇଯାଇଛି ବୋଲି ବାଧୁଛି। ମୁଁ ନବୀନ ବାବୁଙ୍କୁ ଅନୁରୋଧ କରୁଛି ଏଭଳି ଲୋକଙ୍କୁ ଦଳରୁ କାଢ଼ନ୍ତୁ। ଟଙ୍କଧର ପୁଣି କହିଛନ୍ତି ଯେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀକୁ ଆସିବା ପରେ ଫ୍ଲାଇଟ୍ କିଣିଛନ୍ତି।