ଟାଙ୍ଗୀ, ୨୫/୧୧ : କଟକ ଜିଲ୍ଲା ଟାଙ୍ଗୀ ରଜକଣା ଛକ ନିକଟରେ ବଡ଼ ଦୁର୍ଘଟଣା। ୧୬ ନମ୍ଵର ଜାତୀୟ ରାଜପଥରେ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହେଲା ଟ୍ୟାଙ୍କର। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ୨ ଜଣଙ୍କୁ ଏସସିବି ମେଡିକାଲକୁ ପଠାଇଛନ୍ତି।

​​​​​​​

ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ଏକ ବୋଲେରୋରେ ୫ ଜଣ ଯାତ୍ରୀ ଯାଜପୁରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲେ। ଟାଙ୍ଗୀ ରଜକଣା ଛକ ନିକଟରେ ବୋଲେରୋଟି ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଟାଙ୍ଗୀ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।