କୋଲକାତା,୨୯।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ଜାରି ରହିଛି। ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଫାଲ୍ଟା ଆସନ ଏବେ ଚର୍ଚ୍ଚାରେ ରହିଛି। ମତଦାନ ଦିନ ଇଭିଏମ୍ ସହ ଟାମ୍ପରିଂ ଅଭିଯୋଗ ଓ ବଟନ୍ରେ ଟେପ୍ ଲଗାଯାଇଥିବାର ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି। ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଦେବଙ୍ଗସୁ ପଣ୍ଡା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବହୁ ବୁଥର ଇଭିଏମ୍ରେ ତାଙ୍କ ନାଁ ଓ ପାର୍ଟିର ନିର୍ବାଚନୀ ଚିହ୍ନ ପାଖରେ ଥିବା ବଟନରେ ଟେପ୍ ଲଗାଯାଇଛି। ଫଳରେ ମତଦାତା ବିଜେପି ସପକ୍ଷରେ ଭୋଟ ଦେଇପାରିବେନି।
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କିଛି ଭିଡିସ ସେୟାର କରାଯାଇଛି। ଏଥିରେ ଇଭିଏମ୍ ବଟନ୍ରେ ଟେପ୍ ଲଗାଯାଇଥିବାର ଦେଖିବାକୁ ମିଳିଛି। ସେ ଏହାକୁ ‘ଡାଇମଣ୍ଡ ହାର୍ବର ମଡେଲ’ ବୋଲି ଘୋଷଣା କରି କହିଛନ୍ତି, ମମତା ବାନାର୍ଜୀ ଏଭଳି ଅପରାଧି(ଜାହାଙ୍ଗୀର ଖାନ୍)ଙ୍କୁ ସୁରକ୍ଷା ଦେଉଛନ୍ତି। ବହୁ ବୁଥ୍ରେ ବିଜେପିକୁ ଭୋଟ ଦେବାର ବିକଳ୍ପକୁ ଟେପ୍ରେ ବ୍ଲକ କରି ଦିଆଯାଇଛି।’ ମାଲଭିୟ ବିଶେଷ ଭାବରେ ବୁଥ୍ ସଂଖ୍ୟା ୧୪୪,୧୭୦ ଓ ୧୮୯ ବିଷୟରେ ଉଲ୍ଲେଖ କରିଛନ୍ତି।
This is what Mamata Banerjee was defending when she spoke up for Jehangir Khan, a criminal contesting on a TMC ticket from Falta in Diamond Harbour.
— Amit Malviya (@amitmalviya) April 29, 2026
In several polling booths, the option to vote for the BJP has been blocked using a tape, effectively preventing voters from… pic.twitter.com/sKw3mcdA86
ଏହା ପୂର୍ବରୁ ଟିଏମସି ପ୍ରାର୍ଥୀ ଓ ଅଭିଷେକ ବାନାର୍ଜୀଙ୍କ ନିକଟତମ ଜାହାଙ୍ଗୀର ଖାନଙ୍କୁ ପୋଲିସ ପର୍ଯ୍ୟବେକ୍ଷକ ଅଜୟ ପାଲ୍ ଶର୍ମାଙ୍କ ସହିତ ଯୁକ୍ତି ହୋଇସାରିଥିଲା। ଶର୍ମା ମତଦାନ ପୂର୍ବରୁ ଜାହାଙ୍ଗୀର ଖାନ୍ ଓ ତାଙ୍କ ପରିବାରକୁ ଚେତାବନୀ ଦେଇଥିଲେ ଯେ, ସେ ନିର୍ବାଚନୀ ପ୍ରକିୟାରେ ବାଧା ନପକାନ୍ତୁ। ମତଦାନ ଦିନ ଜାହାଙ୍ଗୀର ଖାନ୍ ନିଜ ପାର୍ଟି କାର୍ଯ୍ୟାଳୟର ‘ଓ୍ବାର ରୁମ୍’ ପର୍ଯ୍ୟନ୍ତ ସୀମିତ ରହିଛନ୍ତି। ସେଭଳି ବାହାରେ ତାଙ୍କ ସମର୍ଥକ ଓ ପୋଳିସ ଭିତରେ ବିବାଦ ଜାରି ରହିଛି।
ଇଭିଏମ୍ ଟାମ୍ପରିଂ ଅଭିଯୋଗ ଉପରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନର କଡା ଚେତାବନୀ ଜାରି କରିଛନ୍ତି। କମିଶନ କହିଛନ୍ତି, ବଟନ ଉପରେ ଟେପ୍ ଲଗାଇବାର ଅଭିଯୋଗ ନେଇ ଚର୍ଚ୍ଚା କରାଯିବ। ଯଦି ଅଭିଯୋଗ ଠିକ୍ ତେବେ ସେହି ବୁଥ୍ରେ ପୁଣିଥରେ ଭୋଟିଂ ହେବ। ତେବେ କିଛି ରିପୋର୍ଟ ଅନୁସାରେ, ଅଭିଯୋଗର ତୁରନ୍ତ ପରେ ମେସିନ୍ ଠିକ୍ କରି ଦିଆଯାଇଥିଲା ଓ ମତଦାନ ଆରମ୍ଭ ହୋଇଥିଲା। ଡାଇମଣ୍ଡ ହାର୍ବର ଲୋକସଭା କ୍ଷେତ୍ର ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଗଡ ବୋଲି ମନେକରାଯାଏ। ଏପରିକି ସେଠାରେ ହାରିବା ଜିତିବା ଟିଏମସିର ଶୀର୍ଷ ନେତୃତ୍ବଙ୍କ ପ୍ରତିଷ୍ଠା ସହ ଜଡିତ। ବିରୋଧି ଦଳ ସବୁବେଳେ ଏଠାରେ ବାହୁବଳ ଦେଖାଇ ମତଦାନ କରିବାର ଅଭିଯୋଗ ରହିଛି। ୨୦୨୧ ରେ ନିର୍ବାଚନ ବେଳେ ଏହି ଆସନରେ ଏଭଳି ବିବାଦ ଦେଖିବାକୁ ମିଳିଥିଲା। ନିର୍ବାଚନ କମିଶନ୍ ଏଥର ସୁରକ୍ଷା ପାଇଁ ଏନ୍ଆଇଏ ଏବଂ ଅତିରିକ୍ତ କେନ୍ଦ୍ରୀୟ ବଳଙ୍କୁ ମୁତୟନ କରିଛି, ଯାହାଫଳରେ ମତଦାନ କେନ୍ଦ୍ର ଭିତରେ ଓ ବାହାରେ ଶାନ୍ତି ବଜାୟ ରହିବ। ସବୁଠାରୁ ବଡ଼ କଥା ହେଲା ଏହି ଭିଡିଓରେ କେବଳ ବିଜେପି ନୁହେଁ, ବଂର ସିପିଏମ୍ ପ୍ରାର୍ଥୀଙ୍କ ବଟନ୍ରେ ଟେପ୍ ଲଗାଯାଇଥିବାର ଦେଖିବାକୁ ମିଳିଛି। ତେବେ ବାମପନ୍ଥୀ ଦଳ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଔପଚାରିକ ମନ୍ତବ୍ୟ ଜାରି କରି ନାହିଁ।