ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସରି ଆସୁଛି ଧାନ କିଣା ଟାର୍ଗେଟ : ୩୪.୪୭ ଲକ୍ଷରୁ ୩୩.୯୪ ଲକ୍ଷ କ୍ୱିଣ୍ଟାଲ କ୍ରୟ, ପ୍ରାପ୍ୟ ଅପେକ୍ଷାରେ ୫ହଜାର ଚାଷୀ

Published By : Prameya | March 27, 2025 12:34 AM

ତିହିଡ଼ି,୨୬ା୩ (ଆ.ପ୍ର): ସରି ସରି ଆସୁଛି ଧାନ କିଣା ଟାର୍ଗେଟ୍‌ । ଜିଲ୍ଲା ଯୋଗାଣ ବିଭାଗ ହାତର ଆଉମାତ୍ର ୫୦ ହଜାର କ୍ୱିଣ୍ଟାଲ ଟାର୍ଗେଟ ରହିଛି । ୧୫ ଦିନ ହେବ ଚାଷୀଙ୍କ ଧାନ ନିଜ ଖଳାରେ ଶେଷ ହୋଇଯାଇଥିବା ବେଳେ କିଛି ଦଲାଲ ବାହାର ବ୍ଲକରୁ କିଛି ଧାନକୁ କିଣି ଚାଷୀଙ୍କ ଟୋକନକୁ ଆଣି ମଣ୍ଡିରେ ଭିଡ଼ ଲଗାଇଛନ୍ତି । ଚଳିତ ୨୦୨୪-୨୫ ଧାନ ବିକ୍ରି ବର୍ଷରେ ଜିଲ୍ଲା ଯୋଗାଣ ବିଭାଗ ୭ଟି ବ୍ଲକର ୧୫୦ଟି ଧାନ ମଣ୍ଡି ପାଇଁ ୩୪ ଲକ୍ଷ ୪୭ ହଜାର କ୍ୱିଣ୍ଟାଲ ଟାର୍ଗେଟ ଦେଇଥିଲେ । ତେବେ ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ୩୩ ଲକ୍ଷ ୯୪ ହଜାର ୬୧୨ କ୍ୱ ିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆହୋଇଛି । ତେଣୁ ହାତରେ ମାତ୍ର ୫୦ ହଜାର କ୍ୱିଣ୍ଟାଲ ରହିଛି । 

ତଥ୍ୟ ଅନୁସାରେ ୮୦ହଜାର ୫୩୩ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ମାର୍ଚ୍ଚ ୨୬ ତାରିଖ ସୁଦ୍ଧା ୭୬ହଜାର ୮୩ ଚାଷୀ ଧାନ ବିକି ସାରିଲେଣି । ଏମାନଙ୍କ ମଧ୍ୟରୁ ୭୦ହଜାର ୯୧୭ ଚାଷୀଙ୍କୁ ପ୍ରାପ୍ୟ ମିଳିଛି । ଜିଲ୍ଲାରେ ୭ଟି ବ୍ଲକର ୧୫୧ଟି ମଣ୍ଡି ପାଇଁ ୩୩.୯୪.୪୩୮ କ୍ୱିଣ୍ଟାଲ ଧାନ ଟାର୍ଗେଟ୍‌ ଦିଆଯାଇଥିବା ବେଳେ ସେଥିରୁ ୪୨ଟି ମିଲ ମାଧ୍ୟମରେ ୩୨.୯୪.୪୩୮ କ୍ୱିଣ୍ଟାଲ ଧାନ କିଣାଯାଇଛି । ୪୨ଟି ମିଲର ନିଜ ଟ୍ରକ ଯୋଗେ ଉଠାଇଛନ୍ତି ୩୨ ଲକ୍ଷ ୬ ହଜାର କ୍ୱିଣ୍ଟାଲ । ଆହୁରି ମଣ୍ଡିରେ ୮୮ ହଜାର ୩୪୩ କ୍ୱିଣ୍ଟାଲ ଧାନ ପଡ଼ିରହିଛି । ୧୫ ଦିନ ହେବ ଚାଷୀ ନିଜ ଖଳାରେ ଧାନ ଶେଷ କରିଦେଇଥିବା ବେଳେ କିଛି ଧାନ ଦଲାଲ ମଣ୍ଡି ସମ୍ପାଦକଙ୍କ ଉପରେ ଚାପ ସୃଷ୍ଟି କରି ଟୋକନ ମାଧ୍ୟମରେ ବେପାର କରୁଛନ୍ତି । ତଥ୍ୟ ଅନୁସାରେ ମଣ୍ଡିରେ ପଡ଼ିଥିବା ୮୮ ହଜାର କ୍ୱିଣ୍ଟାଲ ମଧ୍ୟରୁ ତିହିଡ଼  ବ୍ଲକରେ ୨୭.୯୧୬, ଧାମନଗର ବ୍ଲକରେ ୬୧୮୬, ଚାନ୍ଦବାଲି ବ୍ଲକରେ ୧୧.୨୧୬,   ବନ୍ତ ବ୍ଲକରେ ୭୩୯୪, ଭଣ୍ଡାରିପୋଖରୀ ବ୍ଲକରେ ୯୯୦୨, ଭଦ୍ରକ ବ୍ଲକରେ ୧୭.୭୦୧, ବାସୁଦେବପୁର ବ୍ଲକରେ ୮୦୨୬ କ୍ୱିଣ୍ଟାଲ ଧାନ ଅର୍ନ୍ତଭୂକ୍ତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.