- ଟିମ୍ ଇଣ୍ଡିଆର ସ୍ବପ୍ନ ୧୦୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବା
- ୧୯୩୧ ମ୍ୟାଚ୍ ଖେଳି ୯୨୮ଟିରେ ଜିତିଛି
- ଶୀର୍ଷରେ ଅଷ୍ଟ୍ରେଲିଆ, ତିନୋଟି ଫର୍ମାଟରେ ଜିତି ସାରିଛି ୧୧୬୩ ମ୍ୟାଚ୍
ନୂଆଦିଲ୍ଲୀ,୧୩।୧୨: ଆଇସିସି ଓ୍ବାନଡେ ଓ ଟି-୨୦ ରାଙ୍କିଙ୍ଗରେ ନମ୍ବର-୧ ଟିମ୍ ଇଣ୍ଡିଆର ସ୍ବପ୍ନ ଏବେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୧୦୦୦ ମ୍ୟାଚ୍ ଜିତିବା।୧୯୩୨ ରେ ଭାରତ ନିଜର ପ୍ରଥମ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିଲା। ପ୍ରଥମ ବିଜୟ ପାଇଁ ଭାରତକୁ ୨୦ ବର୍ଷ ପରିଶ୍ରମ କରିବାକୁ ପଡିଥିଲା। ଇଣ୍ଟର ନ୍ୟାସନାଲ କ୍ରିକେଟରେ ଭାରତ ୧୯୫୨ ରେ ଇଂଲଣ୍ଡ ବିପକ୍ଷରେ ଜିତିଥିଳା। ଏହି ମ୍ୟାଚ୍ ମାଡ୍ରାସରେ ଖେଳାଯାଉଥିଲା। ଭାରତୀୟ କ୍ରିକେଟକୁ ଇଣ୍ଟରନ୍ୟାସନାଲ କ୍ରିକେଟର ପରିଚୟ ସେତେବେଳେ ମିଳିଥିଲା ଯେତେବେଳେ କପିଲ ଦେବଙ୍କ ନେତୃତ୍ବରେ ୧୯୮୩ ବିଶ୍ବକପ୍ ଜିତିଥିଲା। ଏହାପରେ ଭାରତୀୟ କ୍ରିକେଟ ନୂଆ ସଫଳତାର ଶୀର୍ଷରେ ପହଁଞ୍ଚିଥିଲା। ଏହି ସମୟରେ ବହୁ ଉତ୍ଥଥାନ ଏବଂ ପତ୍ତନ ଦେଖିଛି। କିନ୍ତୁ ଧିରେ ଧିରେ ଭାରତ ବିଶ୍ବକପ୍ ଓ ୩ଟି ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିସାରିଛି। ଭାରତର ସ୍ବପ୍ନ ଏବେ ୧୦୦୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଜିତିବା।
୧୯୩୨ ରୁ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟେଷ୍ଟ, ଓ୍ବାନଡେ ଓ ଟି-୨୦ ମିଶାଇ ୧୯୩୧ ମ୍ୟାଚ୍ ଖେଳିଛି, ଯେଉଁଥିରେ ୯୨୮ଟିରେ ଜିତିଛି, ୭୦୯ ମ୍ୟାଚ୍ ହାରିଛି, ୧୮ ଟାଇ ରହିଛି,୨୨୪ ଡ୍ର ରହିଛି। ସେଭଳି ୫୨ ମ୍ୟାଚ୍ର ଫଳାଫଳ ବାହାରି ପାରିନି। ଭାରତକୁ ୧୦୦୦ ମ୍ୟାଚ୍ ଜିତିବାର ସଂଖ୍ୟା ଛୁଇଁବାକୁ ଏବେ ଆହୁରି ପରିଶ୍ରମ କରିବାକୁ ପଡିବ। କାରଣ ଜିତିବାର ବ୍ୟବଧାନ ୭୨ ରହିଛି। ଭାରତ ୧ ଜାନୁଆରୀ ୨୦୨୩ ରୁ ଏପର୍ଯ୍ୟନ୍ତ ୧୫୩ ମ୍ୟାଚ୍ ଖେଳିଛି, ଯେଉଁଥିରେ ୧୦୩ ମ୍ୟାଚ୍ରେ ଭାରତ ଜିତିଛି। ଟିମ୍ ଇଣ୍ଡିଆ ହାରାହାରି ଯେତେ ମ୍ୟାଚ୍ ଖେଳିଛି ଓ ଜିତିଛି ସେଥିରୁ ଅନୁମାନ କିରିହେବ। ଆଗାମୀ ୨ ରୁ ୩ ବର୍ଷ ଭାରତ ଏହି ୧୦୦୦ ମ୍ୟାଚ୍ ଜିତିବାର ସଂଖ୍ୟାକୁ ଛୁଇଁପାରେ।
ଉଲ୍ଲେଖନୀୟ ଯେ, ଭାରତ ଇଣ୍ଟର ନ୍ୟାସନାଲ କ୍ରିକେଟରେ ସବୁଠାରୁ ଅଧିକ ମ୍ୟାଚ୍ ଜିତିଥିବା ଦ୍ବିତୀୟ ଟିମ୍। ଏହି ଲିଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି। ଏକମାତ୍ର ଟିମ୍, ଯିଏକି ଇଣ୍ଟରନ୍ୟାସନାଲ କ୍ରିକେଟରେ ୧୦୦୦ ରୁ ଅଧିକ ମ୍ୟାଚ୍ ଜିତିଛି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟେଷ୍ଟ, ଓ୍ବାନଡେ ଓ ଟି-୨୦କୁ ମିଶାଇ ୧୧୬୩ ମ୍ୟାଚ୍ ଜିତି ସାରିଛି। ଟିମ୍ ଇଣ୍ଡିଆ ଟେଷ୍ଟ, ଓ୍ବାନଡେ ଓ ଟି-୨୦ ବିଷୟରେ ଯଦି କଥା ହେବା ତେବେ ଭାରତ ସବୁଠାରୁ ଅଧିକ ସଫଳତା କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଟି-୨୦ରେ ମିଳିଛି। ଭାରତ ଏହି ଫର୍ମାଟରେ ସବୁଠାରୁ ଅଧିକ ୧୭୩ ମ୍ୟାଚ୍ ଜିତିଥିବା ଟିମ୍। ସେଭଳି ପାକିସ୍ତାନ ୧୬୫ ମ୍ୟାଚ୍ ଜିତି ଦ୍ବିତୀୟ ସ୍ଥାନରେ ରହିଛି।
ଆହୁରି ପଢନ୍ତୁ:୨୦୨୫ରେ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ : ମହିଳାମାନଙ୍କ ପ୍ରଶଂସନୀୟ ପ୍ରଦର୍ଶନ, ବିଶ୍ୱ ଚାମ୍ପିଅନ ହୋଇଥିଲା ମହିଳା କ୍ରିକେଟ ଟିମ୍
ଓ୍ବାନଡେରେ ଭାରତ ଓ୍ବାର୍ଲ୍ଡ କ୍ରିକେଟରେ ସର୍ବାଧିକ ୧୦୭୨ମ୍ୟାଚ୍ ଖେଳିଛି, ଯେଉଁଥିରେ ୫୭୦ ମ୍ୟାଚ୍ରେ ଜିତିଛି। ସବୁଠାରୁ ଅଧିକ ଓ୍ବାନଡେ ମ୍ୟାଚ୍ ଜିତି ଥିବା ଟିମ୍ ଲିଷ୍ଟରେ ଅଷ୍ଟ୍ରେଲିଆ ପରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଏହି ଫର୍ମାଟରେ ୧୦୧୯ ରେ ସର୍ବାଧିକ ୬୧୭ ମ୍ୟାଚ୍ ଜିତିଛି। ସେଭଳି ଟେଷ୍ଟ କ୍ରିକେଟ ବିଷୟରେ ଯେବେ କଥା ହେବା ତେବେ ଏହି ଫର୍ମାଟରେ ସବୁଠାରୁ ଅଧିକ ମ୍ୟାଚ୍ ଜିତିଥିବା ଟିମ୍ ଲିଷ୍ଟରେ ୧୮୫ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଉପରେ ଅଷ୍ଟ୍ରେଲିଆ ୪୨୪, ଇଂଲଣ୍ଡ ୪୦୩ ଓ ସାଉଥ୍ ଆଫ୍ରିକା ୧୯୧ ଟି ମ୍ୟାଚ୍ ଜିତିସାରିଛି।