ପୁନେ,୧୮/୧୨: ଭାରତୀୟ ଦଳର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍ ଆହତ ହୋଇଛନ୍ତି । ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟର ଏକ ସୁପର ଲିଗ୍ ମୁକାବିଲାରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇ ଦିଆଯାଇଥିଲା । ଉକ୍ତ ମ୍ୟାଚ୍‌ରେ  ମୁମ୍ବାଇ ବିଜୟ ହାସଲ କରିଥିଲେ ହେଁ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା । ଜୈସ୍ୱାଲ୍ ୧୬ଟି ବଲ୍ ଖେଳି ୧୫ ରନ କରିଥିଲେ । ବ୍ୟାଟିଂ କରୁଥିବା ସମୟରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ମ୍ୟାଚ୍ ପରେ ଯନ୍ତ୍ରଣା ବଢିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ସାଲାଇନ ଦିଆଯିବା ସହ ପେଟରେ ଅଲଟ୍ରା ସାଉଣ୍ଡ ଓ ସିଟି ସ୍କାନ କରାଯାଇଥିଲା। ଆଗାମୀ କିଛି ଦିନ ପାଇଁ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।