ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କ୍ରିକେଟର ମହମ୍ମଦ ସାମିଙ୍କୁ ହତ୍ୟା ଧମକ , ଇମେଲ୍‌ ପଠାଇ ଦାବି କଲେ କୋଟିଏ ଟଙ୍କା

Published By : Prameya | May 5, 2025 8:54 PM

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମିଳିଛି ହତ୍ୟା ଧମକ। ଏକ ଇମେଲରେ ତାଙ୍କୁ ଏହି ଧମକ ଆସିଥିଲା , ଯେଉଁଥିରେ ତାଙ୍କୁ କୋଟିଏ ଟଙ୍କା ଦାବି କରାଯାଇଛି, ଏହି ଟଙ୍କା ନଦେଲେ ଜୀବନରେ ମାରି ଦେବାକୁ ଚେତାବନୀ ଦିଆ ଯାଇଛି। କହି ରଖୁଛୁ କି, ଦ୍ରୁତ ବୋଲର ମହମ୍ମଦ ସାମି ଏହି ସମୟରେ ଆଇପିଏଲ ଖେଳୁଛନ୍ତି ଏବଂ ସନରାଇଜର୍ସ ହାଇଦ୍ରାବାଦର ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ଭାରତର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଧମକପୂର୍ଣ୍ଣ ଇମେଲ ମିଳିଥିଲା। 

ଅମର ଉଜାଲାର ରିପୋର୍ଟ ମୁତାବିକ , ଇମେଲରେ କୁହାଯାଇଛି ଯେ, ଯଦି ତାଙ୍କୁ ମଗା ଯାଇଥିବା ରାଶି ନମିଳେ , ତ ସାମିଙ୍କୁ ମାରି ଦିଆଯିବ। ସାମିଙ୍କ ଭାଇ ମହମ୍ମଦ ହସିବ ଇମେଲ ଦେଖିବା ପରେ ଅମରୋହାର ଏସପିଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୁଲିସ ଅଭିଯୋଗ ରୁଜୁ କରାଇବା ସହ ଏବଂ ଦୃଢ ଆକ୍ସନ ନେବାକୁ କହିଛନ୍ତି। ଏହି ଇମେଲ ରବିବାର (୪ ମଇ)ରେ ଆସିଥିଲା।

ଅମରୋହା ପୁଲିସ ଦ୍ୱାରା ସାଇବର ସେଲ୍‌ରେ ଅଭିଯୋଗ ରୁଜୁ କରାଯାଇଛି। ସାମିଙ୍କ ଭାଇ କହିଛନ୍ତି ଯେ, ଏହି ମେଲ୍‌ ରବିବାର ଦ୍ୱିପ୍ରହର ୨-୩ ଟା ସମୟର ପାଖାପାଖି ଆସିଥିଲା ଏବଂ ସେ ତୁରନ୍ତ ଅମରୋହା ପୁଲିସକୁ ଏହାର ସୂଚନା ଦେଇଥିଲେ। ପୁଲିସ ବର୍ତ୍ତମାନ ଭାରତୀୟ ଦ୍ରୁତ ବୋଲରଙ୍କୁ ଇମେଲରେ ଆସିଥିବା ହତ୍ୟା ଧମକ ମାମଲାର ଯାଞ୍ଚ କରୁଛି।  

ମହମ୍ମଦ ସାମି ଭାରତୀୟ ଟିମ୍‌କୁ ଚମ୍ପିୟାନ୍ସ ଟ୍ରଫି ବେଳେ ପୁଣି ଫେରିଛନ୍ତି। ସେ ୱାନଡେ ବିଶ୍ୱ କପ୍‌ ୨୦୨୩ପରେ ସର୍ଜରୀ କାରଣରୁ ଦୀର୍ଘ ସମୟ ଯାଏ ବାହାରେ ଥିଲେ। ଚମ୍ପିୟାନ୍ସ ଟ୍ରଫିରେ ସେ ମିଳିତ ଭାବେ ଭାରତ ପାଇଁ ସବୁଠୁ ଅଧିକ ୱିକେଟ୍‌ ନେଇଥିବା ବୋଲର ରହିଛନ୍ତି। ସେ ୫ଟି ମ୍ୟାଚ୍‌ରେ ୯ୱିକେଟ୍‌ ନେଇଛନ୍ତି। ଆଇପିଏଲ ୨୦୨୫ ମେଗା ନିଲାମୀରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ନିଜର ଟିମ୍‌ରେ ସାମିଲ କରିଛି। ହେଲେ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ଏବଂ ୯ଟି ମ୍ୟାଚ୍‌ରେ କେବଳ ୫ ୱିକେଟ୍‌ ନେଇ ପାରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.