ନୂଆଦିଲ୍ଲୀ,୧୧/୦୬; ଫଟାଫଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସରିବା ପରେ ଏବେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଜାରି ରହିଛି । ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ୍ ମୁଡ୍ ଆକ୍ଟିଭ ହୋଇଛି । ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟରେ ଜବରଦସ୍ତ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଇନିଂସ ସହ ୩୦୦ରନର ବିଶାଳ ବିଜୟ ହାତେଇଥିଲା । ଜୁନ୍ ୧୩ରୁ ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ । ପ୍ରଥମ ଦିନିକିଆ ପାଇଁ ଧର୍ମଶାଳାରେ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଭାରତୀୟ କ୍ରିକେଟ୍ ଦଳ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆ ପାଇଁ କାଙ୍ଗଡ଼ା ବିମାନବନ୍ଦରରେ ପହଞ୍ଚିଛି । ଯେଉଁଠାରେ କ୍ରିକେଟରମାନଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ଧାଡ଼ିରେ ଠିଆ ହୋଇଥିଲେ। ରୋହିତ ଶର୍ମା, ଶ୍ରେୟାସ ଆୟର, ଶୁଭମନ ଗିଲ ଏବଂ କେଏଲ ରାହୁଲଙ୍କ ଭଳି ଖେଳାଳିଙ୍କୁ ଦେଖି ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ । ନୂଆ ଜର୍ସିରେ ଟିମ୍ ଇଣ୍ଡିଆକୁ ଦେଖିବାକୁ ମିଳିଥିଲା । ଆଇପିଏଲ ପରେ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛନ୍ତି ରୋହିତ । ତାଙ୍କ ପାଖରେ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ୨୦୨୭ ପୂର୍ବ ଟିମ୍ ଇଣ୍ଡିଆର ଏହି ସିରିଜକୁ ପ୍ରାକ୍ ପ୍ରସ୍ତୁତି ଭାବେ ଆକଳନ କରାଯାଇପାରେ ।
ପୂର୍ବରୁ, ସମସ୍ତ ଭାରତୀୟ ଖେଳାଳି ମୋହାଲିରେ ତାଲିମ ନେଉଥିଲେ, ଯେଉଁଠାରେ ରୋହିତ ଶର୍ମା ମଧ୍ୟ ଦଳରେ ଯୋଗ ଦେଇଥିଲେ। ସେ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଫିଟନେସ୍ ପରୀକ୍ଷାରେ ପାସ୍ କରି ଦଳରେ ଯୋଗ ଦେଇଥିଲେ । ଗୁରୁବାର ଦିନ ଖେଳାଳିମାନେ ଧର୍ମଶାଳାରେ ପହଞ୍ଚିବା ପରେ ସମସ୍ତଙ୍କ ଦୃଷ୍ଟି ଟିମ୍ ଇଣ୍ଡିଆର ନୂତନ ଯାତ୍ରା କିଟ୍ ଉପରେ ପଡିଥିଲା । ପ୍ରିନ୍ସ ଯାଦବ, ହର୍ଷ ଦୁବେ ଏବଂ ଗୁରନୁର ବ୍ରାରଙ୍କ ଜାତୀୟ ଦଳ ସହିତ ପ୍ରଥମ ODI ସିରିଜ୍ । ପ୍ରିନ୍ସ ବିମାନବନ୍ଦରରୁ ବାହାରିବା ସମୟରେ ରୋହିତ ଶର୍ମାଙ୍କ ପଛେ ପଛେ ଯାଇଥିଲେ । ଏହି ସିରିଜରେ ପ୍ରଶଂସକମାନେ ବିରାଟ କୋହଲିଙ୍କୁ ମିସ୍ କରିବେ , ଯିଏ ଦଳରେ ସାମିଲ ଥିଲେ କିନ୍ତୁ ଆଘାତ ଯୋଗୁଁ ବାଦ ପଡ଼ିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଘାତ ଯୋଗୁଁ ବାହାରେ ଅଛନ୍ତି । କୋହଲିଙ୍କ ସ୍ଥାନରେ ଯଶ୍ୱସୀଙ୍କୁ ସ୍ଥାନ ମିଳିଛି ।
ରୋହିତ ଭାଙ୍ଗିବେ ରେକର୍ଡ- ରୋହିତଙ୍କୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରାଯାଇଛି । ସେ ତିନୋଟି ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଛି । ରୋହିତଙ୍କ ପାଖରେ ଏହି ଦିନିକିଆ ସିରିଜରେ ପୂର୍ବତନ ଭାରତୀୟ ଖେଳାଳି ମୋହିନ୍ଦର ଅମରନାଥଙ୍କ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାର ଏକ ବଡ଼ ସୁଯୋଗ ମଧ୍ୟ ଅଛି । ରୋହିତ ଶର୍ମା ବର୍ତ୍ତମାନ ୩୯ ବର୍ଷ ଏବଂ ୪୨ ଦିନ ବୟସର । ଯଦି ସେ ଧର୍ମଶାଳାରେ ପ୍ରଥମ ୱାନଡେ ଖେଳିବେ, ତେବେ ସେ ଦିନିକିଆ ଫର୍ମାଟରେ ଭାରତୀୟ ଦଳ ପାଇଁ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇଯିବେ । ବର୍ତ୍ତମାନ, ଏହି ରେକର୍ଡ ଅଲରାଉଣ୍ଡର ମୋହିନ୍ଦର ଅମରନାଥଙ୍କ ନାମରେ ରହିଛି । ଯିଏକି ୧୯୮୯ ବିଶ୍ୱକପ ବିଜୟୀ ଦଳରେ ଥିଲେ ।
ଏହା ବି ପଢନ୍ତୁ...Ruturaj gaikwad: ଲିଷ୍ଟ ଏ କ୍ରିକେଟରେ ଋତୁରାଜଙ୍କ ରାଜୁତି; ଭାଙ୍ଗିଲେ କୋହଲିଙ୍କ ବିଶ୍ୱ ରେକର୍ଡ, ଏହି ମାମଲାରେ ହେଲେ ନମ୍ବର ୱାନ୍ ଖେଳାଳି
ଆଫଗାନିସ୍ତାନ ବିପକ୍ଷରେ ଭାରତର ଦିନିକିଆ ଦଳ- ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ହର୍ଷ ଦୁବେ, ଗୁରୁନୁର ବ୍ରା, ପ୍ରସାଦ କୃଷ୍ଣ, କୁଲଦୀପ ଯାଦବ, ପ୍ରିନ୍ସ ଯାଦବ।
ଭାରତ ବନାମ ଆଫଗାନିସ୍ତାନ ଦିନିକିଆ ସୂଚୀ- ଜୁନ୍ ୧୩ (ଶନିବାର), ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ, ଧର୍ମଶାଳା ।ଜୁନ୍ ୧୭ (ବୁଧବାର), ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମ୍ ।ଜୁନ୍ ୨୦ (ରବିବାର), ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍, ଚେନ୍ନାଇ ।