ନୂଆଦିଲ୍ଲୀ, ୨୧।୨ : ଯଦି ଆପଣ ନିଜର କଷ୍ଟ ଅର୍ଜିତ ଟଙ୍କାକୁ ଏକ ସୁରକ୍ଷିତ ଏବଂ ଗ୍ୟାରେଣ୍ଟିଡ୍ ରିଟର୍ଣ୍ଣ ଦେଉଥିବା ସ୍କିମ୍ରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଭାରତୀୟ ଡାକ ବିଭାଗର ରେକରିଂ ଡିପୋଜିଟ୍ (RD) ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ ହୋଇପାରେ । ବିଶେଷ କରି ସ୍ୱଳ୍ପ ସଞ୍ଚୟକାରୀଙ୍କ ପାଇଁ ଏହି ସରକାରୀ ସ୍କିମ୍ ବେଶ୍ ଲାଭଦାୟକ । ବର୍ତ୍ତମାନ ପୋଷ୍ଟ ଅଫିସ୍ RD ଉପରେ ବାର୍ଷିକ ୬.୭% ସୁଧ ମିଳୁଛି । ଏହି ସୁଧ ପ୍ରତି ତିନି ମାସରେ ବୃଦ୍ଧି ଅର୍ଥାତ୍ କ୍ୱାଟରଲି କମ୍ପାଉଣ୍ଡେଡ୍ ହୋଇଥାଏ । ଏହି ସ୍କିମ୍ରେ ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ଅତିରିକ୍ତ ସୁଧର ବ୍ୟବସ୍ଥା ନାହିଁ ।
ଏହା ବି ପଢ଼ନ୍ତୁ... ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ! ବଢ଼ିବ DA, ୮ମ ବେତନ କମିଶନରେ ଏତିକି ହେବ ଦରମା…
୧୧, ୧୧୧ ଜମା କଲେ କେତେ ମିଳିବ ରିଟର୍ଣ୍ଣ ?
ଯଦି ଆପଣ ପ୍ରତି ମାସରେ ୧୧,୧୧୧ ପାଞ୍ଚ ବର୍ଷ ପାଇଁ ଜମା କରନ୍ତି, ତେବେ ମାଚ୍ୟୁରିଟି ସମୟକୁ ଆପଣଙ୍କ ପାଖରେ ଏକ ମୋଟା ଅଙ୍କର ପାଣ୍ଠି ପ୍ରସ୍ତୁତ ହୋଇଯିବ ।
ମାସିକ ଜମା: ୧୧,୧୧୧
ସମୟ ସୀମା: ୫ ବର୍ଷ
ମୋଟ ଜମା: ୬,୬୬,୬୬୦
ଅନୁମାନିତ ସୁଧ: ୧,୨୬,୨୮୫.୭୨
ମାଚ୍ୟୁରିଟି ପରିମାଣ: ୭,୯୨,୯୪୫.୭୨
ଅର୍ଥାତ୍ ୫ ବର୍ଷ ପରେ ଆପଣ ପ୍ରାୟ ୮ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାତ୍ର ୧୦୦ ରୁ ଏହି ସ୍କିମ୍ ଆରମ୍ଭ କରିହେବ । ସର୍ବାଧିକ ଜମା ପାଇଁ କୌଣସି ସୀମା ନାହିଁ ।୧୨ଟି କିସ୍ତି ଜମା କରିବା ପରେ ଆପଣ ନିଜ ଜମା ରାଶି ଉପରେ ଋଣ ନେଇପାରିବେ । ଆକାଉଣ୍ଟ ଖୋଲିବାର ୩ ବର୍ଷ ପରେ ଆପଣ ଏହାକୁ ବନ୍ଦ କରିପାରିବେ । ଦରମାଭୋଗୀ ବ୍ୟକ୍ତି, ଗୃହିଣୀ, ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ।