ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ତହସିଲ କର୍ମଚାରୀଙ୍କୁ ଆକ୍ରମଣ; ଏତଲା ପରେ ନିଶାସକ୍ତ ଯୁବକଦ୍ୱୟ ଥାନାରେ ଅଟକ

Published By : Bijay Swain | July 1, 2025 11:41 PM

ବଲାଙ୍ଗିର: ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ବିତି ନଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁତଳା ତହସିଲରେ ପୁଣି ଏକ ସମାନ ଧରଣର ଘଟଣା ଘଟିଛି । 

ସୂଚନା ମୁତାବକ, ଆଜି ଅପରାହ୍ନରେ କୌଣସି ଏକ ପ୍ରସଙ୍ଗକୁ କେନ୍ଦ୍ର କରି ଦୁଇ ନିଶାସକ୍ତ ଯୁବକ ତହସିଲ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ପ୍ରଥମେ ସେମାନେ ଗାଳିଗୁଲଜ କରିବା ସହ ଦୁଇଜଣ କିରାଣୀଙ୍କୁ ଆକ୍ରମଣ କରିଛନ୍ତି ଏବଂ ଭିଡିଓ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଟଣା ଓଟରା କରିଛନ୍ତି । ପରେ ଖବର ପାଇ ତହସିଲଦାର ଗୌରବ ବର୍ଗେ ପୁଲିସ ସହାୟତାରେ ସେମାନଙ୍କୁ ଠାବ କରି କାବୁ କରିଛନ୍ତି । 

ଯୁବକଦ୍ୱୟ ପୁଇଁତଳା ଥାନା ଅନ୍ତର୍ଗତ ପିପିର୍ଜା ଗାଁର ପ୍ରେମରାଜ ବାଗ ଓ କାଲିଘନା ଗାଁର ସୁବାସ ଭଞ୍ଜ ବୋଲି ଜଣା ପଡିଛି । ସେମାନେ ଆଜି ତହସିଲ କାର୍ଯ୍ୟାଳୟକୁ ଆସି ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ସୁଯୟା ସାଏ ଓ ନୟନ କୁମାର ସାଙ୍କୁ ଗାଳିଗୁଲଜ କରୁଥିଲେ । ତେବେ ଏନେଇ ପୁଇଁନ୍ତଳା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଜଣ ଅଟକ ଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.